Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଯାପିତ: ଓଡ଼ିଶାକୁ ୫ ସ୍ବର୍ଣ୍ଣ ସହ ୨୧ ପଦକ

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୮ ବ୍ରୋଞ୍ଜ ସମେତ ମୋଟ ୨୧ଟି ପଦକ ହାସଲ କରି ଟେବୁଲର ୧୭ତମ ସ୍ଥାନରେ ରହିଛି। ମହାରାଷ୍ଟ୍ର କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟାଇଟଲ ହାସଲ କରିଛି। ଏହି ରାଜ୍ୟ ୭୮ ସ୍ବର୍ଣ୍ଣ, ୭୭ ରୌପ୍ୟ, ୧୦୧ ବ୍ରୋଞ୍ଜ ସମେତ ୨୫୬ଟି ପଦକ ହାସଲ କରି ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ହରିୟାଣା ୨୦୦(୬୮ ସ୍ବର୍ଣ୍ଣ, ୬୦ ରୌପ୍ୟ, ୭୨ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ଏବଂ ଦିଲ୍ଲୀ ୧୨୨(୩୯ ସ୍ବର୍ଣ୍ଣ, ୩୬ ରୌପ୍ୟ, ୪୭ ବ୍ରୋଞ୍ଜ) ପଦକ ସହିତ ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରତ୍ୟାଶାଙ୍କୁ ତୃତୀୟ ରୌପ୍ୟ
ଓଡ଼ିଶାର ପ୍ରତିଭା ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ବ୍ୟକ୍ତିଗତଭାବେ ତୃତୀୟ ରୌପ୍ୟ ପଦକ ଲାଭ କରିଛନ୍ତି। ବୁଧବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ୩୨.୧୬ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଳ ୩୧.୫୧ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଉତ୍ତର ପ୍ରଦେଶର ଆଲିଆ ସିଂ ୩୩.୭୬ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତ୍ୟାଶା ଏହା ପୂର୍ବରୁ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୨:୩୦.୮୫ ସେକେଣ୍ଡ ଏବଂ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୧:୦୯.୩୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଥିଲେ।
ବାଳିକା ଫୁଟବଲରେ ରୌପ୍ୟ, ବ୍ରୋଞ୍ଜ
ପ୍ରତିଯୋଗିତାରେ ମମତା ସାମନ୍ତଙ୍କ ପ୍ରଶିକ୍ଷଣପ୍ରାପ୍ତ ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ ଦଳ ମଧ୍ୟ କମାଲ ଦେଖାଇଛନ୍ତି। ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ସମୃଦ୍ଧ ହରିୟାଣାଠାରୁ ବୁଧବାର ଫାଇନାଲରେ ୧-୩ ଗୋଲରେ ହାରି ଦଳ ରୌପ୍ୟ ପଦକ ପାଇଥିଲେ ହେଁ ପିଲାମାନେ ଭଲ ଅଭିଜ୍ଞତା ପାଇଛନ୍ତି। ପ୍ରତିଯୋଗିତା ବହୁତ ଟପ୍‌ ଥିଲା। ସେମିଫାଇନାଲରେ ଆମେ ଘରୋଇ ଆସାମକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚତ୍ଥିଲୁ। ଫାଇନାଲରେ ଏକାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ଖେଳିଥିବା ହରିୟାଣା ବିପକ୍ଷରେ ଦଳ ଭଲ ଖେଳିଥିଲେ ହେଁ ହାରି ଯାଇଥିଲା। ତେବେ ଦଳର ପ୍ରଦର୍ଶନରେ ମୁଁ ସନ୍ତୁଷ୍ଟ। ପିଲାମାନେ ଏଥିରୁ ଅନେକ କିଛି ଜାଣିବାକୁ ପାଇଛନ୍ତି“ ବୋଲି ଦଳର ମୁଖ୍ୟ କୋଚ୍‌ ମମତା ପ୍ରକାଶ କରିଛନ୍ତି। ଫାଇନାଲରେ ଓଡ଼ିଶା ପକ୍ଷରୁ ସରିତା ସୋରେଙ୍ଗ ୫୫ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ହରିୟାଣା ପକ୍ଷରୁ ତନୁ, ରଜନୀ ବାଲା ଓ ପିଙ୍କି ଗୋଲ ଦେଇଥିଲେ। ସେହିପରି ଅନ୍ତିମ ଦିବସରେ ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ଫୁଟବଲର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ଘରୋଇ ଆସାମକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ପକ୍ଷରୁ ଦୀପା ନାୟକ ୯ମ, ସୁମନ ମହାପାତ୍ର ୪୪ତମ ଏବଂ ଯଶୋଦା ମୁଣ୍ଡା ୫୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ବନିତାଙ୍କୁ ବ୍ରୋଞ୍ଜ
୨୧ ବର୍ଷରୁ କମ୍‌ ବାଳିକା ଭାରୋତ୍ତୋଳନର ୮୭ କେଜି ବର୍ଗରେ ଓଡ଼ିଶାର ବନିତା ଘଡ଼େଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ମୋଟ ୧୫୮(୭୨+୮୬) କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। କର୍ନାଟକର ଏସ.ଆର.ଉଷା ୧୭୦ ଓ ଉତ୍ତର ପ୍ରଦେଶର ଶିଭାଙ୍ଗି ସିଂ ୧୬୯ କେଜି ଭାରୋତ୍ତୋଳନ କରି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ସ୍ଥିତି ମଜଭୁତ୍‌

