ଖାଲି ହେଲା ଆମ୍ବ ବଜାର: ୩ ଦିନରେ ୪ ହଜାର କୁଇଣ୍ଟାଲ ଆମ୍ବ ନଷ୍ଟ 

ବ୍ରହ୍ମପୁର ଅଫିସ,୧୫ା୫-ବ୍ରହ୍ମପୁର ମହାନଗର ନିଗମ ନିର୍ଦ୍ଦେଶରେ ଅନ୍ଧପସରା ରୋଡ ନିକଟସ୍ଥ ଆମ୍ବ ବଜାର ଗୁରୁବାର ଖାଲି କରାଯାଇଛି। ବିଏମ୍‌ସିର ନିର୍ଦ୍ଦେଶ ପ୍ରକାରେ ଭୋର ୪ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀମାନେ ମାର୍କେଟରେ ଥିବା ସମସ୍ତ ଆମ୍ବ ଖାଲି କରିଛନ୍ତି ା କିନ୍ତୁ ୩ ଦିନ ମାର୍କେଟ ବନ୍ଦ ଯୋଗୁ ୪ହଜାର କୁଇଣ୍ଟାଲ ଆମ୍ବ ନଷ୍ଟ ହେବାରୁ କୋଟିଏ ଟଙ୍କାର କ୍ଷତି ସହିଥିବା ବ୍ୟବସାୟୀମାନେ କହିଛନ୍ତି ା ଆମ୍ବ ପାଚିବାକୁ ୪୮ ଘଣ୍ଟା ସମୟ ଆବଶ୍ୟକ ରହିଥିବା ବେଳେ ଏହାଠାରୁ ଅଧିକ ସମୟ ରହିବା ଯୋଗୁ ପ୍ରାୟ ୪ ହଜାର କୁଇଣ୍ଟାଲ ଆମ୍ବ ପଚି ନଷ୍ଟ ହୋଇ ଯାଇଥିବା ବ୍ୟବସାୟୀମାନେ କହିଛନ୍ତି। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ସୋମବାରଠାରୁ ବିଏମ୍‌ସି ପକ୍ଷରୁ ମାର୍କେଟ ବନ୍ଦ କରାଯାଇଥିଲା ା ଫଳରେ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡିଥିବା ସଂଘ ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ କହିଛନ୍ତି ା ସାମାଜିକ ଦୂରତ୍ୱ ନିୟମ ପାଳନ ସହ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମାବଳୀ ପାଳନ କରିବା ନେଇ ବ୍ୟବସାୟୀମାନେ ସମ୍ମତି ପ୍ରକାଶ କରିବା ସହ ମାର୍କେଟ ଖୋଲିବାକୁ ଅନୁମତି ଦେବାକୁ ପ୍ରଶାସନ ଓ ବିଏମ୍‌ସି କମିଶନରଙ୍କୁ ନିବେଦନ କରାଯାଇଛି ା ମାର୍କେଟରେ ୮୨ ଷ୍ଟଲ ଥିବା ବେଳେ ସେଥିରୁ ୧୫ ହୋଲସେଲ ଷ୍ଟଲ ରହିଛି। ଏହାବ୍ୟତୀତ ଅନ୍ୟ ସମସ୍ତ ଖୁଚୁରା ଦୋକାନ ା ତେଣୁ ବ୍ରହ୍ମପୁର ମହାନଗର ନିଗମ ଅନୁମତି ଦେଲେ ବ୍ୟବସାୟୀଙ୍କ ସହ ଗ୍ରାହକ ଉପକୃତ ହୋଇପାରିବେ ବୋଲି ସଂଘ ସମ୍ପାଦକ କହିଛନ୍ତି ା
(((((((ଫଟୋ——୫


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri