ଖଲ୍ଲିକୋଟ କଲେଜରେ ଆର୍‌ଟିଓ କ୍ୟାମ୍ପ ଅଫିସ୍‌

ବ୍ରହ୍ମପୁର ଅଫିସ୍‌,୨୪ା୯-ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ସୋମବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ର ଏକ କ୍ୟାମ୍ପ ଅଫିସ୍‌ ଖୋଲିଛି । ବୁଧବାର ପର୍ଯ୍ୟନ୍ତ ଚାଲିିବାକୁ ଥିବା ଏହି କ୍ୟାମ୍ପ ଅଫିସ୍‌କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିଥିଲେ। ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତ୍ତମା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନ କେବଳ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଲର୍ନିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏଥିସହ ଛାତ୍ରୀଛାତ୍ରମାନେ ସେମାନଙ୍କ ଦୁଇଚକିଆ ଯାନର ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ମଧ୍ୟ ସଂଗ୍ରହ କରିଥିଲେ। ଏଥିପାଇଁ ୩ଟି ମେଶିନ୍‌ ରଖାଯାଇଛି। ଅଫିସ୍‌ରେ ଯାନବାହନର ବୀମା ପଞ୍ଜୀକରଣ ଏବଂ ନବୀକରଣ ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି କେତେକ ଦୁଇ ଚକିଆ ଯାନ ପ୍ରସ୍ତୁତକାରୀ କମ୍ପାନୀ ତରଫରୁ ହେଲମେଟ୍‌ ମଧ୍ୟ ବିକ୍ରି କରାଯାଇଥିଲା । ଛତ୍ରପୁରରେ ଆର୍‌ଟିଓ କାର୍ଯ୍ୟାଳୟ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଡିଏଲ୍‌, ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏବେ ଏସବୁ ସୁବିଧା କଲେଜ କ୍ୟାମ୍ପସ୍‌ରେ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି।
ଏହି ଅବସରରେ ଜିଲାପାଳ କୁଲାଙ୍ଗେ କହିଥିଲେ ଯେ, ନୂତନ ଟ୍ରାଫିକ ଆଇନ୍‌କୁ କଡ଼ାକଡ଼ି ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାଞ୍ଚ ମଧ୍ୟ ବ୍ୟାପକ ଭାବେ ଚାଲୁରହିଛି। ବ୍ରହ୍ମପୁରବାସୀଙ୍କ ସୁବିଧା ପାଇଁ ଖଲ୍ଲିକୋଟ କଲେଜ ପରିସରରେ କ୍ୟାମ୍ପ୍‌ ଅଫିସ୍‌ ଖୋଲାଯାଇଛି । ଗୋଟିଏ ଜାଗାରେ ଗାଡ଼ି ଚାଳକମାନେ ସମସ୍ତ ପ୍ରକାର ପ୍ରମାଣପତ୍ର ସଂଗ୍ରହ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ବ୍ରହ୍ମପୁରରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଏଆର୍‌ଟିଓ) ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନେବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ଜିଲାପାଳ କହିଥିଲେ ଯେ, ଦାବି ସମ୍ପର୍କରେ ସେ ଅବଗତ ଅଛନ୍ତି। କର୍ମଚାରୀ ଅଭାବ କାରଣରୁ ବର୍ତ୍ତମାନ ପରିସ୍ଥିତିରେ ବ୍ରହ୍ମପୁରରେ ଏଆର୍‌ଟିଓ ଖୋଲିବା ସମ୍ଭବ ନୁହେଁ। ଭବିଷ୍ୟତରେ ଏ ସମ୍ପର୍କରେ ନିଶ୍ଚିତ ବିଚାର କରାଯିବ ବୋଲି ଜିଲାପାଳ କହିଥିଲେ । ଗଞ୍ଜାମ ଆର୍‌ଟିଓ ବିଶ୍ୱାଳ କହିଥିଲେ ଯେ, ପ୍ରଥମ ଦିନରେ କେବଳ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଅଫିସ୍‌ କାର୍ଯ୍ୟ କରିବ । ବଳକା ଦୁଇ ଦିନରେ ବ୍ରହ୍ମପୁର ଜନସାଧାରଣ ଏହି ଅଫିସ୍‌ରେ ଆବଶ୍ୟକତା ପ୍ରମାଣପତ୍ର ସଂଗ୍ରହ କରିପାରିବେ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏଁ କାର୍ଯ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଅତିରିକ୍ତ ଏମ୍‌ଭିଆଇ ଏ.କେ. ଜେନା, ଟ୍ରାଫିକ୍‌ ଇନ୍ସପେକ୍ଟର ନଳିନୀକାନ୍ତ କିନାରାଙ୍କ ସମେତ ଆର୍‌ଟିଓ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଛତ୍ରପୁର ଠାରେ ପରିବହନ କାର୍ଯ୍ୟାଳୟ ରହିଥିବା ଯୋଗୁ ବ୍ରହ୍ମପୁରରୁ ଲୋକେ ସେଠାକୁ ଯାଇ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ହଇରାଣ ହେଉଥିଲେ। ଗଞ୍ଜାମ ଓକିଲ ସଂଘ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବ୍ରହ୍ମପୁରରେ ଏଆର୍‌ଟିଓ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି ହେଉଥିଲା । ପ୍ରଶାସନ ପକ୍ଷରୁ ଏଆର୍‌ଟିଓ ଖୋଲିବା ବଦଳରେ କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri