କ୍ୟାମ୍ପସ୍‌ ହାଲଚାଲ୍‌: ପରୀକ୍ଷାଠୁ ପିକ୍‌ନିକ୍‌ ଯାଏ ଚାଲିଛି ଚର୍ଚ୍ଚା

କଟକ ଅଫିସ,୯ା୧୨- ସୋସିଆଲ ମିଡ଼ିଆ ସହ ଅଧିକ ମାତ୍ରାରେ ଜଡ଼ିତ ଯୁବପିଢ଼ି। ଏହି ଜରିଆରେ ଯୁବପିଢିଙ୍କ ପାଖରେ ଦେଶବିଦେଶର ଖବର ସବୁବେଳେ ମହଜୁଦ। ଘଟଣା ହେଉ କି ଦୁର୍ଘଟଣା, ଦେଶର ରାଜନୀତି ହେଉ କି ଅର୍ଥନୀତି। ସବୁ ପ୍ରସଙ୍ଗରେ ଯୁବପିଢି ଅଳ୍ପବହୁତେ ଜାଣନ୍ତି। ଏଭଳି ଏକ ଯୁବପିଢିଙ୍କ ସହ ଆଲୋଚନା କରିବାକୁ ଆମେ ଯାଇ ପହଞ୍ଚିଥିଲୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଗଣଯୋଗାଯୋଗ ବିଭାଗର ସ୍ନାତକୋତ୍ତର ଛାତ୍ରମାନେ ହେରିଟେଜ ହଲ୍‌ ନିକଟରେ କ୍ଲାସ ଶେଷକରି ଖଟି ଜମାଇଥିଲେ। ସେଠାରେ ସେମାନେ ଆଲୋଚନା କରୁଥିବା ବିଷୟବସ୍ତୁକୁ ନେଇ
ଏହି ସ୍ବତନ୍ତ୍ର ସ୍ତମ୍ଭ…

ରେଭେନ୍‌ଶା

ମହାନଦୀ ଦେଇ ବ୍ରିଟିଶ ସରକାର କଟକକୁ ପ୍ରବେଶ କରୁଥିଲେ। ଯୋବ୍ରା ଥିଲା ପ୍ରବେଶ ପଥ। ଯୋବ୍ରାଠାରୁ କିଛି ଦୂରରେ ଏକ ବିଶାଳ ପଡ଼ିଆ ଥିଲା। ଏହାର ନାମ ଚକ୍ରି ପଡ଼ିଆ ଥିବାବେଳେ ଏଠାରେ ବ୍ରିଟିଶ ଲୋକଙ୍କ ଘୋଡା ବନ୍ଧା ଯାଉଥିଲା। ଇଂରେଜ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ‘ଥୋମାସ୍‌ ଏଡୱାର୍ଡ ରେଭେନ୍‌ଶା’ଙ୍କ ନାମ ଅନୁସାରେ ଏକ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା। ଏବେ ଏହି ଶିକ୍ଷାନୁଷ୍ଠାନ ୧୫୦ବର୍ଷରେ ପଦାର୍ପଣ କରିଛି। ଏଠାରେ ୮୦୦୦ ବିଦ୍ୟାର୍ଥି ଥିବାବେଳେ ୩୪ଟି ବିଭାଗ ରହିଛି। ସର୍ବପୁରାତନ କନିକା ଲାଇବ୍ରେରି ଏହି ବିଶ୍ୱବିଦ୍ୟାଳୟରେ ରହିଛି। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ଉଭୟ ସ୍ନାତକ ଓ ସ୍ନାତକତ୍ତୋରର ପାଠ୍ୟକ୍ରମ ରହିଛି।

