ଖଣି ଦୁର୍ନୀତି ମାମଲା : ହାଜର ହେଲେ ୯ରୁ ୮ କମ୍ପାନୀଜରିମାନା ଅର୍ଥ ନ ଦେଲେ ସମ୍ପତ୍ତି ବାଜ୍ୟାପ୍ତି

କେନ୍ଦୁଝର, ୨ା୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ଜିଲାର ଖଣି କମ୍ପାନୀ ଆଗାମୀ ୭ରୁ ୧୫ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଶନିବାର କୋର୍ଟ ପକ୍ଷରୁ ସତର୍କ କରାଇଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ପୈଠ କରି ନ ଥିବା ଜିଲାର ୯ଟି ଖଣି ସଂସ୍ଥା ବିରୋଧରେ ସ୍ଥାନୀୟ ଜିଲାପାଳଙ୍କ କୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତି ମାମଲା (ସାର୍ଟିଫିକେଟ କେସ) ଚାଲିଛି। ଶନିବାର ଉକ୍ତ ମାମଲାର ଶୁଣାଣି ହୋଇଥିଲା। କୋର୍ଟରେ ହାଜର ହେବା ସକାଶେ ୯ ଖଣିକୁ ନୋଟିସ୍‌ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମାଲା ରାୟ, ବିପିଏମଇ, ଏମଆର ଦାସ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ଏସସି ପାଢୀ, ମେସ୍କୋର ଦୁଇଟି ଖଣି, ଏସଏନ ଦାସ ମହାପାତ୍ର ଖଣିର ପ୍ରତିନିଧି ଉପସ୍ଥିତ ଥିବା ବେଳେ ଭଞ୍ଜ ମିନେରାଲ ପକ୍ଷରୁ କେହି ଆସି ନ ଥିଲେ। କେତେକ ଖଣି ସଂସ୍ଥା ଉଚ୍ଚ ନ୍ୟାୟାଳୟର କେସ ପେଣ୍ଡିଂ ଥିବା ଦର୍ଶାଇ ସମୟ ଗଡାଉଥିବାରୁ କୋର୍ଟ ତାହାକୁ ଏଣିକି ଗ୍ରହଣ କରିବେନାହିଁ ବୋଲି ମନା କରିଦେଇଥିଲେ। ଏନେଇ ଖଣି ସଂସ୍ଥା ଅଡୁଆରେ ପଡିଯାଇଛନ୍ତି। ମାମଲାର ଶୁଣାଣି ବେଳେ ମାଲା ରାୟ, ବିପିଏମଇ, ଏସସି ପାଢୀ, ମିନେରାଲ ଟ୍ରେଣ୍ଡିଂ ସିଣ୍ଡିକେଟ ଅଧିକ ସମୟ ମାଗିବାରୁ ସେମାନଙ୍କୁ ୧୫ ଦିନ ମହଲତ ଦିଆଯାଇଥିବା ଜଣାପଡିଛି। ଏମଆର ଦାସ, ମେସ୍କୋର ଦୁଇଟି ଖଣି, ଏସଏନ ଦାସ ମହାପାତ୍ରଙ୍କ ଖଣିକୁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଜରିମାନା ପୈଠ ନ କଲେ ସମ୍ପତ୍ତି ବିକ୍ରି ପାଇଁ ନୋଟିସ (ଓାରେଣ୍ଟ ଅଫ ସେଲ) ଜାରି କରାଯିବା ସହ ‘ଆରେଷ୍ଟ ଅଫ ଓାରେଣ୍ଟ’ ଇସ୍ୟୁ କରାଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ଚାପ ପଡୁଥିବାରୁ ଜିଲା ପ୍ରଶାସନ ଉକ୍ତ ମାମଲାକୁ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରୁଛି। ପରବର୍ତ୍ତୀ ଶୁଣାଣି ଜୁନ ୨୨ରେ ହେବ ବୋଲି ଜଣାପଡିଛି।
ଉଲ୍ଲେଖନୀୟ ଯେ, କେନ୍ଦୁଝର ଜିଲାରେ ସମୁଦାୟ ୩୩ ଖଣି ମଧ୍ୟରୁ ୨୪ କମ୍ପାନୀ ବିରୋଧରେ କେସ ରୁଜୁ ହୋଇଛି। ମୋଟ ୬୩ଶହ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ବେଳେ ଅଦ୍ୟାବଧି ମାତ୍ର ୫୨୦ କୋଟି ଆଦାୟ ହୋଇଛି। ସେଥିରୁ ପାଖାପାଖି ଓଏମଡିସି ୫୧୧ କୋଟି ଟଙ୍କା ଦେଇଥିବା ବେଳେ ବିଡି ପଟ୍ଟନାୟକ ୧ କୋଟି, ଡକ୍ଟର ସରୋଜିନୀ ପ୍ରଧାନ ୧ କୋଟି, ବିପିଏମଇ ୨ କୋଟି, ନାରାୟଣୀ ସନ୍ସ ପାଖାପାଖି ୨ କୋଟି ଟଙ୍କା ଜମା କରିଥିବା ଜଣାପଡିଛି। କେତେକ ଖଣି ସଂସ୍ଥା ଏନେଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଥିବାରୁ ଜରିମାନା ଅର୍ଥ ଜମା ଦେବେ ନଚେତ ସମ୍ପତ୍ତି ବାଜ୍ୟାପ୍ତି ହେବା ନିଶ୍ଚିତ ବୋଲି ଆଇନଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଆତ୍ମହତ୍ୟାର ଲାଇଭ ଭିଡିଓ