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନ। ଶେଷ...

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ

ଚେନ୍ନାଇ, ୨୨ା୧- ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଂଲଣ୍ଡ-ଭାରତ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ...

୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆର ପରାମର୍ଶ

ସିଡନୀ, ୨୪।୩- ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ହୃଦୟଙ୍ଗମ କରିଛି। ଫଳରେ ୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ...

ଚେନ୍ନାଇରେ ଧୋନୀ: ଆଇପିଏଲ୍‌ ପାଇଁ ସିଏସ୍‌କେ ଟ୍ରେନିଂ କ୍ୟାମ୍ପ ୯ରୁ

ଚେନ୍ନାଇ, ୫ା୩ (ପି.ଟି.)-ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ ପାଇଁ ଚେନ୍ନାଇନ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂ କ୍ୟାମ୍ପ ମାର୍ଚ୍ଚ ୯ରୁ ଆରମ୍ଭ ସମ୍ଭାବନା...

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌: ଫାଇନାଲରେ ହାରିଲା ଭାରତ

ମେଲବୋର୍ନ,୧୨।୨(ପି.ଟି.)- ଓପ୍‌ନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଏଠାରେ ବୁଧବାର ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ ଫାଇନାଲରେ ଅଷ୍ଟ୍ରେଲିଆ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ବେୟର୍ନ ମ୍ୟୁନିକ୍‌କୁ ଷଷ୍ଠ ଟାଇଟଲ

ଲିସ୍‌ବନ,୨୫।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଚାମ୍ପିୟନ୍ସ ଲିଗ୍‌ରେ ଏଥର ଜର୍ମାନୀର ପେସାଦାର କ୍ଲବ୍‌ ବେୟର୍ନ ମ୍ୟୁନିକ୍‌...

ଜାତୀୟ ହକି ପାଇଁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୧୬।୩- କରୋନା ଭାଇରସ ସଂକ୍ରମଣ ଜନିତ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏପ୍ରିଲ ୧୦ରୁ ବିଭିନ୍ନ ଭେନ୍ୟୁରେ ଆରମ୍ଭ ହେବାକୁଥିବା...

କୋଭିଡ-୧୯ ପ୍ରଭାବ: ୨୦୨୧ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ା ୨୦୨୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ୨୦୨୧ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାକୁ ୨୦୨୩କୁ ଘୁଞ୍ଚାଇ...

Advertisement
Archives

Model This Week