କ୍ୟାପିଟାଲ ହସ୍ପିଟାଲରେ କୋକୁଆ ଭୟ: ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର

ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଚାଇନା, ଇଟାଲୀ ଆଦି ଦେଶରେ ମୃତ୍ୟୁର ବୀଭିଷିକା ରଚୁଥିବାବେଳେ ଓଡ଼ିଶାରେ ଛନକା ପଶିଥିଲା। ବିଦେଶରେ ବହୁ ଓଡ଼ିଆ ରହୁଥିବାରୁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ମାରାତ୍ମକ ଭାଇରସ ଭାରତକୁ ଡେଇଁବା ପରେ ଓଡ଼ିଶାରେ ଛନକା ପଶିଥିଲା। ସମ୍ଭାବନ୍ୟ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ପକ୍ଷରୁ କଟକଣା ଆରମ୍ଭ ହୋଇଥିଲା। ଏବେ ଦେଶରେ କରୋନାରେ ୨ଦୁଇଜଣଙ୍କ ମୁଣ୍ଡ ନେବା ସହ ଓଡ଼ିଶାକୁ ମଧ୍ୟ ମାଡ଼ି ଆସିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଇଟଲୀ ଫେରନ୍ତା ଯୁବକଙ୍କଠାରେ ରବିବାର କରୋନା ଭାଇରସ୍‌ ଚିହ୍ନଟ କରାଯାଇଛି। ସକାଳେ ଖବର ପ୍ରଚାରିତ ହେବା ପରେ ଦିନତମାମ ହସ୍ପିଟାଲରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।
ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କ୍ୟାପିଟାଲ ହସ୍ପିଟାଲକୁ ସକାଳୁ ରୋଗୀଙ୍କ ସୁଅ ଛୁଟିଥିଲା। ହେଲେ କରୋନା ଆକ୍ରାନ୍ତ ହସ୍ପିଟାଲ ପରିସରରେ ଚିକିତ୍ସିତ ହେଉଥିବା ଶୁଣିବାକ୍ଷଣି ସେମାନଙ୍କ ମନରେ ଛନକା ପଶିଯାଇଥିଲା। ରୋଗୀ, ସମ୍ପର୍କୀୟଙ୍କ ମୁହଁରେ ଖାଲି କରୋନା କଥା ଶୁଣିବାକୁ ମିଳୁଥିଲା। କରୋନା କେଉଁଠି, କାହାକୁ ହୋଇଛି ଆଦି ଅନେକ ପ୍ରଶ୍ନ ପରସ୍ପର ମଧ୍ୟରେ ଗୁଞ୍ଜରିତ ହେଉଥିଲା। ଶୀଘ୍ର ଡାକ୍ତରଙ୍କୁ ଦେଖାଇ ଚାଲିଯିବାକୁ ସେମାନଙ୍କ ମଧ୍ୟରେ ବ୍ୟଗ୍ରତା ଓ ଅନାଗତ ଭୟ ଦେଖିବାକୁ ମିଳିଥିଲା। ଟିକେଟ କାଉଣ୍ଟର, ଆଉଟ୍‌ଡୋର୍‌, ଲାବୋରେଟୋରୀ, ନିରାମୟ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା କଷ୍ଟକର ହୋଇପଡିଥିଲା। ଫଳରେ ବହୁ ରୋଗୀ ଅଧା ଚିକିତ୍ସାରୁ ଚାଲିଯାଇଥିବାବେଳେ ଏପଟେ ବିଭିନ୍ନ ଓ୍ବାର୍ଡରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ମନରେ ମଧ୍ୟ ସମାନ ଭୟ ସୃଷ୍ଟି ହୋଇଥିଲା। ସୁସ୍ଥ ହେଉଥିବା ରୋଗୀମାନେ କିପରି ହସ୍ପିଟାଲ ଛାଡ଼ିବେ ସେଥିପାଇଁ ସଜବାଜ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର: ରାତି ୯ଟାରେ ନେଗେଟିଭ୍‌, ରାତି ୧୨ରେ ପଜିଟିଭ

ଅନ୍ୟପକ୍ଷରେ ସ୍ବାବ୍‌ ରିପୋର୍ଟ ଓ ଚିକିତ୍ସାକୁ ନେଇ ମୁହଁ ଖୋଲିଚନ୍ତି କରୋନା ଆକ୍ରାନ୍ତଙ୍କ ପରିବାର ଲୋକ। ତାଙ୍କ ଭଉଣୀ କହିଛନ୍ତି, ଭାଇ ଇଟାଲୀର ରୋମରେ ପାଠ ପଢିବା ସହ ପାର୍ଟ ଟାଇମ୍‌ ଚାକିରି କରୁଥିଲେ। ୬ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଯାଞ୍ଚ କରାଯାଇ ଛଡ଼ାଯାଇଥିଲା। ସେ ଟ୍ରେନ୍‌ ଆସି ୧୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଜ୍ୱର ହେବାରୁ ଏକ ଘରୋଇ କ୍ଲିନିକ୍‌ରେ ରକ୍ତ ପରୀକ୍ଷାରୁ ଟାଇଫଏଡ୍‌ ବାହାରିଥିଲା। ଦେହ ଭଲ ନ ହେବାରୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ନେଇଥିଲୁ। ରବିବାର ସକାଳେ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ରାତି ୯ଟାର ଯୁବକ ଜଣକ ନେଗେଟିଭ୍‌ ଥିବା ଘରକୁ ଫୋନ୍‌ କରି ଜଣାଇଥିଲେ। ଡାକ୍ତର ତାଙ୍କୁ ଘରକୁ ପଳାଇଯିବାକୁ ବାଧ୍ୟ କରାଯାଇଥିଲା। ହେଲେ ତାଙ୍କ ସହ ଅନ୍ୟ ଦୁଇଜଣ ସନ୍ଦିଗ୍ଧ ରହିଥିବା ଓ ସେମାନଙ୍କର ରିପୋର୍ଟ ଆସି ନ ଥିବାରୁ ଆଶଙ୍କା କରି ଡାକ୍ତରଙ୍କୁ ଜଣାଇ ରହିଥିଲେ। ହେଲେ ରାତି ୧୨ଟାରେ ଡାକ୍ତର ତାଙ୍କୁ କରୋନା ପଜେଟିଭ ହୋଇଥିବା କହିଥିଲେ। କିଭଳି ଏପରି ହେଲା ବୋଲି ସେ ପ୍ରଶ୍ନ କରି ଭାଇଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ସେ ଅଭିଯୋଗ କରିଛନ୍ତି। ଆଉଥରେ ନମୁନା ପରୀକ୍ଷା କରାଯିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri