ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ।

ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ ସମୟ ବାହାରେ ବୁଲିଲେ ଶରୀରରୁ ଜଳୀୟଅଂଶ କମିଯାଇଥାଏ। ଫଳରେ ପାଣି ପିଇବା ନିହାତି ଜରୁରୀ। ଚା’ କଫିଠାରୁ ଦୂରେଇ ରୁହନ୍ତୁ। ଯେତେ ଅଧିକ ପାଣି ପିଇବେ ଶରୀର ପାଇଁ ସେତେ ଭଲ। ଏହା ଦ୍ୱାରା ଶରୀରରୁ ଅପରିଷ୍କାର ପଦାର୍ଥ ଝାଳ ଆକାରରେ ବୋହି ଯାଇଥାଏ। ଫଳରେ ତ୍ୱଚା ଭଲ ରହେ।

ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତୁ: ଜଙ୍କ୍‌ଫୁଡ ଖାଇଲେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଯେତେ ସମ୍ଭବ ଏପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

ମେକଅପ୍‌ ଲଗାଇ ଶୁଅନ୍ତୁ ନାହିଁ: ଖରାଦିନେ ହାଲ୍‌କା ମେକଅପ୍‌ ନିଅନ୍ତୁ। ମେକଅପ୍‌ ଲଗାଇ କେବେ ବି ଶୁଅନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚା ଲୋଚା ହେବାର ସମ୍ଭାବନା ଥାଏ।

ମଏଶ୍ଚରାଇଜ କରିବାକୁ ଭୁଲନ୍ତୁ ନାହିଁ : ଖରାଦିନେ ଅନ୍ତତଃପକ୍ଷେ ୨ ଥର ମଏଶ୍ଚରାଇଜ କରନ୍ତୁ। ଏହାଦ୍ୱାରା ମୁହଁରୁ ବ୍ରଣ ଦୂରେଇ ଯିବା ସହ ତ୍ୱଚା ଉଜ୍ଜ୍ୱଳ ଦିଶିବ।

ଭିଟାମିନ୍‌ ‘ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ : ତ୍ୱଚା ପାଇଁ ଭିଟାମିନ ‘ସି’ ଯୁକ୍ତ ଖାଦ୍ୟ ବହୁତ ଲାଭଦାୟକ। କମଳା, ଲେମ୍ବୁ, ଅଙ୍ଗୁର, ଟମାଟୋ ଆଦିରେ ପ୍ରଚୁର ପରିମାଣର ଭିଟାମିନ ‘ସି’ ରହିଛି। ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଶରୀର ସୁସ୍ଥ ରହିଥାଏ।

ସନ୍‌ସ୍କ୍ରିନ୍‌ ବ୍ୟବହାର କରନ୍ତୁ : ଖରାଦିନେ ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ କିରଣ ତ୍ୱଚା ପାଇଁ ବହୁ କ୍ଷତିକାରକ। ତେଣୁ ସନ୍‌ସ୍କ୍ରିନ ବ୍ୟବହାର କରିବା ନିହାତି ଆବଶ୍ୟକ। ସନ୍‌ସ୍କ୍ରିନ ଲୋଶନ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri