‘ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରୁ ଅଲଗା କର’

ବ୍ରହ୍ମପୁର ଅଫିସ୍‌,୧୪ା୯-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଛି। ଏହି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗୋଟିଏ ପରେ ଗୋଟିଏ କଲେଜର ଛାତ୍ରୀଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବିଶେଷକରି ପରୀକ୍ଷା ପରିଚାଳନା ଏବଂ ଫଳାଫଳ ପ୍ରକାଶରେ ଗୁରୁତର ତ୍ରୁଟି ଦେଖାଦେଉଥିବା ଯୋଗୁ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏଭଳି ସମୟରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟଠାରୁ ଅଲଗା ହେବାକୁ ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଶୁକ୍ରବାର ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପରୀକ୍ଷା ପରିଚାଳନାରେ ଗୁରୁତର ବିଭ୍ରାଟ ହେଉଥିବା ଯୋଗୁ ଛତ୍ରପୁର କଲେଜକୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାର କରି ପୂର୍ବଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରଖିବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି ।
ଅଭିଯୋଗ ଯେ, ପରୀକ୍ଷା ଫଳ ବାହାରିବାରେ ବହୁ ବିଳମ୍ବ ହେଉଛି। ୨୦୧୭ରେ ଯେଉଁ ପରୀକ୍ଷା ହୋଇଥିଲା, ତାହାର ଫଳାଫଳ ଗତ ସପ୍ତାହରେ ପ୍ରକାଶ ପାଇଛି। ସେଥିରେ ପୁଣି ୮୦ପ୍ରତିଶତ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳରେ ତ୍ରୁଟି ଦେଖାଦେଇଛି। ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା ଛତ୍ରପୁର କଲେଜ। ୨୦୧୫ରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ କଲେଜ ଏହା ଅଧୀନକୁ ଆସିଲା । ତା’ ପରଠୁ ରେଗୁଲାର୍‌ ଏବଂ ଏକ୍ସ ରେଗୁଲାର୍‌ ପରୀକ୍ଷା ଠିକ୍‌ ସମୟରେ ହେଉନି । ଠିକ୍‌ ସମୟରେ ପରୀକ୍ଷା ଫଳ ବାହାରୁନି ।
ଯଦ୍ଦ୍ବାରା ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏପରିକି ବ୍ୟାକ୍‌ ପେପର୍‌ ପରୀକ୍ଷା ଦେବା ପାଇଁ ମଧ୍ୟ ଅସୁବିଧା ହେଉଛି । ଯେଉଁମାନେ ଯୁକ୍ତ ୩ରେ ଉତୀନ୍ନ ହେଉଛନ୍ତି, ସେମାନଙ୍କୁ ପ୍ରମାଣପତ୍ର ମିଳୁ ନ ଥିବା ଯୋଗୁ ଅନ୍ୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରେ ଅସୁବିଧା ହେଉଛି। ସିଲାବସ୍‌ ବାହାରୁ ପ୍ରଶ୍ନ ଆସୁଛି । ପୂର୍ବରୁ ବହୁଥର କୁଳପତିଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। କେବଳ ପରୀକ୍ଷା ନୁହେଁ ଅନ୍ୟାନ୍ୟ ଅସୁବିଧା ମଧ୍ୟ ଦୂର ହୋଇପାରୁନି। ଛତ୍ରପୁର କଲେଜରେ ପାଠ ପଢ଼ୁଥିବା ଅଧିକାଂଶ ଛାତ୍ରୀଛାତ୍ର କୃଷକ ଏବଂ ଶ୍ରମିକ ପରିବାରରୁ ଆସିଥାନ୍ତି ।
ସେମାନେ ଭଲ ପାଠ ପଢ଼ି ଜଣେ ସଫଳ ମଣିଷ ହେବାକୁ ଲକ୍ଷ୍ୟ ରଖିଥାନ୍ତି ।
କିନ୍ତୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସେମାନଙ୍କ ଭବିଷ୍ୟତ ସହିତ ଖେଳୁଛି ।
ଗରିବ ଛାତ୍ରୀଛାତ୍ରଙ୍କ ନ୍ୟାଯ୍ୟ ଦାବିକୁ ପୂରଣ କରିବାରେ ଅବହେଳା କରୁଛି ବୋଲି ଅଭିଯୋଗ କରାଯାଇଛି। ଏସବୁ ସମସ୍ୟା ନେଇ ଗୁରୁବାର ଛତ୍ରପୁର କଲେଜ ଫାଟକ ସମ୍ମୁଖରେ ଛାତ୍ରୀଛାତ୍ରମାନେ ଧାରଣା ଦେଇଥିଲେ। ଶୁକ୍ରବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । କୁଳପତିଙ୍କ ଅନୁପସ୍ଥିତିରେ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଖୁବ୍‌ ଶୀଘ୍ର ବୈଠକ ଡକାଇ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଛାତ୍ରନେତା ଇଜୁ ଅମିନ ଖାନଙ୍କ ନେତୃତ୍ୱରେ ଜଲାଲ ଖାନ, ମହେଶ ଗୌଡ଼, ଜ୍ଞାନ ରଞ୍ଜନ ସାହୁ, ତାପସ ରଥ, ଅନିଲ ରାଉଳ, ଚିଦାନନ୍ଦ ପ୍ରଧାନ, ପି. ୟାମିନି ରେଡ୍ଡୀ, ପ୍ରିୟଙ୍କା ସାହୁ ପ୍ରମୁଖ ଆନ୍ଦୋଳନରେ ଭାଗନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ…

ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri