ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର

କଟକ ଅଫିସ୍‌,୨୦ା୬:  ସ୍ବଦେଶୀ ବୈଷୟିକ ଜ୍ଞାନ କୌଶଳ ଓ ସମ୍ବଳକୁ ଆଧାର କରି ରାଜ୍ୟରେ କରୋନା ମୁକାବିଲା ପାଇଁ ନୂତନ ଉଦ୍ଭାବନ ଜାରି ରଖିଛି। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲକ୍‌ଡାଉନ୍‌ ସମୟରେ ଲଗାତାର ଭାବେ ଅନେକ ନୂତନ ଉଦ୍ଭାବନ କରି ଅନୁଷ୍ଠାନ ଜାତୀୟସ୍ତରରେ ପ୍ରଶଂସିତ ମଧ୍ୟ ହୋଇଛି। କିଛି ଦିନ ତଳେ ପ୍ରସ୍ତୁତ ହୋଇଥିଲା ଦୁଇଟି ରୋବୋଟ୍‌। ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଉକ୍ତ ଦୁଇ ରୋବୋଟ୍‌ର ନାମ ଥିଲା କୋ-ବଟ୍‌ ଓ ନିଗା-ବଟ୍‌। ଏହା ପୂର୍ବରୁ ଫୁଟ୍‌ ଅପରେଟେଡ ସାନିଟାଇଜର ଓ ସାମ୍ପଲ ସଂଗ୍ରହ କିଓସ୍କ, ବିଶୋଧନାଗାର, ଥର୍ମାଲ ଗନ୍‌ ପ୍ରସ୍ତୁତ କରିଥିବା ବେଳେ ବର୍ତ୍ତମାନ ଅନୁଷ୍ଠାନର ଉଦ୍ଭାବନ ତାଲିକାରେ ଯୋଡ଼ି ହୋଇଛି ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ହ୍ୟାଣ୍ଡ ସାନିଟାଇଜର ଯନ୍ତ୍ର ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଏକ ସମୟରେ ବହୁ ଲୋକ ନିଜକୁ ଜୀବାଣୁମୁକ୍ତ କରିପାରିବେ। ବିନା ବିଦ୍ୟୁତ୍‌ରେ ଏହା ପରିଚାଳିତ ହୋଇପାରିବ। ଏଥିରେ ୫ଶହ ଲିଟର କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କର ସୁବିଧା ରହିଛି। ଏହାକୁ  ପ୍ରତିଷ୍ଠାନର ୱେଲଡର ଏବଂ ଫିଟର ଟ୍ରେଡର ପ୍ରଶିକ୍ଷକମାନେ ପ୍ରସ୍ତୁତ କରିଛନ୍ତି। ପ୍ରସ୍ତୁତିରେ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଆଇଟିଆଇ ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ହତ୍ୟାକାରୀଙ୍କ ନିକଟତର ପୋଲିସ

ଫୁଲବାଣୀ ଅଫିସ, ୨୭ା୧୨: କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରିବା ଘଟଣାରେ...

ଶୁଆ ପାଇଁ କାନ୍ଦୁଛି ସ୍ବାଇଁ ପରିବାର

ନବରଙ୍ଗପୁର,୨୮।୧୦(ବି.ପ୍ର.): ୩୦ ବର୍ଷ କାଳ ଏକ ପରିବାରରେ ରହି ରୁବି ହୋଇଯାଇଥିଲା ଘରର ଜଣେ ସଦସ୍ୟ। ବର୍ତ୍ତମାନ ତା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଛି ସ୍ବାଇଁ...

ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି। ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଯୋଗେ କହିଛନ୍ତି, ଦଶମ...

ଗଞ୍ଜେଇ ଚାଲାଣ ବେଳେ ଗୋଲୁର ସରପଞ୍ଚ ଗିରଫ

କୋରାପୁଟ,୪ା୪(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଥାନା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଦେଇ ଝାଡଖଣ୍ଡ ଗଞ୍ଜେଇ ଚାଲାଣ ବେଳେ ସୋମବାର ଆନ୍ଧ୍ରର ଆରକୁ...

୨ ହାତୀଦାନ୍ତ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି। ସେ...

ମଇମୁରା ଜଙ୍ଗଲରେ ମାଫିଆଙ୍କ ଆଖି

ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ...

ପରିତ୍ୟକ୍ତ କୂଅରୁ ଅଜଗର ଉଦ୍ଧାର

ଅମରପାଲି, ୧୯।୭ (ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ସୁବଳୟାରେ ନଦୀପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଏକ ଅଜଗରକୁ ଉଦ୍ଧାର କରିଛି। ଅପରାହ୍ନ...

ଜଙ୍ଗଲ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଜଙ୍ଗଲ ପରିଚାଳନାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ମିଳିଛି। ଆଇଏସ୍‌ଏଫ୍‌ଆର୍‌ ରିପୋର୍ଟ-୨୦୧୯ ଅନୁସାରେ ଟେକ୍ନୋଲୋଜି ପ୍ରୟୋଗ ମାଧ୍ୟମରେ ଜଙ୍ଗଲ ଓ ଜଙ୍ଗଲ ପରିଚାଳନାର...

Advertisement
Archives

Model This Week