କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ବିଧାୟିକା

କବିସୂର୍ଯ୍ୟନଗର,୨୮ା୫-କବିସୂର୍ଯ୍ୟନଗରରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରକୁ ଗୁରୁବାର ବିଧାୟିକା ଲତିକା ପ୍ରଧାନ ବୁଲି ଦେଖିଛନ୍ତି। ଏଥିସହ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସହରର ମର୍ଦ୍ଧରାଜ ହାଇସ୍କୁଲ, କେବିଭି କଲେଜ, ବାଳିକା ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ବୃନ୍ଦାବତୀ ବିଦ୍ୟାପୀଠ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ସମସ୍ତଙ୍କ ପାଇଁ କିଟ୍‌, ଖାଦ୍ୟପେୟ, ପାନୀୟ ଜଳ ଆଦି ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। କ୍ୱାରାଣ୍ଟାଇନ କେନ୍ଦ୍ରରେ ଶୃଙ୍ଖଳିତ ଭାବେ ରହିବା ସହ ସରକାରୀ ଗାଇଡଲାଇନ ମାନିବାକୁ ବିଧାୟିକା ପରାମର୍ଶ ଦେଇଥିଲେ। ବିଧାୟିକାଙ୍କ ସହ ପୂର୍ବତନ ଏନଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ନଗର ଯୁବ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ନାୟକ, ପ୍ରାକ୍ତନ କାଉନସିଲର ରସଲ କୁମାର ଦାସ, ପ୍ରଶ୍ନ ନାୟକ, ଦିଲୀପ ସାହୁ, ରାଜେଶ ପ୍ରଧାନ, ସୁରଜ କୁମାର ରେଡି, ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ହିନ୍ଦୁ ଅସୁରକ୍ଷିତ ଅଭିଯୋଗ; ରାଷ୍ଟ୍ରପତି ଶାସନ ଦାବି କଲା ବଜରଙ୍ଗ ଦଳ

ବ୍ରହ୍ମପୁର ଅଫିସ,୧୭ା୧୦-ପଶ୍ଚିମବଙ୍ଗରେ ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ଗତ କିଛିବର୍ଷ ହେଲା ଏହି ଧାରା ଜାରି ରହିଛି । ସେଠାରେ ହିନ୍ଦୁମାନେ ନିଜକୁ...

ଘୁମୁସର ବନଖଣ୍ଡରେ ରୋପଣ ହେବ ୨୫ ଲକ୍ଷ ଚାରା

ଭଞ୍ଜନଗର,୨୨।୪(ଡି.ଏନ.ଏ.)-କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀମାନେ ଚାରା ଉପତ୍ାଦନ ପ୍ରତି ଧ୍ୟାନ...

ପୁରୁଷୋତ୍ତମପୁର କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ

ପୁରୁଷୋତ୍ତମପୁର, ୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଦିଲ୍ଲୀପ କୁମାର ବାରିକ ମଙ୍ଗଳବାର କାର୍ଯ୍ୟରେ ଯୋଗ...

ସଙ୍ଗରୋଧ ଗୃହରେ ଯୋଗ କଲେ ପ୍ରବାସୀ

ସୋରଡା,୭ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ୨୨୦୮ ଜଣ ସୁରଟ ଫେରନ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ୨୦୪୦, ମହିଳା ୯୬ ଓ ୭...

କୋଭିଡ୍‌ ଗାଡିରେ ଅରଗୁଣା କନ୍ଦା ଚୋରାଚାଲାଣ

ଭଞ୍ଜନଗର,୧ା୭(ଡି.ଏନ.ଏ)- କୋଭିଡ୍‌ ପାଇଁ ଔଷଧ ନେବାଆଣିବାରେ ବ୍ୟବହୃତ ଏକ ଟ୍ରକରେ ବେନିୟମ ଭାବେ ଅରଗୁଣା କନ୍ଦା ଚୋରା ଚାଲାଣ ହେଉଥିଲା। ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର...

ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ବ୍ରହ୍ମପୁର ଅଫିସ,୨୯ା୫-ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ା ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ...

କେରଳ ବନ୍ୟାରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୧୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସାତପେଣ୍ଠ ଗୋପାଳପୁର, ପ୍ରତାପଗିରି ଦଳିତ ସାହି ଗ୍ରାମର ବହୁ ବ୍ୟକ୍ତି କେରଳର ଆନ୍ନାକୁଲମ ଓ ଅଞ୍ଚଳରେ ବନ୍ୟାରେ ଫସି...

ମୁଜାଗଡ଼ ରେଞ୍ଜରେ ବାଘ ଆତଙ୍କ

ଭଞ୍ଜନଗର,୨୯।୬(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ରେଞ୍ଜ ଅନ୍ତର୍ଗତ ବାଇବାଲି ଗ୍ରାମରୁ ଗତ ଶୁକ୍ରବାର...

Coronavirus Update

Archives

Model This Week

Why Dharitri