Posted inଖେଳ

ଖେଲୋ ଇଣ୍ଡିଆ ଗେମ୍ସ ଅନୁପ୍ରାଣିତ କରିଛି: ରାହି

ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ଗେମ୍ସ ଦେଶରେ ଅନେକ ପିଲାଙ୍କୁ ଖେଳରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିଛି। ୟୁଥ ଗେମ୍ସର ତିନୋଟି ସଂସ୍କରଣ ମାଧ୍ୟମରେ ଭାରତ ସରକାର ଅନେକ ପ୍ରତିଭାଙ୍କୁ ଚିହ୍ନଟ କରିଛନ୍ତି। ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରୁ ମଧ୍ୟ ଅନେକ ପ୍ରତିଭା ଚିହ୍ନଟ ହୋଇ ପାରିବେ“ ବୋଲି ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ରାହି ସର୍ନୋବତ ପ୍ରକାଶ କରିଛନ୍ତି।
‘ମୁଁ ବାସ୍ତବରେ ବେଶ ଆନନ୍ଦିତ ଯେ କେତେକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଖେଳରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରୁଛନ୍ତି ଏବଂ ଏକାଡେମୀ ତୁଳନାରେ ଅନ୍ୟ ଜିନିଷ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି ା ଅନେକ ପିଲା ବର୍ତ୍ତମାନ ଖେଳକୁ କ୍ୟାରିୟର କରିବା ପାଇଁ ଏବଂ ଖେଲୋ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ ହୋଇଛନ୍ତି ା ଭାରତର ସମସ୍ତ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଭାରତ ସରକାର ଏକ ବୃହତ ମଞ୍ଚ ପ୍ରଦାନ କରଛନ୍ତି ବୋଲି ୨୦୨୦ ଟୋକିଓ ଅଲମ୍ପିକ୍ସର ୨୫ ମିଟର ପିସ୍ତଲ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ଏହି ଶୁଟର କହିଛନ୍ତି ା ”ମୋ ମତରେ ଭାରତରେ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ଦିଗରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଏକ ପ୍ରମୁଖ ପ୍ରଭାବ ରହିବ ା ଯଦି ନୂତନ ଯୁବପିଢ଼ୀ ଏହି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରନ୍ତି ତେବେ ସେମାନେ ନିଜପାଇଁ ଏବଂ ଆଗାମୀ ପିଢ଼ୀ ପାଇଁ ଏକ ମୁଳଦୂଆ ପ୍ରସ୍ତୁତ କରିପାରିବେ“ ବୋଲି ଏହି ୨୯ ବର୍ଷୀୟା କ୍ରୀଡ଼ାବିତ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୫ ବଲ୍‌ରୁ ୧୨୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ଆଜିକୁ ଠିକ୍‌ ୮ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩, ୨୯ ଅଗଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ ଟି-୨୦ କ୍ରିକେଟ୍‌ରେ ବିଶ୍ୱ ରେକର୍ଡ କରିଥିଲେ। ଅଷ୍ଟ୍ରେଲିଆ...

ଏଲ୍‌ପିଏଲ୍‌ରେ ଏହି ଯୁବ ଖେଳାଳିଙ୍କ ଉପରେ ରାଗିଗଲେ ଆଫ୍ରିଦି: କହିଲେ ‘ପୁଅ ତୁମେ ଜନ୍ମହେବା ପୂର୍ବରୁ ମୁଁ ଶତକ ମାରୁଥିଲି’

ନୂଆଦିଲ୍ଲୀ,୧।୧୨: ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)ରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଆଫଗାନିସ୍ତାନର ଜଣେ ଯୁବ ଖେଳାଳିଙ୍କ ସହ ବଚସା କରିଥିବା ଦେଖିବାକୁ ମିଳିଛି। ସୋମବାର...

ପାରା ଅଲିମ୍ପିକ କମିଟିଠାରୁ ସ୍ବୀକୃତି ପ୍ରତ୍ୟାହାର କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୯(ପି.ଟି.)- ପାରା ଅଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ)ଠାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ବୀକୃତି ପ୍ରତ୍ୟାହାର କରିନେଇଛି। ପିସିଆଇ ଜାତୀୟ କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନ କରିବା...

୧୦୦ ମି. ବ୍ୟାକ୍‌ଷ୍ଟ୍ରୋକ୍‌ରେ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ

ଆଡିଲେଡ୍‌,୧୪।୬(ଏପି): ଅଷ୍ଟ୍ରେଲୀୟ ସନ୍ତରଣକାରୀ କୋଲି ମ୍ୟାକ୍‌କେଓନ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ ଇଭେଣ୍ଟରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ଅଲିମ୍ପିକ ଟ୍ରାଏଲ୍ସରେ ୧୯ ବର୍ଷୀୟ...

ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର

ଦୁବାଇ, ୨୭।୧୦(ଏଏଫପି): ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର ହୋଇଛନ୍ତି। ଏହି ଦୁଇଦଳ ଯଥାକ୍ରମେ ନାଇଜେରିଆ ଓ ବର୍ମୁଡାକୁ ହରାଇ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି।...

ଆଇପିଏଲ- ୧୪: ପନ୍ତ- ରାହୁଲ ମୁକାବିଲା

ମୁମ୍ବାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ...

ଷ୍ଟୋକ୍ସଙ୍କ ବିରଳ ସଫଳତା

ସାଉଥାମ୍ପଟନ,୧୧।୭: ଇଂଲଣ୍ଡ ଅଲରାଉଣ୍ଡର ତଥା କାମଚଳା ଅଧିନାୟକ ବେନ୍‌ ୍ଯଯୋକ୍ସ ଏକ ବିରଳ ସଫଳତା ତଥା ରେକର୍ଡ ଅର୍ଜନ କରିଛନ୍ତି। ସେ ଟେଷ୍ଟ ଫର୍ମାଟରେ ବିଶ୍ୱର...

ପ୍ରତ୍ୟାଶାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ବାଳିକା ସନ୍ତରଣରେ ଓଡ଼ିଶାର ପ୍ରତ୍ୟାଶା ରାୟଙ୍କୁ ଦ୍ୱିତୀୟ...

Advertisement
Archives

Model This Week