Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସକୁ ମୋନାଲିସାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୧୨- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’କୁ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାର ବିଜୟିନୀ ମୋନାଲିସା ବରୁଆ ମେହେଟା ପ୍ରଶଂସା କରିଛନ୍ତି। ଏହା ଭାରତର କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରିବା ସହ ସମୃଦ୍ଧ କରିଛି ବୋଲି ଆସାମର ଏହି ପୂର୍ବତନ ମହିଳା ଟିଟି ଖେଳାଳି କହିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଖେଳାଳିମାନେ ସ୍କଲାରଶିପ୍‌ ପାଉଛନ୍ତି। ଏଥିରେ ଅଂଶଗ୍ରହଣ କରି ଖେଳାଳିମାନେ ବହୁତ ଲାଭବାନ ହୋଇପାରୁଛନ୍ତି। ଭାରତରେ ଏବେ ଖେଳାଳିଙ୍କ ପାଇଁ ସବୁ ସୁବିଧା ସୁଯୋଗ ରହିଛି। ତେଣୁ ଆଥଲେଟମାନେ ଖେଳ ଉପରେ ମନୋନିବେଶ ସହ କଠିନ ପରିଶ୍ରମ କରିବା ଉଚିତ ବୋଲି ସେ କହିଛନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। କଠିନ ପରିଶ୍ରମ ହେଉଛି ସଫଳତାର ମୂଳମନ୍ତ୍ର। ରାତାରାତି କେହି ଜଣେ ସଫଳତା ହାସଲ କରି ବଡ଼ ଆଥଲେଟ ହୋଇନାହାନ୍ତି। ସଫଳତା ପାଇଲେ ମଧ୍ୟ ଏହାକୁ ବଜାୟ ରଖିବା ଓ ଆଗକୁ ଆହୁରି ସଫଳତା ହାସଲ କରିବା ଉପରେ ଖେଳାଳିମାନେ ମନୋନିବେଶ କରିବା ଉଚିତ। ନିଜ ପ୍ରତିଭାର ପ୍ରମାଣ ଦେବା ପାଇଁ ଖେଲୋ ଇଣ୍ଡିଆ ଯୁବ ଆଥଲେଟମାନଙ୍କୁ ସୁଯୋଗ ଦେଇଛି। ତେଣୁ ଏହାର ଫାଇଦା ନେବା ପାଇଁ ଖେଳାଳିମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ମୋନାଲିସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୁ’ପ୍ଲେସି ୧୯୯: ଦକ୍ଷିଣ ଆଫ୍ରିକା ୬୨୧

ସେଞ୍ଚୁରିଅନ୍‌ (ଦକ୍ଷିଣ ଆଫ୍ରିକା), ୨୯ା୧୨ (ଏପି)-ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୨୫ରନର...

ପୁରୁଣା ଟିମ୍‌କୁ ଫେରିଲେ ଓ୍ବାର୍ନର: ଜାଣନ୍ତୁ କେତେରେ ହେଲେ ବିକ୍ରି…

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ଲାଗି ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି। ଏଥିରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ବହୁତ ଚାହିଦା ରହିଥିବା...

କୋହଲିଙ୍କୁ ଏହି କାମ କରିବା ପାଇଁ ବାଧ୍ୟ କରିଥିଲେ ରିଷଭ ପନ୍ତ: ମିଳିଲା ସଫଳତା

ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ ମାତ୍ର...

ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ

କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍‌। ହେଲେ ଦଳର ଶୀର୍ଷ ଦ୍ରୁତ...

ଅମ୍ଫନ ପୀଡ଼ିତଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଡ କଲେ ବାଂଲାଦେଶ କ୍ରିକେଟର

ଢାକା,୬।୬(ପି.ଟି.): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାଯ୍ୟ କରିବାକୁ ପାଇଁ ଦିନିକିଆ ଅଧିନାୟକ ତାମିମ ଇକ୍‌ବାଲଙ୍କ ନେତୃତ୍ୱରେ ବାଂଲାଦେଶ କ୍ରିକେଟ ଦଳ ଆଗକୁ...

୨୦୦ ଛୁଇଁ ପାରିଲାନି ଟିମ୍‌ ଇଣ୍ଡିଆ

ଓଭାଲ,୨।୯: ଇଂଲଣ୍ଡ ବିପକ୍ଷରେ ଏଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପୂର୍ବ ମ୍ୟାଚ୍‌...

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌...

କାର୍‌ ଦୁର୍ଘଟଣାରେ ଆଖିବୁଜିଲେ ଏହି ଲୋକପ୍ରିୟ କ୍ରିକେଟର୍‌

କାବୁଲ,୬।୧୦: ଆଫଗାନିସ୍ତାନ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍‌ ନାଜିବ ତର୍କାଇଙ୍କ ପରଲୋକ ଘଟିଛି। କିଛି ଦିନ ପୂର୍ବରୁ ଏକ କାର ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।...

Advertisement
Archives

Model This Week