Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପରିବେଶ ସୁରକ୍ଷା ପାଇଁ ବ୍ୟବହାର ହେବ ଇଲେକ୍‌ଟ୍ରିକ କାର୍‌

ଗୁଆହାଟୀ,୯।୧(ପି.ଟି.)- ବିଭିନ୍ନ ଦୃଷ୍ଟିକୋଣରୁ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏଥର ବିଶେଷ ଗୁରୁତ୍ୱ ବହନ କରିବ। ଏହା ସାରା ଦେଶରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର କରିବା ସଙ୍ଗେସଙ୍ଗେ ପରିବେଶ ତଥା ପର୍ଯ୍ୟାବରଣର ସୁରକ୍ଷା ଓ ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିବ। ପ୍ରଥମ ଥର ପାଇଁ ଖୋଲୋ ଇଣ୍ଡିଆରେ ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ଭେନ୍ୟୁଗୁଡିକ ମଧ୍ୟରେ ପଦାଧିକାର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ଏହି ଇଲେକ୍‌ଟ୍ରିକ କାରର ସାହାଯ୍ୟ ନିଆଯିବ। ଏଠାରେ ଖେଲୋ ଇଣ୍ଡିଆର ତୃତୀୟ ସଂସ୍କରଣ ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ପ୍ରଥମଥର ପାଇଁ ଇଲେକ୍‌ଟ୍ରିକ ଭେଇକଲ ପ୍ରୋଗ୍ରାମର ପ୍ରମୋଶନ କରାଯିବ।
ମୋଟ ଉପରେ ୪ଟି ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ଖେଳ ସମୟରେ ଭିନ୍ନ ଭିନ୍ନ ଭେନ୍ୟୁରେ କାରକୁ ଚାର୍ଜ କରିବା ପାଇଁ ଚାର୍ଜିଂ ଷ୍ଟେଶନ ମଧ୍ୟ ସ୍ଥାପନ କରାଯିବ। ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ପାଇଁ ୩ଟି ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ତେବେ ଗୋଟିଏ କାର ପଦର୍ଶନ ପାଇଁ ଗୋଟିଏ ଭେନ୍ୟୁରେ ସ୍ଥାପନ କରାଯିବ।
ଦେଶରେ ଶକ୍ତିର ଅପଚୟ ଓ କାର୍ବନ ଗ୍ୟାସ୍‌କୁ ଦୃଷ୍ଟିରେ ରଖି ଇଲେକ୍‌ଟ୍ରିକ୍‌ ଗାଡ଼ିର ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯିବ। ଏହି ଗାଡି ବ୍ୟବହାର କରାଗଲେ ୨୦୩୦ ସୁଦ୍ଧା ଶକ୍ତି ତଥା ଉର୍ଜା କ୍ଷେତ୍ରରେ ଦେଶର ୬୪ ପ୍ରତିଶତ ଡିମାଣ୍ଡ କମିବ। ସେହିପରି କାର୍ବନ ନିର୍ଗମନ ୩୭ ପ୍ରତିଶତ କମିବ। ଦେଶର ୩୨ଟି ସହରରେ ୧୫୦୦ଟି ଏଭଳି ଇଲେକ୍‌ଟ୍ରିକ ଗାଡି ନିୟୋଜନ କରାଯାଇଛି।
କ୍ରୀଡ଼ା ସଂସ୍କୃତିର ପ୍ରଚାର ପ୍ରସାର ସହିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ପରିବେଶ ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟକରୁଛି। ଦେଶର ସବୁ ସାଇ ସେଣ୍ଟରରେ ଗୋ ଗ୍ରୀନ୍‌ ପଲିସିକୁ ଆପଣାଯାଇଛି। ଏଥିପାଇଁ ଆମେ ଇଲେକ୍‌ଟ୍ରିକ ଗାଡି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ସମ୍ପାଦକ ରୋହିତ ଭରଦ୍ୱାଜ କହିଛନ୍ତି। ଯଦି ଦେଶର ଅଧିକାଂଶ ଲୋକ ଇଲେକ୍‌ଟ୍ରିକ୍‌ ଗାଡି ବ୍ୟବହାର କରନ୍ତେ ତା,ହେଲେ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ଓ ଏହା ମଧ୍ୟ ନିହାତି ଜରୁରୀ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟାରଙ୍କ ଆଗରେ ହାତ ଯୋଡି ଟ୍ରୋଲ୍‌ ହେଲେ ବିରାଟ

ସାଉଥାମ୍ପ୍ଟନ,୨୩।୬:ଚଳିତ ବିଶ୍ୱକପରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚରେ...

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି।...

ଭାରତକୁ ‘ଫେୟାର ପ୍ଲେ’ ପୁରସ୍କାର

ଢାକା, ୨୯ା୩: ଏଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଭାରତ ୦-୨ ଗୋଲରେ ଶକ୍ତିଶାଳୀ ରୁଷିଆ...

‘ସ୍ମିଥ ଜଣେ ଚିଟର ଭଳି ମନେ ରହିବେ’

ଲଣ୍ଡନ,୯।୯(ପିଟି): ଯେତେ ମାଇଲଷ୍ଟୋନ ଓ ରେକର୍ଡ ହାସଲ କଲେ ମଧ୍ୟ ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ମେରୁଦଣ୍ଡ ଷ୍ଟିଭ ସ୍ମିଥ ସର୍ବଦା ଜଣେ ଚିଟର ଭାବେ ମନେ...

ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଓ୍ବାଣ୍ଡର୍ସ,୨।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ସୋମବାର ଠାରୁ ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ...

ଦ୍ୱିତୀୟ ଦିନିକିଆ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଇଷ୍ଟ ଲଣ୍ଡନ,୨୦ା୩(ପି.ଟି.): ଟପ୍‌ ଅର୍ଡର ବ୍ୟାଟର ସାଇ ହୋପ୍‌ଙ୍କ ଅପରାଜିତ ୧୨୮ ରନ୍‌ ବଳରେ ଇଷ୍ଟ ଲଣ୍ଡନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ...

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ...

ଭାରତର ଲଜ୍ଜାଜନକ ପରାଜୟ

ଓ୍ବେଲିଂଟନ,୨୪ା୨- ଦିନିକିଆ ସିରିଜ୍‌ରେ ଖାତା ଖୋଲିପାରି ନ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ବରଣ...

Advertisement
Archives

Model This Week