‘ଖୁସି’ ଯୋଜନା ଦିଗହରା

ଅନୁଗୋଳ ଅଫିସ୍‌, ୮।୨ – ଅନୁଗୋଳ ଜିଲାରେ ଦିଗହରା ହୋଇଯାଇଛି ସରକାରଙ୍କ ‘ଖୁସି’ ଯୋଜନା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ସାନିଟାରି ନାପକିନ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ପଡ଼ି ନଷ୍ଟ ହୋଇଯାଇଛି। କାହିଁକି ଏହାର ଯତ୍ନ ନିଆଗଲା ନାହିଁ କି ସ୍କୁଲକୁ ବଣ୍ଟନ କରାଗଲା ନାହିଁ ତାହାର ଉତ୍ତର କାହା ନିକଟରେ ନାହିଁ। ତେବେ କେଉଁ କାରଣ ପାଇଁ ସରକାରୀ ଯୋଜନାକୁ ଏପରି ଦିଗହରା କରିଦିଆଯାଇଛି ତାହାର ତଦନ୍ତ କରାଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି।
ଋତୁସ୍ରାବକୁ ନେଇ ମହିଳାଙ୍କ ମଧ୍ୟରେ ଥିବା ସଙ୍କୋଚ ମନୋଭାବ ଦୂର ସହ ଏହି ସମୟରେ ସେମାନେ କିପରି ନିଜର ଆବଶ୍ୟକ ଯତ୍ନ ନେବେ ସେ ନେଇ ବିଦ୍ୟାଳୟସ୍ତରରୁ କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏବଂ ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା। ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ସହ ଆଶ୍ରମ ସ୍କୁଲଗୁଡ଼ିକରେ ପଢ଼ୁଥିବା କିଶୋରୀମାନଙ୍କ ପାଇଁ ଏହି ନାପ୍‌କିନ୍‌ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଏଥିରେ ଲକ୍ଷ୍ୟ ରଖାଯାଇଥିଲା। ପ୍ରତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ଏ ନେଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଅନୁଗୋଳ ଜିଲାରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ମଧ୍ୟ କାର୍ଯ୍ୟକାରୀ କରାଯିବା ସହ ସିଡିଏମ୍‌ଓଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପ୍ରକଳ୍ପ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ତାହା ସୁରୁଖୁରରେ ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଜନା କିପରି ବାଟବଣା ହୋଇଛି ତାହାର ଉଦାହରଣ ଏବେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡ଼ି ନଷ୍ଟ ହୋଇଯାଇଥିବା ହଜାର ହଜାର ସାନିଟାରି ନାପକିନକୁ ଦେଖି ବେଶ୍‌ ବୁଝାପଡ଼ୁଛି ବୋଲି ସହରବାସୀ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲା ଟ୍ରକ୍‌ ମାଲିକ ସଂଘ ଦ୍ୱାରା ନିର୍ମିତ ସେବା ଭବନର ଠିକ୍‌ ପଛ ପାର୍ଶ୍ୱ ଘରର ଖୋଲା ଅଗଣାରେ ଉକ୍ତ ନାପ୍‌କିନ୍‌ଗୁଡ଼ିକ ଫୋପାଡ଼ି ଦିଆଯାଇଛି। ଦୀର୍ଘଦିନ ଧରି ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ତାହାକୁ ପକାଇ ରଖାଯାଇଥିବାରୁ ଲକ୍ଷ ଲକ୍ଷ ଟଙ୍କାର ସାନିଟାରି ନାପକିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେମାନଙ୍କ ସୁସ୍ଥତା ସମ୍ପର୍କରେ କିଶୋରୀମାନଙ୍କୁ ସଚେତନ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନାପ୍‌କିନ୍‌ଗୁଡ଼ିକୁ କେଉଁ କାରଣରୁ ଏଠାରେ ପକାଇ ଦିଆଯାଇଛି ତାହାର ଉତ୍ତର କାହାରି ପାଖରେ ନାହିଁ। ଏପରି କି କେତେ ପରିମାଣରେ ନାପ୍‌କିନ୍‌ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗଚ୍ଛିତ ଥିଲା ସେ ସମ୍ପର୍କରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଅବଗତ ନ ଥିବା ସୂଚନା ମିଳିଛି। ଏ ନେଇ ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଆସିଥିବା ନାପ୍‌କିନ୍‌ଗୁଡ଼ିକ ପ୍ରଥମରୁ ଧିମା ଗତିରେ ବିଦ୍ୟାଳୟଗୁଡ଼ିକୁ ବଣ୍ଟନ କରାଯାଇଥିଲା। ଫଳରେ ଠିକ୍‌ ସମୟରେ ଆବଣ୍ଟନ ହୋଇ ନ ଥିବାରୁ ଏପରି ସମସ୍ୟା ହୋଇଛି। ତେବେ ଏକ୍ସପାରି ଡେଟ୍‌ ଚାଲିଯାଇଥିବାରୁ ତାହାକୁ ଏପରି ଅବସ୍ଥାରେ ପକାଯାଇଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। ଏ ନେଇ ସିଡିଏମ୍‌ଓ ଅମରେନ୍ଦ୍ରନାଥ ମହାନ୍ତିଙ୍କ ସହ ମୋବାଇଲ ନଂ ୯୪୩୯୯୮୧୩୩୧ରେ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ। ଅନ୍ୟପକ୍ଷରେ ଜିଲାପାଳ ମନୋଜ କୁମାର ମହାନ୍ତି ଏପରି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି। ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ କାହାର ଏବଂ କେଉଁଠି ତ୍ରୁଟି ରହିଲା, କେଉଁ କାରଣରୁ ଏତେ ସଂଖ୍ୟାରେ ନାପ୍‌କିନ୍‌ ଅଗଣାରେ ଖୋଲାରେ ପକାଇ ରଖାଯାଇଥିଲା ତାହାର ତଦନ୍ତ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri