କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ମହିଳା, ଶିଶୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବାଲେଶ୍ୱର ଅଫିସ,୨।୫: ଅନ୍ୟ ରାଜ୍ୟରୁ ବାଲେଶ୍ୱର ଜିଲାକୁ ଆସୁଥିବା ବହିରାଗତଙ୍କ ପାଇଁ କ୍ୱାରଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଭାଜପା ମହିଳାମୋର୍ଚ୍ଚା ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏହି କେନ୍ଦ୍ରରେ ପୁରୁଷମାନେ ଗାଧୋଇବା, ଶୌଚ ଯିବା ଭଳି କାର୍ଯ୍ୟ କୌଣସି ପ୍ରକାରେ ତୁଲାଇ ନେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି। କେଉଁ କ୍ୱାରାଣ୍ଟାଇନ୍‌ ଗୃହରେ ପାଇଖାନା ଅଛି ତ କେଉଁଠି ପାଣିର ଅଭାବ, ଅନ୍ୟ କେଉଁଠି ଟ୍ୟୁବଓ୍ବେଲ କାମ କରୁନି। କେତେକ ସ୍ଥାନରେ ପାଇଖାନା ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ନେଇ ଭାଜପା ମହିଳାମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମାରାଣୀ ବିଶ୍ୱାଳ, ମହିଳାମୋର୍ଚ୍ଚା ଜିଲା ସଭାପତି କମଳା ବିନ୍ଧାଣି, ନେତ୍ରୀ ସିପ୍ରା ବାଜପେୟୀଙ୍କ ନେତୃତ୍ୱରେ ଏହାକୁ ସମାଧାନ କରିବା ପାଇଁ ଯଥାଶୀଘ୍ର ଚେଷ୍ଟା କରାଯାଉ ବୋଲି ଦାବି କରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ରିଶନ କୁମାର

ପୁରୀ ଅଫିସ,୨୨।୮: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ୍‌ ଡକ୍ଟର କ୍ରିଶନ କୁମାର। ମଧ୍ୟାହ୍ନରେ ପ୍ରଥମେ ସେ ଶ୍ରୀମନ୍ଦିରକୁ ଯାଇ...

୮ ବର୍ଷ ହେଲା ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

ବଲାଙ୍ଗୀର ଅଫିସ,୨୮ା୫: ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଜଣାପଡ଼ିଛି ସତ। ୮ ବର୍ଷ ହେଲା ଏକ ସ୍କୁଲରେ ଦୁଇଜଣ ନକଲି ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା...

ବାହାର ରାଜ୍ୟରେ ଫସିଛନ୍ତି ମୟୂରଭଞ୍ଜର ଶତାଧିକ ଯୁବକ

ବାରିପଦା ଅଫିସ, ୨୯ା୩- ମୟୂରଭଞ୍ଜ ଜିଲାର ବିିଭିନ୍ନ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶତାଧିକ ଯୁବକ ଲକଡାଉନ ଯୋଗୁଁ ଫସି ରହିଛନ୍ତି। ଉଦ୍ଧାର...

ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍‌ ରିଡ୍‌ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ...

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଟୁଇଟ୍‌ କରି ଏସମ୍ପର୍କରେ...

ଅଜନା ରୋଗ୍‌ରେ କଲବଲ ହେଉଛନ୍‌ ଝି’ ସୁରେଖା; ଟଁକା ପଏସା ଅଭାବୁ ଭଗବାନ ଭରସାରେ ମା’ବାପ୍‌

ଭବାନୀପାଟଣା, ୧୬ା୯ (ଡି.ଏନ୍‌.ଏ.) ଅଜନା ରୋଗ୍‌ ପରଭାବରେ ଗୁଟେ ୫ ବଛ୍‌ରିଆ ଛୁଆର ପେଟ୍‌ ଆର ଶରୀର ଅସୁଆଭାବିକ ଭାବେ ବଢ଼୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଅନେକ...

୫-ଟି ଉପରେ ସମୀକ୍ଷା କଲେ ସଚିବ

ଫୁଲବାଣୀ ଅଫିସ, ୧୨ା୧୦- ସରକାର ଏବେ ୫-ଟି (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌ ଲିମିଟ୍‌, ଟ୍ରାନ୍ସଫର୍ମେଶନ ଓ ଟ୍ରାନ୍ସପରେନ୍ସି) ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା କିପରି...

ଆଜି ଖୋଲିଲା ଆଖଣ୍ଡଳମଣି ମନ୍ଦିର, ପ୍ରଥମେ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ଭଦ୍ରକ ଅଫିସ,୨୮ା୧୨: ଦୀର୍ଘ ମାସର କୋଭିଡ୍‌ କଟକଣା ଯୋଗୁ ଭକ୍ତ ଓ ଭଗବାନ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ୍ରମଶଃ ହ୍ରାସ ପାଇଛି। ଭକ୍ତମାନଙ୍କ ଦୀର୍ଘ...

Advertisement
Archives

Model This Week