କ୍ୟାମ୍ପସରେ ସବୁଦିନ ଦେଖା ହୁଏନି। ଯେବେ ବି ଦେଖାହୁଏ ଢେର ସମୟ ଯାଏଁ ଖଟି ଚାଲେ। ଅପରାହ୍ନରେ ଦେଖାହେଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଯିବାର ଯୋଜନା ଥାଏ। ହେଲେ ରାତି ୮ଟା ନ ହେଲା ଯାଏଁ କେହି ଖଟି ଭାଙ୍ଗି ଯାଆନ୍ତିନି ବୋଲି କହିଥିଲେ ଛାତ୍ର ସତ୍ୟବ୍ରତ ପ୍ରଧାନ। ଖଟିରେ କ’ଣ ଚର୍ଚ୍ଚା ଚାଲୁଛି ବୋଲି ପଚାରିବାରୁ ସେ କହିଥିଲେ, ଏବେ ପରୀକ୍ଷା ଚିନ୍ତା। ସେମିଷ୍ଟାର ଚାଲିଥିବାରୁ ସିଲାବସ୍‌ କେମିତି ଶେଷ କରିବୁ ସେ ବିଷୟରେ ଆଲୋଚନା କରୁଥିଲୁ। ଏହା ବ୍ୟତୀତ ଡିସେମ୍ବର ୨୨ରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କେମିତି ଟିକେଟ୍‌ ହାସଲ କରିବୁ ସେ ବିଷୟରେ ବି ଆଲୋଚନା ହୋଇଛି। ସେହିପରି ଏଠାରେ ଉପସ୍ଥିତ ଥିବା ଅମର୍ତ୍ତ୍ୟ ଅନୁରାଗ କହିଥିଲେ, କଟକିଆ ହୋଇ ବାରବାଟୀରେ ମ୍ୟାଚ୍‌ ନ ଦେଖିଲେ ଖାଦ୍ୟ ହଜମ ହେବନି। ଯାହାହେଲେ ବି ଧାଡ଼ିରେ ଠେଲାପେଲା କରି ଟିକେଟ କିଣିବୁ। ମୁହଁରେ ତ୍ରିରଙ୍ଗା ଆଙ୍କି ‘ଟିମ୍‌ ଇଣ୍ଡିଆ’କୁ ଉତ୍ସାହିତ କରିବୁ। ଛାତ୍ର ସାର୍ଥକ ରାୟ କହିଥିଲେ, ପିକ୍‌ନିକ୍‌ ଋତୁ ଆସିଥିବାରୁ କେଉଁଆଡେ ପିକ୍‌ନିକ୍‌ ଯିବୁ ସେ ନେଇ ଆଲୋଚନା ମଧ୍ୟ ଏଠାରେ ହୋଇଥିଲା। ପୂର୍ବବର୍ଷ ବାଲେଶ୍ୱର ଚାନ୍ଦିପୁର ଯାଇଥିଲୁ। ହେଲେ କିଛି କାରଣବଶତଃ ପୂର୍ବ ପିକ୍‌ନିକ୍‌ ମଜାଦାର ହୋଇପାରିଲାନି। ଏଣୁ ଏଥର ସବୁ ପିଲାଙ୍କ ସହ ଯୋଗାଯୋଗ ଜାରି ରହିଛି। କେଉଁ ସ୍ଥାନକୁ ଯିବୁ ସେ ବିଷୟରେ ଖଟି ଚାଲିଥିଲା ବୋଲି ସାର୍ଥକ କହିଥିଲେ। ଏହାଛଡ଼ା ଏହି ଖଟିରେ ଟ୍ରାଫିକ ବ୍ୟବସ୍ଥାର ଚାଲାଣ ପ୍ରସଙ୍ଗ, ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକ ହତ୍ୟା ଘଟଣା ବିଷୟକୁ ନେଇ ମଧ୍ୟ ଦୀର୍ଘସମୟର ଆଲୋଚନା କରାଯାଇଥିଲା। ଛାତ୍ର ପବିତ୍ର କୁମାର ସ୍ବାଇଁ, ସିଦ୍ଧାର୍ଥ ଦାସ, ବିନାୟକ ସିଂ, ଗୌରୀ ପ୍ରସାଦ ନାୟକ, ସମ୍ବିତ ବାନାର୍ଜୀ, ସୁଦୀପ୍ତ ସୁନ୍ଦର ଏହି ଖଟିରେ ଉପସ୍ଥିତ ଥିଲେ।

-ରିପୋର୍ଟ: ଅଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ) କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ...

କରୋନା କଟକଣାକୁ ମାନି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରନ୍ତୁ, ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ଦାସବର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହି କ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି।...

ସଂରକ୍ଷିତ ଲିଫ୍ଟରେ ଧସେଇ ପଶୁଛନ୍ତି ଲୋକେ

ଭୁବନେଶ୍ୱର,୩୦(ବ୍ୟୁରୋ): ବଜେଟ୍‌ରେ ବ୍ୟୟ ଅଟକଳ ବଢ଼ାଇ ନୂଆ ଟ୍ରେନ, ଟ୍ରାକ୍‌ ଓ ଷ୍ଟେଶନକୁ ଚକାଚକ୍‌ କରିବାରେ ଲାଗିଛି ଭାରତୀୟ ରେଳବାଇ। ହେଲେ ଷ୍ଟେଶନ ଓ ଟ୍ରେନ...

ଦୁର୍ଦ୍ଦଶା ଭୋଗୁଛନ୍ତି ବଡ଼ଶିଲିଙ୍ଗା ପଞ୍ଚାୟତବାସୀ:କର୍ଦ୍ଦମାକ୍ତ ରାସ୍ତା ମୁଖ୍ୟ ସମସ୍ୟା

ଗଣିଆ,୨୮।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କୁ ଦୁର୍ଦ୍ଦଶା ସତେ ଯେମିତି ପିଛା ଛାଡୁନି ା ଉକ୍ତ ପଞ୍ଚାୟତରେ ସଦାସର୍ବଦା ବହୁବିଧ ସମସ୍ୟା ଲାଗି ରହୁଛି।...

ଚମକାଇଦେଲେ କୁନି ମଡେଲ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ): ଦେଖିବାକୁ ଛୋଟ। ହେଲେ ର଼୍ୟାମ୍ପ୍‌ରେ ସେମାନଙ୍କ ଚାଲି ପ୍ରଫେଶନାଲ ମଡେଲମାନଙ୍କୁ ବି ପଛରେ ପକାଇ ଦେଇଥିଲା। ଦୃଢ଼ ମନୋବଳ ସହ ଆଗଧାଡ଼ିର ମଡେଲ୍‌ଙ୍କ ଭଳି...

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ଶିଶୁ ମୃତ୍ୟୁହାର ରୋକିବା ସଚେତନତା କାର୍ଯ୍ୟକ୍ରମର ପ୍ରଥମ ଦିନ : ଜନ୍ମର ଦିନକ ପରେ ନବଜାତ ଶିଶୁର ମୃତ୍ୟୁ

ଝରିଗାଁ,୨।୬(ସ୍ବ.ପ୍ର)- ନବରଙ୍ଗପୁର ଜିଲାରେ ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଦିନକ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି।...

Coronavirus Update


Archives

Model This Week

Why Dharitri