ଖାଇବାକୁ ମିଳୁନି, ଋଣ ଅସୁଲ ହେଉଛି  

ସମ୍ବଲପୁର, ୧୧।୬ (ବ୍ୟୁରୋ)-ସରକାର ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଋଣ ଅସୁଲ କରିବା ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ନିର୍ଦ୍ଦେଶ ପାଳନ ନ କରି ମହିଳାମାନଙ୍କ ଠାରୁ ଋଣ ଅସୁଲ କରୁଛନ୍ତି । ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ ଗାଳିଗୁଳଜ କରିବା ସହ ଧମକ ଦେଉଛନ୍ତି। ଲକ୍‌ ଡାଉନ ପାଇଁ ରୋଜଗାର ବନ୍ଦ ହୋଇ ପଡିଛି। ଘରେ ଖାଇବା, ଔଷଧ କିଣିବାକୁ ଟଙ୍କା ନାହିଁ । ଏଭଳି ପରିସ୍ଥିତିରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଅସୁଲ କରିବା ପାଇଁ ଦାଦାଗିରି କରୁଛନ୍ତି। ଗୁରୁବାର ଏଭଳି ଅଭିଯୋଗ ନେଇ ମହିଳାମାନେ ଜିଲାପାଳଙ୍କ ଅଫିସକୁ ଆସି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଋଣ ଦେବା ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାମାନଙ୍କୁ ଋଣ ଦେଇଥିଲେ। ସେମାନେ ଉକ୍ତ ଟଙ୍କା ନେଇ ବ୍ୟବସାୟରେ ଲଗାଇଲେ। କରୋନା ପାଇଁ ଲକଡାଉନ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ଫଳରେ ଆୟ ହୋଇପାରୁ ନାହିଁ। ହେଲେ କମ୍ପାନୀ କର୍ମଚାରୀମାନେ ପୂର୍ବ ଭଳି ଟଙ୍କା ଅସୁଲ କରିବା ପାଇଁ ଆସୁଛନ୍ତି। ସରକାରଙ୍କ ନିୟମ ଅନୁସାରେ ଏବେ ଟଙ୍କା ଦେଇ ପାରିବୁ ନାହିଁ ବୋଲି କହିବା ପରେ ମଧ୍ୟ ସେମାନେ ମାନସିକ ଚାପ ଦେଉଛନ୍ତି। ସେମାନଙ୍କୁ ଲକ୍‌ ଡାଉନ ଖୋଲିବା ପର୍ଯ୍ୟନ୍ତ ସମୟ ମାଗିଲେ ମଧ୍ୟ ଶୁଣୁନାହାନ୍ତି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ ଗୁଡିକୁ ଋଣ ଅସୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ କହିଛନ୍ତି । ଯଦି କୌଣସି ସୁଫଳ ନ ମିଳେ ତେବେ ମହିଳାମାନେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସସ୍ମିତା ପଣ୍ଡା, ଅମୂଲ୍ୟା ମେହେର, ସଞ୍ଚଳା ଓରାମ, ସଞ୍ଜୁ ମହାନନ୍ଦ, କୁନ୍ତ ସେଠୀ, ସୁମିତ୍ରା ସୁରଜନ୍‌, ତାରାକାନ୍ତି ପଣ୍ଡା, ମମତା ନାଏକ, ସ୍ବପ୍ନାପ୍ରିୟା ମହାପାତ୍ର, ସନ୍ତୋଷିନୀ ପଟ୍ଟନାୟକ, ସୁବର୍ଣ୍ଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ; ବ୍ୟବହୃତ ହାଇଓ୍ବା, କାର୍‌ ଜବତ

ଜମନକିରା, ୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଘଟିଥିବା ବାଇକ ଦୁର୍ଘଟଣାରେ...

ବର୍ଷକରେ ଲଣ୍ଡା ପାହାଡ଼ ହେଲା ସବୁଜ ବନାନୀ

ସମ୍ବଲପୁର,୧୧ା୧୦(ବ୍ୟୁରୋ): ପତରା ଜଙ୍ଗଲ କିସମ ହୋଇଥିଲେ ସୁଦ୍ଧା ଲଣ୍ଡା ହୋଇ ପଡ଼ିରହିଥିଲା। ବନ ବିଭାଗ ପ୍ରଚେଷ୍ଟାରେ ଏକବର୍ଷ ଭିତରେ ଏବେ ସବୁଜ ବନାନୀରେ ପରିଣତ ହୋଇଛି।...

ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ...

ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ: ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ

ସମ୍ବଲପୁର, ୧।୧୧ (ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ବି.କେ. ପାଣ୍ଡିଆନ ଗୁରୁବାର ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ...

ଟିକିରା ନଦୀରୁ ବାଲି ଚୋରା ଚାଲାଣ

ନାକଟିଦେଉଳ,୨୪ା୨(ଡ଼ି.ଏନ.ଏ.): ନାକଟିଦେଉଳ ତହସିଲ ଅନ୍ତର୍ଗତ ବାଟଗାଁ ରାଜସ୍ବ ସର୍କଲର ଟିକିରା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

କେନ୍ଦୁପତ୍ର ବାନ୍ଧି ଶୋଇଥିଲେ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

ରେଢ଼ାଖୋଲ,୨୦।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଗାଡୁମୁଣ୍ଡା କେନ୍ଦୁପତ୍ର ଫଡିରେ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର...

ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ...

ନାବାଳିକାଙ୍କୁ ବଳାତ୍କାର କରି ପୂର୍ବତନ ସରପଞ୍ଚ ଗିରଫ

ନାକଟିଦେଉଳ,୨୩ା୪(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ନାକଟିଦେଉଳ ପୋଲିସ ଏହି ବ୍ଲକ ଅନ୍ତର୍ଗତ ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା(୫୪)ଙ୍କୁ ଗିରଫ କରିଛି।...

Advertisement
Archives

Model This Week