କ୍ୱାରାଣ୍ଟାଇନ୍‌ରେ ରହିଲେ କର କ୍ଲିନିକରୁ ଫେରିଥିବା ରୋଗୀ

ବେଗୁନିଆପଡ଼ା,୨୮ା୩(ଡି.ଏନ୍‌.ଏ.): ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱରସ୍ଥିତ କର କ୍ଲିନିକକୁ ଆସିଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜାଚାଲିଛି l ଇତିମଧ୍ୟରେ ଦୁର୍ଘଟଣାରେ ଆହତ ବେଗୁନିଆପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ କ୍ଲିନିକରେ ଚିକିତ୍ସିତ ହୋଇ ଶୁକ୍ରବାର ରାତିରେ ଫେରୁୁଥିବା ସୂଚନା ପାଇ ଗ୍ରାମବାସୀ ତାଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ। ଏପରିକି ତାଙ୍କ ସହ ଆସିଥିବା ଅନ୍ୟ ୨ଜଣଙ୍କୁ ମଧ୍ୟ ଛାଡି ନ ଥିଲେ। ସମସ୍ତଙ୍କୁ ବିଦ୍ୟାଳୟ ପରିସରରେ ହୋଇଥିବା ସଙ୍ଗରୋଧ କୋଠରୀରେ ରଖିଥିଲେ। ପରେ ଗ୍ରାମବାସୀଙ୍କଠାରୁ ଖବର ପାଇ ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଡାକ୍ତର ଓ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ତାରେଣୀ ପ୍ରମୁଖ ଗ୍ରାମରେ ପହଞ୍ଚିଥିଲେ। ତହସିଲଦାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି l ସୁମଣ୍ଡଳ ସାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରାଜେନ୍ଦ୍ର ପ୍ରଧାନ କହିଛନ୍ତି, ରlହାଡା ସାସ୍ଥ୍ୟକେନ୍ଦ୍ର ଡାକ୍ତର ଦେଇଥିବା ରିପୋର୍ଟ ଅନୁଯାୟୀ ଏବେସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପାଖରେ କରୋନା କୌଣସି ଲକ୍ଷଣ ଦେଖାଯାଉନି, ତଥାପି ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଷିକ ଉତ୍ପାଦନ କ୍ଷମତା ୧୪ ଲକ୍ଷ ଟନ୍‌

ଅନୁଗୋଳ ଅଫିସ୍‌, ୨୯ ।୪ ଅନୁଗୋଳ ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଗୁରୁବାର ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର (ଜେଏସ୍‌ପି)...

କଟକ ଚଣ୍ଡି ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ

କଟକ ଅଫିସ,୨୧।୪: କଟକରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଗୁରୁବାର ସେ କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ...

ସାତକୋଶିଆରେ ହାତୀଛୁଆର ମୃତ୍ୟୁ

ଅନୁଗୋଳ ଅଫିସ,୨୮।୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ...

ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ...

ଋଣ ଚାପ ସହି ନ ପାରି ଆତ୍ମହତ୍ୟା

ବାହାନଗା, ୫ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ବାରିଙ୍ଗିଆ ଗ୍ରାମର ଜଣେ ଯୁବକ ଋଣଭାର ସହି ନ ପାରି ଆମତ୍ହତ୍ୟା କରିଥିବା ପରିବାର...

ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ,୧୬।୧: ନିଲମ୍ବିତ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ଶେଷ...

କିଏ ହାତେଇବ କୋକସରା ବ୍ଲକ ଅଧ୍ୟକ୍ଷା ପଦ, ଚାଲିଛି ଜୋରଦାର ଚର୍ଚ୍ଚା

କୋକସରା,୫ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଉଷ୍ଣତା ଏବେ ପଞ୍ଚାୟତରୁ ବ୍ଲକ ଯାଏ ଦେଖିବାକୁ ମିଳୁଛି। ଗାଁ ଗାଁରେ ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟାନର ପୋଷ୍ଟରରେ ଛାଇଗଲାଣି।...

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) – ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା...

Advertisement
Archives

Model This Week