କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ

ଶେରଗଡ଼,୧୮ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କୁ ବାହାରୁ ପାଉଚ ମଦ ଯୋଗାଉଥିବା ଜଣେ ବ୍ୟକ୍ତି ପୋଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଭଗବାନ ବେହେରା। ଜଣେ ଅନ୍ତେବାସୀଙ୍କୁ ବାହାରୁ ଥାଇ ଭଗବାନ ଦେଶୀ ମଦ ପାଉଚ ପିଙ୍ଗୁଥିବା ବେଳେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ ପାଇଁ ଆସୁଥିବା ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ହାବୁଡ଼ରେ ପଡ଼ି ଗିରଫ ହୋଇଥିଲେ। ତାଙ୍କଠାରୁ ୪୦ ଲିଟର ମଦ ଜବତ କରାଯାଇଛି। ଏ ନେଇ ବଡ଼ଗଡ଼ ଥାନାରେ ନଂ.୧୨୭/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଶେରଗଡ଼ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ଜରିମାନା କଲେ ବିଡିଓ: ଧରାପଡ଼ିଲେ ଖବରଦାତା, ପୋଲିସ, ସରକାରୀ କର୍ମଚାରୀ

ଛତ୍ରପୁର, ୭ା୪(ଡି.ଏନ୍‌.ଏ.)- ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ମଙ୍ଗଳବାର ଲାଠି ଧରି ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଓ ବାଇକ ଚାଳକଙ୍କ ଠାରୁ...

ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଗୁରୁତର

ଚିକିଟି,୬ା୨(ଡି.ଏନ୍‌.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ସାନଭାଇର ଛୁରା ମାଡ଼ରେ ବଡ଼ଭାଇ ଗୁରୁତର

ପୋଲସରା,୨୯ା୮(ଡି.ଏନ.ଏ.)- ପୋଲସରା ଥାନା ନିକଟସ୍ଥ ବ୍ରାହ୍ମଣସାହି ଛକଠାରେ ବୁଧବାର ରାତିରେ ପାରିବାରିକ କଳହକୁ ନେଇ ସାନଭାଇ ଛୁରା ମାଡରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ...

ଗଞ୍ଜାମରେ ମୃଦୁ ଭୂମିକମ୍ପ: ଭୟରେ ଘରୁ ବାହାରକୁ ପଳାଇଲେ ଲୋକେ

ପାତ୍ରପୁର,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର କିଛି ଗ୍ରାମରେ ଶନିବାର ସକଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ବ୍ଲକର ଖାରିଆଗୁଡ଼ା, ତୁରୁବୁଡି, ସୁରଙ୍ଗି, ମନ୍ଦରଡା, ପଦାଦିଗି,...

ହୋଇନି ଛତ୍ରପୁର, ଭଞ୍ଜନଗର, ଆସିକା ମ୍ୟୁନିସିପାଲିଟି

ଛତ୍ରପୁର,୮ା୮(ଡି.ଏନ.ଏ):ଗଞ୍ଜାମ ଜିଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସିକୁ ୩ ମାସ ମଧ୍ୟରେ ମ୍ୟୁନିସିପାଲିଟି ଭାବେ ଘୋଷଣା କରିବାକୁ ଉଚ୍ଚ ନ୍ୟାୟାଳୟ ୨୦୧୯ ଅଗଷ୍ଟ ୫...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ସମ୍ପର୍କ କେନ୍ଦ୍ର

ବ୍ରହ୍ମପୁର ଅଫିସ,୧୧ା୧୨: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସଂପର୍କିତ ସମସ୍ୟାର ସମାଧାନ ଗୋଟିଏ ସ୍ଥାନରେ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଲିମିଟେଡ (ଟିପିଏସ୍‌ଓଡିଏଲ) ସମ୍ପର୍କ...

ଜଣକୁ ହେଲେ ୧୦ ଜଣଙ୍କୁ ସଂକ୍ରମିତ ଆଶଙ୍କା

ଫୁଲବାଣୀ ଅଫିସ,୨୭ା୪- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସମୀର...

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

ଗଞ୍ଜାମ,୧୩।୧୧(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ...

Advertisement
Archives

Model This Week