ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା ପରିବା ବଜାରକୁ ପରିବା ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର, ଟାଟା, ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର, ଝାଡଗା୍ରମ୍‌ ପ୍ରଭୃତି ଅଞ୍ଚଳରୁ ବେପାରୀମାନେ ଆଣିଥାନ୍ତି॥ ଏତଦବ୍ୟତୀତ ଚମ୍ପୁଆ , ଭଣ୍ଡା, ପର୍ସଳା, ରିମୁଳି, ଝୁମ୍ପୁରା, କଣ୍ଡରା, ଚମକପୁର, ଗୋବିନ୍ଦପୁର, ନାରଦପୁର ପ୍ରଭୃତି ପାଖ ଅଞ୍ଚଳରୁ ପରିବା ଯୋଡା ବଜାରକୁ ଚାଷୀମାନେ ମଧ୍ୟ ଆଣି ବ୍ୟବସାୟ କରିଥାନ୍ତି। ଗୁରୁବାର ଯୋଡା ପରିବା ବଜାରରୁ ହସ୍ତଗତ ହୋଇଥିବା ପରିବା ମୂଲ୍ୟ ଏପରି ରହିଛି। ପୋଟଳ କେଜି ୮୦ଟଙ୍କା ବିକ୍ରି କରାଯାଉଥିବାବେଳେ ଗାଜର ୮୦, ବିନ୍‌ସ୍‌ ୮୦, ବାଇଗଣ ୬୦, ଭେଣ୍ଡି ୬୦, ବିଲାତି ୬୦ , କାଙ୍କଡ ୬୦, କଞ୍ଚା କଦଳୀ ଗୋଟା ୧୦ ଟଙ୍କା ଏବଂ ସଜନା ଛୁଇଁ କିଲୋ ୩ଶହ ଟଙ୍କା ରହିଛି। ଆଳୁ ୨୦, ପିଆଜ ୭୦ ଟଙ୍କା ରହିଛି ା ପରିବା କିଣୁଥିବା ଖାଉଟି ଦୁଖବନ୍ଧୁ ଦେହୁରୀ , ସୋମନାଥ ମହାନ୍ତି ମନିନ୍ଦ୍ର ସୁନ୍ଦର ବାରିକ , ମହିଳା ପୁଷ୍ପାଞ୍ଜଳୀ ବେହେରା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ବ୍ୟବସାୟ ପାଇଁ ଆସୁଥିବା ପରିବା ଚାଷୀମାନେ ଅନ୍ୟ ବାହାର ବ୍ୟବସାୟୀ ମାନଙ୍କର ଚଢା ଦର ଦେଖି ପରିବା ଦର ବୃଦ୍ଧି କରୁଛନ୍ତି। ଯାହାଫଳରେ କି , ସାଧାରଣ ଲୋକଙ୍କୁ ବିଶେଷ ଭାବରେ ଚଡକ ପଡିଛି ା ପିଆଜ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ସରକାର ଏହାକୁ ନିୟନ୍ତ୍ରଣ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ା ଏ ସମ୍ପର୍କରେ ଯୋଡା ବ୍ଲକ କୃଷୀ ବିଭାଗର ବାମେବାରୀ ସହକାରୀ କୃଷୀ ଅଧିକାରୀ ପ୍ରଫୁଲ କୁମାର ପ୍ରଧାନ କହିଛନ୍ତି ଯେ, ବର୍ଷାର ଅନିୟମିତା ଯୋଗୁ ପରିବା ଚାଷ ଉପରେ ବ୍ୟାପକ ପ୍ରଭାବ ପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିହାର ବନ୍ୟା : ମୁଖ୍ୟମନ୍ତ୍ରୀ ରଖିଲେ ସହାୟତା ପ୍ରସ୍ତାବ

ଭୁବନେଶ୍ୱର,୩।୧୦(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତି ସମ୍ପର୍କରେ ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ଓଡ଼ିଶା ପକ୍ଷରୁ...

ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍‌ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ...

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କଲେ ଜନସାଧାରଣ: ରାଇକିଆରେ ରାସ୍ତାଘାଟ ଶୂନ୍‌ଶାନ୍‌

ରାଇକିଆ,୨୨।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ କନ୍ଧମାଳ ଜିଲା ରାଇକିଆରେ...

ଯୋଗଶିକ୍ଷା କରୁଛନ୍ତି ପ୍ରବାସୀ

ବନ୍ତ,୧୨।୫(ଡି.ଏନ.ଏ.)-କରୋନା ଲକ୍‌ ସମୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ର(ଟି.ଏମ୍‌.ସି)ରେ ପ୍ରବାସୀମାନେ ଯୋଗ ଶିକ୍ଷା କରୁଥିବା ଦେଖାଯାଇଛି। ସମୟର ସଦୁପଯୋଗ କରିବା...

ଭଦ୍ରକ-କେନ୍ଦୁଝର ସୀମା ସିଲ୍‌

ବନ୍ତ, ୨ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲାର ସୀମାନ୍ତ ପଥକୁ ସିଲ୍‌ କରାଯାଇଛି। ଭଦ୍ରକ ଜିଲା ବନ୍ତ...

ଉଦାହରଣ ସାଜିଛନ୍ତି ରିଟେଲର୍‌

ଆନନ୍ଦପୁର,୨୩।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ରିଟେଲର୍‌ ସୁଦର୍ଶନ ରଣା(୫୪) ମାନବିକତାର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସରକାରଙ୍କ...

ଚତୁର୍ଥଦିନରେ ସେବା ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୦।୭: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସେବା ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା ଶନିବାର ଚତୁର୍ଥ ଦିନରେ...

ବିନା ସ୍ବାବ୍‌ ପରୀକ୍ଷାରେ ସଙ୍ଗରୋଧରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

କୋକସରା, ୧୧।୬ (ଡି.ଏନ.ଏ)-ଲକ୍‌ ଡାଉନ ଯୋଗୁ ଦେଶାନ୍ତର ଶ୍ରମିକମାନେ ଅନେକ ଯାତନା ସହି କୌଣସି ପ୍ରକାରେ ନିଜ ଭିଟାମାଟିକୁ ଫେରିଥିବା ବେଳେ ସେମାନଙ୍କୁ ଜିଲାର ବିଭିନ୍ନ...

Play 250+ Trending Games
Archives

Model This Week

Why Dharitri