ଖଇରା,୧୧।୭(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା(୩୮)ନିଜର ଲାଇଭ ଭିଡିଓ ମାଧ୍ୟମରେ ଆତ୍ମହତ୍ୟା କରିବା ଘଟଣା ନେଇ ଏକ...

ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ...

ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ପାଟଣା ଗସ୍ତ : ଲୋକଙ୍କ ନିକଟତର ହେବାକୁ କର୍ମୀଙ୍କୁ ପରାମର୍ଶ

ପାଟଣା,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ନବନିର୍ବାଚିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଗସ୍ତ କରିଛନ୍ତି। ନିର୍ବାଚିତ...

ବାଉଁଶଗଡ଼ିଆରେ ବିକାଶ ନାହିଁ

ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ନଂ. ୱାର୍ଡ କୋହ୍ଲସାହିର ୪୦ ପରିବାର ବିକାଶର ସ୍ବାଦ ଚାଖି ପାରିନାହାନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ...

ଜୀବନ ସହ ସଂଗ୍ରାମ କରୁଛନ୍ତି ମହିଳା: ଆର୍ଥିକ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଶାଳଦେଇ ଗ୍ରାମର ୪୨ ବର୍ଷୀୟା ସୁବାସିନୀ ଓଝା ଟ୍ୟୁମରର ଶିକାର ହୋଇ ବିଛଣାରେ ପଡିରହିଛନ୍ତି। ୨...

କଲ୍ୟାଣୀ ସେବା ସମିତିରେ ଅନିୟମିତତା: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ

ବାହାନଗା, ୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣୀ ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏନେଇ କେତେଜଣ ଚାଷୀ ବାଲେଶ୍ୱର ଜିଲାପାଳଙ୍କଠାରେ...

ବରଦାୟିନୀ ମା’ ଭଗବତୀ: ଯିଏ ଯେମିତି ଭାବେ ମା’ଙ୍କୁ ଡାକେ…

ଖଇରା, ୮ା୯: ବାଲେଶ୍ୱର ଜିଲା ଖଇରା ବ୍ଲକ ବରଦା ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀ। ଭଦ୍ରକ ମୋଟେଲ ଛକରୁ କାଉପୁର ରାସ୍ତା ଦେଇ ଯିବା...

ପାଗରେ ଅବନତି, ଦୁଇ ରାଜ୍ୟରେ ସତର୍କତା

ଭୋଗରାଇ,୨୪।୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ସାଗରଦ୍ୱୀପ ମଧ୍ୟସ୍ଥଳରେ ସ୍ଥଳଭାଗ ଛୁଇଁବ ବୋଲି...

Advertisement
Archives

Model This Week