Posted inଜାତୀୟ

କ୍ୟାବିନେଟ୍‌ ନିଷ୍ପତ୍ତି: ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ୧୧ ମାସ ବଢ଼ିଲା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆଉ ୧୧ ମାସ ବୃଦ୍ଧି କରିଛନ୍ତି। ଫଳରେ ଏହି କମିଶନ ଆସନ୍ତାବର୍ଷ ଅକ୍ଟୋବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କମିଶନ ଶନିବାର ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିବା ଆଶା କରାଯାଉଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଅର୍ଥ କମିଶନ ଟିକସ ହସ୍ତାନ୍ତରଣ ସୂତ୍ର ସମ୍ପର୍କରେ ପ୍ରସ୍ତାବ ଦେବେ। କାରଣ ପୂର୍ବ ସୂତ୍ରର ସମୟସୀମା ୨୦୨୦ ମାର୍ଚ୍ଚ ୩୧ରେ ଶେଷ ହେଉଛି। ଏଥିସହିତ ଜମ୍ମୁ-କଶ୍ମୀର ସ୍ଥିତିରେ ପରିବର୍ତ୍ତନ ହୋଇଥିବାରୁ ଏଥିପାଇଁ ଅଧିକ ସମୟର ଆବଶ୍ୟକତା ଥିଲା। ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି ଯୋଜନା କରିଛି। ଏହାବ୍ୟତୀତ ୨୦୨୧-୨୨ରୁ ୨୦୨୫-୨୬ ଆର୍ଥତ୍କ ବର୍ଷ ପାଇଁ ଚୂଡ଼ାନ୍ତ ରିପୋର୍ଟ ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ଦାଖଲ କରିବ। ଏଥିପାଇଁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କୁ ଧୋକା ଦେଲା ଭାଜପା!

ଇଟାନଗର,୨୫ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ଝଟ୍‌କା ଦେଇଛି । ବିହାରରେ ନୀତୀଶ ସରକାରରେ ସାମିଲ ଭାଜପା...

ପୁରୁଷ କମିଶନ ଗଠନ ପାଇଁ ପିଟିଶନ

ନୂଆଦିଲ୍ଲୀ, ୧୬। ୩: ବିବାହିତ ପୁରୁଷ କରୁଥିବା ଆତ୍ମହତ୍ୟା ଘରୋଇ ହିଂସା। ଏ ନେଇ ଜାଇଡ୍‌ଲାଇନ୍‌ ଓ ଜାତୀୟ ପୁରୁଷ କମିଶନ୍‌ ଗଠନ କରାଯିବା ନେଇ...

ମୁହଁ ଖୋଲିଲେ ସୌରଭ: ରାଜ୍ୟପାଳଙ୍କ ସହିତ ସାକ୍ଷାତକାର ନୁହେଁ ରାଜନୈତିକ

କୋଲକାତା,୨୮।୧୨: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡ଼ା ଛୁଟୁଛି। ଇତିମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କ ମଧ୍ୟରେ...

ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଭାରତୀୟ ଯବାନ ଶହୀଦ

ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ୨ ଜଣ...

କର୍ନାଟକ ଉପକୂଳରୁ ମିଳିଲା ଦୁର୍ଲଭ କାରପେଣ୍ଟର ଶାର୍କ

ବେଙ୍ଗାଲୁରୁ,୧୪।୩: କର୍ନାଟକର ମାଲପେରେ ମାଛ ଧରାଳୀଙ୍କ ଜାଲରେ ଲାଗିଛି ଏକ ଦୁର୍ଲଭ ମାଛ। ସମୁଦ୍ରରେ ମାଛ ଧରାଳୀମାନେ ୧୦ ଫୁଟ୍‌ ଲମ୍ବା କାରପେଣ୍ଟର ଶାର୍କକୁ କ୍ରେନ...

ପକ୍ଷୀ ଉପରେ ବସି ଜେଲ ବାହାରକୁ ଯାଉଥିଲେ ସାବରକର

ବେଙ୍ଗାଲୁରୁ,୨୯।୮: ଭାଜପା ନେତୃତ୍ୱାଧୀନ ସରକାର ଇତିହାସର ପୁନର୍ଲିଖନ ପ୍ରୟାସ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କର୍ନାଟକ ପାଠ୍ୟପୁସ୍ତକ ସଂଶୋଧନ କମିଟି ଅଷ୍ଟମ ଶ୍ରେଣୀ...

ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୯।୫:ଉତ୍ତରାଖଣ୍ଡ ଚମ୍ପାୱାତ ଉପ-ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦଳର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ଏକ ସାଧାରଣ...

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ...

Advertisement
Archives

Model This Week