ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ଛକରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ଅଛି, ଗ୍ରାମବାସୀ ଭାଇମାନେ ଜାଣନ୍ତୁ, ପୋଲିସମାନେ କହୁଛନ୍ତି, ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି; ଯେଉଁଠି ପାଇବେ ସେଇଠେ ପଶି ଖାଇବେ। ବେବିନା,ସ୍ନେହଲତା ଓ କୁନ୍ଦୁଲି ଛାତ୍ରୀର ଦୋଷୀ ବାହାରେ ବୁଲୁଛନ୍ତି। ତୁମେମାନେ ସେମାନଙ୍କ ଉପରେ କ’ଣ କରିଛ କୁହ। କନ୍ଧମାଳ ଜିଲାରେ ମହାପ୍ରୟାଣ ଯୋଜନା ବାଟବଣା ଯୋଗୁ ଜନସାଧାରଣ ବାରମ୍ବାର ହଟହଟା ହେଉଛନ୍ତି। ମାଓବାଦୀ ଯଦି ଲୋକଙ୍କୁ ହିଂସା ପଥରେ ନେଉଛନ୍ତି ତା’ହେଲେ ତୁମେମାନେ କ’ଣ ପାଇଁ ଠେଙ୍ଗା, ବନ୍ଧୁକ, ଲାଠି ଚାର୍ଜ କରି ଆନ୍ଦୋଳନକାରୀଙ୍କ ଉପରେ ଟିୟର ଗ୍ୟାସ ଓ ବାଲାଟ ଫିଙ୍ଗୁଛ। ଯଦି ତୁମେମାନେ ସାଧୁ ତା’ହେଲେ କାହଁିକି ତୁମେ ଗାଁକୁ ଗଲେ ଲୋକେ ତାଟି କବାଟ ପକାଉଛନ୍ତି। ବିରାଡ଼ି କେବେ ବୈଷ୍ଣବ ହେବ ନା ତୁମେମାନେ କେବେ ସାଧୁ ହେବ। ଆମେମାନେ ସମ୍ପୂର୍ଣ୍ଣ ଭାବେ ସାମୁହିକ ସ୍ତରରେ ସାମିଲ ଅଛୁ। କ’ଣ ପାଇଁ ଆମେ ତୁମ ପାଖରେ ହାର ମାନିବୁ। ଯେ ପର୍ଯ୍ୟନ୍ତ ସମାଜରେ ଶୋଷଣ ଅବହେଳା ଥିବ ସେ ପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବା ଅସମ୍ଭବ। ଏବେ ଶୁଣ ବିଜ୍ଞାନ ନିୟମକୁ ଶୋଷଣ ଦମନରୁ ବିକ୍ଷୋଭ ପ୍ରତିରୋଧକୁ ବି ଜନ୍ମ ଦେଲା। ପ୍ରତିରୋଧ ଯୋଗୁୁ ଦମନ ଆରମ୍ଭ ହେବ। ସିପିଆଇ (ମାଓବାଦୀ) କେକେବିଏନ ଡିଭିଜନ କମିଟି ା ଆଦି ଲେଖା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରୁନି ଡ୍ରେନେଜ୍‌, ସାମାନ୍ୟ ବର୍ଷାରେ ସ୍କୁଲରେ ଜମୁଛି ପାଣି

ତେନ୍ତୁଳିଖୁଣ୍ଟି, ୧୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଛି। ଜଳ ନିଷ୍କାସିତ ହୋଇ ନ...

ରେଢ଼ାଖୋଲ ବନଖଣ୍ଡରେ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ରେଢ଼ାଖୋଲ,୨୩।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ ରେଞ୍ଜ ଅଧୀନ ଭାଲିଆକଟା ପଞ୍ଚାୟତର ବଡ଼ବପାଟି ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନବିଭାଗ ଉକ୍ତ...

ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି...

ମଣ୍ଡିରେ ଉପାସ ରହିବେନି ଚାଷୀ

ପାରଳାଖେମୁଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଜପତି ଜିଲାରେ ମଣ୍ଡିକୁ ଧାନବିକ୍ରି କରିବାକୁ ଆସୁଥିବା ଚାଷୀମାନେ ଆଉ ଉପାସ ରହିବେନି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।...

ରାସ୍ତା ପାଲଟିଲା ଜନସମୁଦ୍ର

ବାଲେଶ୍ୱର ଅଫିସ,  ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ...

ଶିଶୁପୁତ୍ରକୁ ଯୌନ ନିର୍ଯାତନା, ଉତ୍ତର ପ୍ରଦେଶର ଜଣେ ଗିରଫ

ବଲାଙ୍ଗୀର ଅଫିସ, ୯।୧: ବଲାଙ୍ଗୀର ସହରରେ ଉତ୍ତର ପ୍ରଦେଶର ଜଣେ ଯୁବକ ଭଡ଼ା ରହୁଥିଲେ। ସେ ଭଡାରେ ରହୁଥିବା ମାଲିକଙ୍କ ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ...

ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତାନାହିଁ

ବରୀ,୨୫ା୮(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ବରୀ ପଞ୍ଚାୟତ ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତା ନାହିଁ। ଫଳରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାତାୟାତ କରିବାରେ ବହୁ ଅସୁବିଧାର...

ପୁଅ-ବୋହୂଙ୍କ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ମା’ ବାପା

ବାଲେଶ୍ୱର ଅଫିସ, ୮।୭: ପିଲାମାନେ ବଡ଼ ହେଲେ ବୃଦ୍ଧାବସ୍ଥାରେ ବାପା ମା’ଙ୍କ ସାହାରା ହେବେ ବୋଲି ଭାବିଥାନ୍ତି। ହେଲେ ଆଜିକାଲି ପୁଅ ବୋହୂ ସେମାନଙ୍କ ଉପରେ...

Advertisement
Archives

Model This Week