ଖଲ୍ଲିକୋଟ ସିଡିପିଓଙ୍କୁ କାରଣଦର୍ଶାଅ ନୋଟିସ: ମମତା ସହାୟତା ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୨୩ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସମାଜ ମଙ୍ଗଳ ବିଭାଗର ଏକ ସମୀକ୍ଷା ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ମମତା ଯୋଜନାର ଅଗ୍ରଗତି ସମୀକ୍ଷା କରିବା ସହ ଠିକ୍‌ ସମୟରେ ସହାୟତା ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୯୯ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୨ ଗର୍ଭବତୀଙ୍କୁ ଅନୁଦାନ ଏଯାବତ୍‌ ମିଳିନି।
ଏହି ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ କରିବା ସହ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହିଁକି ସହାୟତା ରାଶି ଦିଆଯାଇନି ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଜଣାଇବାକୁ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୋ ସରକାର କାର୍ଯ୍ୟକ୍ରମରେ ଉକ୍ତ ବିଭାଗ ଡିସେମ୍ବର ୧ରେ ସାମିଲ ହେବାକୁ ଯାଉଥିବାରୁ ଠିକ୍‌ ଭାବେ ସବୁ ଯୋଜନା କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ଜିଲାରେ ୪୯ ଅଙ୍ଗନୱାଡି କର୍ମୀ ଓ ୮ ଅଙ୍ଗନୱାଡି ସହାୟିକା ପଦବୀ ଖାଲି ପଡିଛି। ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ସିଡିପିଓ ଓ ସୁପରଭାଇଜରମାନେ ନିୟମିତ ପରିଦର୍ଶନରେ ଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୬୮୯ ଅଙ୍ଗନୱାଡି କେନ୍ଦ୍ର କୋଠାର ନିର୍ମାଣ ଚାଲିଥିବା ବେଳେ ୮୪୬ କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇନି। ବିନା ପାଣିରେ ଅଙ୍ଗନୱାଡି କେନ୍ଦ୍ର ଚାଲିପାରିବନି ଏବଂ ଏହାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ସିଡିପିଓଙ୍କ କାର୍ଯ୍ୟ ଅତି ନୈରାଶ୍ୟଜନକ ରହିଛି ଏବଂ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତିି। ଅଙ୍ଗନୱାଡି କେନ୍ଦ୍ରରେ କର୍ମୀମାନଙ୍କର ଦିଆଯାଉଥିବା ତଥ୍ୟ ଠିକ୍‌ ରହୁ ନ ଥିବା ଜିଲା ଟିମ୍‌ ପରିଦର୍ଶନ ବେଳେ ଜାଣିବାକୁ ମିଳୁଛି। ଏହାର ନିୟମିତ ଯାଞ୍ଚ ହେବ ବୋଲି ଜିଲାପାଳ କହିଥିଲେ। ଛତୁଆ କେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳକ ଏବଂ ଛତୁଆ ପ୍ରସ୍ତୁତି ବେଳେ ଶିଶୁମାନଙ୍କ ଅଭିଭାବକ ଏଣିକି ଉପସ୍ଥିତ ରହିବେ। ସିଡିପିଓ ଅଫିସରେ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ବାଧ୍ୟତାମୂଳକ ବୋଲି ଜିଲାପାଳ କହିଥିଲେ। ଏହି ବୈଠକରେ ଅତିିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କ ସମେତ ସିଡିପିଓମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ଗଞ୍ଜାମ,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ବଜାର ଅସ୍ଥାୟୀ ପୂଜା ମଣ୍ଡପରେ ୮ ଦିନ ଧରି ପୂଜା ପାଉଥିବା ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ରବିବାର ସନ୍ଧ୍ୟାରେ ସହରବାସୀଙ୍କଠାରୁ ବିଦାୟ ନେଇଛନ୍ତି।...

ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ...

ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ ଅର୍ଥ ଲୋଭ, ଋଣ ନ ଶୁଝିବାରୁ ହତ୍ୟା

ଶେରଗଡ଼,୮ା୧୨(ଡି.ଏନ୍‌.ଏ.) -ଶେରଗଡ ବ୍ଲକ ବାରସିଙ୍ଗି ଗ୍ରାମରେ ଗତ ୨୭ ତାରିଖ ରାତିରେ କବିତା ସେଠୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ଘଟଣାର ଫର୍ଦ୍ଦାଫାସ କରିଛି...

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧ ଗୁରୁତର

ଗଞ୍ଜାମ, ୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମ ଚାନ୍ଦିନୀ ପାଖରେ ଏକ ମାଟି ଘର କାନ୍ତ ରବିବାର ଭୁଶୁଡ଼ି ପଡ଼ିଛି। ଏହି...

ଭାଜପା ନେତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’

ବେଗୁନିଆପଡ଼ା,୨୭ା୧୧(ଡି.ଏନ୍‌.ଏ.): ରବିବାର ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ କି ବାତ୍‌ କାର୍ଯ୍ୟକ୍ରମକୁ ଭାଜପା ନେତା ଶୁଣିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡ଼େଶ୍ବରଠାରେ ଆୟୋଜିତ ହୋଇଥିଲା ଏହି...

୫ ନାବାଳକଙ୍କୁ ଧରିଲା ବଡ଼ ବଜାର ପୋଲିସ: ୩ ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୫- ଚୋରି ଅଭିଯୋଗରେ ବଡବଜାର ପୋଲିସ ବୁଧବାର ୫ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଧରିଛି। ସେମାନଙ୍କ ନିକଟରୁ ୩ ମୋବାଇଲ, ୨ ବ୍ଲୁ...

କମେଣ୍ଟମରାକୁ ନେଇ ହତ୍ୟା, ବାପ-ପୁଅ ଅଟକ

ଆସିକା,୩୦ା୫ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ କମେଣ୍ଟ ମରାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସୀମାଞ୍ଚଳ ରାଉତ। ମୃତ ସୀମାଞ୍ଚଳଙ୍କ...

Advertisement
Archives

Model This Week