କ୍ୱାରାଣ୍ଟାଇନ କଡ଼ାକଡ଼ି କରିବାକୁ ଦାବି

ତାଳଚେର,୯ା୫(ନି.ପ୍ର.) – ଓଡ଼ିଶା ବାହାରୁ ଅନୁଗୋଳ ଜିଲାକୁ ଆସୁଥିବା ଶ୍ରମିକ, ଛାତ୍ରୀଛାତ୍ର ତଥା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଠିକ୍‌ ଭାବେ ସର୍ଭେ କରାଯାଇ ସେମାନଙ୍କୁ ମାସେ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ କାରାଣ୍ଟାଇନରେ ରଖିବାକୁ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଦାବି ହୋଇଛି। ଏ ନେଇ ସମିତି ପକ୍ଷରୁ ଏକ ସ୍ମାରକପତ୍ର ସ୍ଥାନୀୟ ଉପଜିଲାପାଳ ରଜନୀକାନ୍ତ ସ୍ବାଇଁଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, ଏବେ ବହୁ ସଂଖ୍ୟାରେ ଲୋକ ଓଡ଼ିଶା ଫେରୁଥିବାରୁ କରୋନା ଅଧିକ ବ୍ୟାପିପାରେ। ସେମାନଙ୍କୁ ସଙ୍ଗରୋଧରେ ରଖା ନ ଗଲେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ଏ ଦିଗରେ ପ୍ରଶାସନ, ପୋଲିସ, ନିର୍ବାଚିତ ଲୋକପ୍ରତିନିଧି, ସ୍ବାସ୍ଥ୍ୟକର୍ମୀ, ସାମାଜିକକର୍ମୀମାନେ ତତ୍ପର ହୋଇ କାର୍ଯ୍ୟ କରିବାକୁ ସମିତି ପ୍ରସ୍ତାବ ରଖିଛି। ଏଥିସହ ଏମ୍‌ସିଏଲ୍‌, ଏନ୍‌ଟିପିସି ସମେତ ବିଭିନ୍ନ ଶିଳ୍ପାଞ୍ଚଳ ଏବଂ ବସ୍ତିଗୁଡିକରେ ବସବାସ କରୁଥିବା ଲୋକଙ୍କ ମଧ୍ୟ ସର୍ଭେ କରାଯିବାକୁ ଦାବି ହୋଇଛି। ସମିତିର ଆବାହକ ପଦ୍ମ ଚରଣ ସାମଲ, ଭୂପେନ୍‌ ଥମ୍ବ, ବାଉରୀବନ୍ଧୁ ବେଜ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ରଞ୍ଜିତ କୁମାର ମହାପାତ୍ର, ବିନୋଦ ଲାଲ୍‌ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସ୍ମାରକ ପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ୩୦ ଫୁଟର ଘାଇ

ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି।...

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ଛାତିରେ ଲାଗିଲା ଆଘାତ, ଅସ୍ତ୍ରୋପଚାର ସଫଳ

ସୋରଡ଼ା,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ସରକାରୀ ଡାକ୍ତରଖାନାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର ଯୁବକଙ୍କ ଅସ୍ତ୍ରୋପଚାର କରାଯାଇଛି। ବ୍ଲକର ପଳାଶପଲ୍ଲୀ ଗ୍ରାମର...

ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

ପରଜଙ୍ଗ, ୯।୬(ଡି.ଏନ୍‌.ଏ.): ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ...

ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ...

ଟ୍ରକ୍‌ ଚାଳକ, ଅସହାୟଙ୍କୁ ରନ୍ଧା ଖାଦ୍ୟ ଦେବାବେଳେ ପୋଲିସ ବାବୁ ଦୁର୍ବ୍ୟବହାର କଲେ

ବରଗଡ଼ ଅଫିସ୍‌,୧।୫: ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ସଭ୍ୟମାନେ ସ୍ଥାନୀୟ ବିକାଶ ଛକରେ ଅସହାୟ, ଟ୍ରକ୍‌ ଚାଳକମାନଙ୍କୁ ରନ୍ଧାଖାଦ୍ୟ ବିତରଣ କରୁଥିବାବେଳେ ଶୁକ୍ରବାର ଜଣେ...

ବିଚାରାଧୀନ କଏଦୀ ମୃତ

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଜିଲା ଡାକ୍ତରଖାନାରେ ଶୁକ୍ରବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ହରିଚନ୍ଦନପୁର ବ୍ଲକ...

ହାତୀକୁ ଧକ୍କାଦେଲା ଟ୍ରେନ୍‌

କେନ୍ଦୁଝର,୯।୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଶନିବାର ରାତିରେ ରେଳ ଦୁର୍ଘଟଣା ପରେ ଆହତ ହୋଇଥିବା ହାତୀର ଅବସ୍ଥାରେ...

୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ  ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ...

Advertisement
Archives

Model This Week