ଖୁଣ୍ଟା ବ୍ଲକରେ ବର୍ଷାଭାବ : ଚାଷ କାମ ବିଳମ୍ବ, ଚିନ୍ତାରେ ଚାଷୀ

ଖୁଣ୍ଟା ,୫ା୮(ଡି.ଏନ୍‌.ଏ.): କେବଳ ବର୍ଷା ପାଣି ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରି ଆସୁଥିବା ଖୁଣ୍ଟା ବ୍ଲକର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଶ୍ରାବଣ ମାସର ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ଫଳରେ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ଗତ ମାସରେ କାଳ ବୈଶାଖୀ ଓ ଲଘୁଚାପ ପ୍ରଭାବରେ ୪/୫ ଦିନ ବର୍ଷା ହୋଇଥିବା ବେଳେ ସେହି ପାଣିରେ କେତେକ ଚାଷୀ ତଳି ପକାଇଥିଲେ। ଉକ୍ତ ତଳି ଏବେ ରୋଇବା ଅବସ୍ଥାକୁ ଆସିଥିଲେ ମଧ୍ୟ ବର୍ଷା ଅଭାବରୁ ଜମି ଚାଷ ହୋଇପାରୁ ନାହିଁ। ସେହିପରି ଅନ୍ୟ କେତେକ ଚାଷୀ ତଳି ପକାଇବା ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବର୍ଷାଭାବରୁ ଜମି ଫାଟି ଆଁ କଲାଣି। କେତେକ ସ୍ଥାନରେ ତଳିଘେର ମଧ୍ୟ ଶୁଖି ଗଲାଣି। ଚାଷୀମାନେ ବିଭିନ୍ନ ସଂସ୍ଥାରୁ ଋଣ କରି ଅଧିକ ଅମଳ ଆଶାରେ ଚଢା ଦାମ ଦେଇ ବିହନ କିଣି ତଳି ପକାଇ ଥିଲାବେଳେ ଏଭଳି ପରିସ୍ଥିତିରେ ସେମାନେ ଦୁଶ୍ଚିନ୍ତାରେ କାଳ କାଟୁଛୁନ୍ତି। ବ୍ଲକ ଅଧୀନରେ ଛୋଟ ଛୋଟ କେତୋଟି ଆଡ଼ି ବନ୍ଧ ରହିଥିଲେ ମଧ୍ୟ ବର୍ଷା ନ ହେବାରୁ ସେଥିରେ ପାଣି ନାହିଁ। ଫଳରେ ଚାଷୀମାନେ ନିରାଶ ହୋଇପଡିଛନ୍ତି। ଯେଉଁ କେତୋଟି ସେଚ ପଏଣ୍ଟ କାର୍ଯ୍ୟକ୍ଷମ ଅଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କୃଷି ବିଭାଗ ସୂଚନା ଅନୁଯାୟୀ ବ୍ଲକ ଅଧୀନରେ ଚଳିତ ଖରିଫ ଋତୁରେ ୧୩,୫୫୦ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଛି। ଗତ ବର୍ଷ ଜୁଲାଇ ସୁଦ୍ଧା ଚାଷ ଉପଯୋଗୀ ବର୍ଷା ହୋଇଥିବା ବେଳେ ଚଳିତବର୍ଷ ୫୦ ପ୍ରତିଶତ କମ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଚାଷୀମାନେ ନିଜସ୍ବ ଆୟୋଜନରେ ମାତ୍ର ୨୦ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ କରିପାରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ସ୍ବଳ୍ପ ପରିମାଣର ବର୍ଷା ହୋଇଛି। ସେହି ବର୍ଷା ଚାଷ ପାଇଁ ଯଥେଷ୍ଟ ନୁହେଁ ବୋଲି ଚାଷୀ ଭବେଶ୍ୱର ମହଲା କହିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚଳିତ ବର୍ଷ ଖରିଫ ଚାଷ ନିଶ୍ଚିତ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି

କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

ଯମେଶ୍ୱର ମନ୍ଦିର ଅବହେଳିତ

ପୁରୀ ଅଫିସ,୯।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବକିତାବ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ବୁଝିଥାଏ। ଅର୍ଥାତ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ବଜେଟ୍‌ ଉପସ୍ଥାପନ କରି ଆୟବ୍ୟୟ ଦର୍ଶାଇଥାଏ। ସେହିଭଳି...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

କୃଷ୍ଣପ୍ରସାଦ,୨ା୮(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସମନ୍ବିତ ଶିଶୁ ବିକାଶ ବିଭାଗ ତରଫରୁ ଗୁରୁବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି| କାର୍ଯ୍ୟକ୍ରମକୁ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ...

ପ୍ରତ୍ୟୁଷାଙ୍କୁ ମିସ୍‌ ଭର୍ଚୁଆଲ ଇନ୍‌କ୍ଲ୍ୟୁଶନ ୨୦୨୦ ମୁକୁଟ

ଅନୁଗୋଳ ଅଫିସ୍‌, ୭।୮ – ଅନୁଗୋଳ ଝିଅ ପ୍ରତ୍ୟୁଷା ଅମାନ୍ତ ମିସ୍‌ ଭର୍ଚୁଆଲ ଇନ୍‌କ୍ଲ୍ୟୁଶନ ମଡେଲ-୨୦୨୦ର ମୁକୁଟ ବିଜୟିନୀ ହୋଇଛନ୍ତି। ଅନୁଗୋଳ କଲେଜ ଛକ ସ୍ଥିତ...

ଗଞ୍ଜେଇ ନେଉଥିବାବେଳେ ଧରାପଡିଲେ, ମହିଳାଙ୍କ ସମେତ ୪ ଗିରଫ

ସୁନ୍ଦରଗଡ଼,୧୯।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଓ ଏକ ମାରୁତି କାର ଜବତ କରିଛି। ଘଟଣାରେ ସମ୍ପୃକ୍ତ...

୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କଲା ଜେଏସ୍‌ଡବ୍ଲ୍ୟୁ

କୁଜଙ୍ଗ,୨୦ା୫(ଡି.ଏନ୍‌.ଏ.): ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ପଞ୍ଚାୟତ ସମେତ ସନ୍ନିକଟ ବାଲିତୁଠ ପଞ୍ଚାୟତର ୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କରାଯାଇଛି।...

Advertisement
Archives

Model This Week