କ୍ୟାନ୍‌ସରରେ ପୀଡ଼ିତ ଗୌରାଙ୍ଗ: ଉଷୋ ଲାଗି ମା’ର ଭତା ଟଁକା ସାହାଭରସା

ଜାମଟିକ୍ରା, ୧୩।୧୨(ଡି.ଏନ.ଏ.)-ବରଗଡ଼ ଜିଲା ଅତାବିରା ବ୍ଳକ ବୁଗବୁଗା ପଁଚେତ୍‌ ଖଲିଆପାଲି ଦୀପଟିକ୍ରାର ଗୌରାଙ୍ଗ ଦୀପ (୪୫)। ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଯାହା ସଁଚିଥିଲେ ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଚିକିଛା ନାଇଁ କରେଇପାରି କରି ଭଗବାନ ଭରସାରେ ପଡ଼ିରହିଛନ୍‌।
ସୂଚନା ଅନ୍‌ସାରେ ଖଲିଆପାଲି ଦୀପଟିକ୍ରାର ଗୌରାଙ୍ଗ ଦୀପ ୧୯୯୮ ସାଲେ କାମ୍‌ଧଁଦା ଖୁଜବାକେ ଯାଇ ପାରାଦୀପରେ ରହିଗଲେ। ସେଠାନେ ସେ କୁଲିମଜୁରି କରି ଦୁଇପଏସା କମାବାର ସଂଗେ ଗୁଟେ ଉନିଅଁା ଜାତିର ଟୁକେଲକେ ବିହା ହେଇ ଘରସଁସାର କରିଥିଲେ। ତାକର ୩ ବଛର୍‌ର ଗୁଟେ ପୁଓ ବି ରହିଛେ। ଗୌରାଙ୍ଗ ଦୁଖ୍‌ସୁଖ କରି କୁଟୁମ ପୁଷୁଥିଲେ। ଇ ସମିଆରେ ତାକର ଟୁଁଡେ ଗୁଟେ ଘା’ ହେଇଥିଲା। ଡାକ୍‌ତର ଦେଖାଲାରୁ କ୍ୟାନ୍‌ସର ହେଇଥିବାର ଯାନ୍‌ବାକେ ପାଇଥିଲେ। ଇ କଥା ଜାନ୍‌ଲା ଉତାରୁ ଗୌରାଙ୍ଗକଁର ମାଏକିନା ଯାଚଶ୍ରୀ ମହାରଣା ଆର ତାହାକୁ ନାଇଁ ପଚାର୍‌ଲେ କି ଘରକେ ଢୁକି ନାଇଁଦେଲେ। ଏନ୍‌ତାଥି ଉପେ ଶୂଇନ୍‌ ଗୌରାଙ୍ଗ ନିଜେ ସଁଚିଥିବାର କେତେ ଟଁକା ଧରି କଟକର ଗୁଟେ ବେସରକାରୀ ଡାକ୍‌ତରଖାନାରେ ପୁହୁଁଚିଥିଲେ। ସେଠାନେ ସେ ୨୦୧୮ ଅଗଷ୍ଟରେ ଅପରେଶନ କଲେ, ହେଲେ କିଛି ଲାଭ ନାଇଁ ହେଲା। ସେ ନିରାଶ ହେଇ ନିଜର ଜନମ ମାଏଟ୍‌କେ ଫିରି ଆଏଲେ। ପଛେ ଗୌରାଙ୍ଗ ବୁର୍ଲା ବଡ଼ ଡାକ୍‌ତରଖାନାରେ ଯାଇ ଦେଖାଲେ। ସେଠାନେ ଡାକ୍‌ତର ଅପରେଶନ ଦରକାର ଆର ଇଥିରଲାଗି ବହୁତ ଟଁକା ଦରକାର ବଲି କହିଥିଲେ। ହେଲେ ଗୌରାଙ୍ଗ ଝନେ ଖଟିଖିଆ ହେଇଥିଲାବେଲେ ଆଗରୁ ଯାହା ସଁଚିଥିଲେ ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଇଆଡ଼େ ଗୌରାଙ୍ଗ ଉନିଆ ଜାତିରେ ବିହାଚୁରା ହେଇଥିବାର ଲାଗି ତାକର ୩ ଭାଇ, ୩ ବହେନ୍‌ ବି ତାହାକୁ ନାଇଁ ପଚ୍‌ରାବାର। ଏନ୍‌ତାଥି ସେ ବୁଢ଼ି ମା’ର ସଂଗେ ରହୁଛନ୍‌। ମା’ ଯେନ୍‌ ଭତା ଟଁକା ପାଉଛନ୍‌ ସେଥ୍‌ରେ ଗୌରାଙ୍ଗ ନିଜର ଉଷୋକଷା କରୁଛନ୍‌। ଅସାହା ଗୌରାଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌। ଚିକିଛା ସାହାଯ୍‌ ମିଲ୍‌ରେ ମୋର ଜୀବନ୍‌ଟା ବଁଚି ଯାଏତା ବଲି ସେ ଗୁଲ୍‌ଗୁଲା ହେଇ କହିଛନ୍‌। ଗୌରାଙ୍ଗ ସରକାରୀ ଯୋଜନାରେ ରାଶନ ସାମାନ ପାଉଛନ୍‌। ହେଲେ ଆବାସ ଯୋଜନାରେ ଘରଖଁଡ଼େର ଲାଗି ଗୁହାରି କରିଛନ୍‌। ଇଆଡ଼େ ମା’ ଅପାରୁ ହେବାର ଲାଗି ଗୌରାଙ୍ଗ ରୁଗୀଆ ଅବସ୍‌ତାରେ ବି ତାହାକୁ ରଁାଧିବାଢ଼ି କରି ଖାଏବାକେ ଦେଉଛନ୍‌। ଜିଲା ପରଶାସନ ଇ ଦୁଖି ଗରିବ୍‌ ଉପରେ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ବି ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri