କ୍ଷେତ୍ର ପରିଦର୍ଶନ କଲା ଏକ୍ସପର୍ଟ କମିଟି

ବଲାଙ୍ଗୀର ଅଫିସ,୨୨ା୧୦
ଓଡିଶା ସରକାରଙ୍କ ଏକ ଏକ୍ସପର୍ଟ ଟିମ୍‌ ସୋମବାର ବଲାଙ୍ଗୀର ଜିଲା ଗସ୍ତ କରି ଜିଲାର ବିଭିନ୍ନ ଗଁା ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ତଦାରଖ କରିଛନ୍ତି ା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକର ଉତ୍କୃଷ୍ଟ କାର୍ଯ୍ୟାନ୍ବୟନ ଏବଂ ସାର୍ବଜନିକ ସେବା ଯୋଗାଣରେ ବଲାଙ୍ଗୀର ଜିଲା ପ୍ରଶାସନ ଉନ୍ନତ ପ୍ରଦର୍ଶନ କରିଥିବାରୁ ଏହି ଟିମ୍‌ ଜିଲା ଗସ୍ତ କରିିଛି ା ଏହି କମିଟି ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ୍‌ ସକାଶେ କେତୋଟି ନିର୍ଦ୍ଦିଷ୍ଟ ଜିଲା ଗସ୍ତ କରି ରିପୋର୍ଟ ସଂଗ୍ରହ କରୁଥିବା ଜଣାପଡିଛି ା ଏକ୍ସପର୍ଟ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ ଆର. ଏନ.୍‌ ବହିଦାର, ସଦସ୍ୟ ପ୍ରଫେସର ଓ. ଏସ୍‌. ପେପିନ୍‌, ସଦସ୍ୟ ଆବାହକ ଓଏସ୍‌ଡି ଏନ୍‌ .କେ. ସେଠୀ ଏବଂ ଏସକର୍ଟ ଅଫିସର ବି .ମଲ୍ଲିକ ବଲାଙ୍ଗୀର ଗସ୍ତ କରିଥିଲେ ା ଏହି ଟିମ୍‌ ଦେଓଗଁା ବ୍ଳକର ସାଗରପାଲି, ସଇଁତଲା ବ୍ଳକର କନ୍ଧକେଲଗଁା ଗ୍ରାମ ପଞ୍ଚାୟତର ବିଭିନ୍ନ ଗଁା ବୁଲି ଦେଖିଥିଲେ ା ବିଶେଷକରି ଆବାସ୍‌ ଯୋଜନାର ଉପଲବ୍ଧିିକୁ ନେଇ ବଲାଙ୍ଗୀର ଜିଲା ପ୍ରଶାସନ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ଏହି ବିଷୟକୁ ଅଧିକ ଗୁରୁତ୍ୱ ଦେଇଥିଲେ ା କିଭଳି ଭାବେ ବଲାଙ୍ଗୀର ଜିଲାରେ ଭିତ୍ତିଭୂମି ସଂରଚନାରେ ଜିଲା ଅଗ୍ରଣୀ ଭୂମିକା ନିର୍ବାହ କରିଛି ଓ ହିତାଧିକାରୀମାନେ କମ୍‌ ସମୟ ମଧ୍ୟରେ ସୁଫଳ ପାଇଲେ ସେ ନେଇ ହିତାଧିକାରୀ ଓ ଗ୍ରାମବାସୀଙ୍କ ସହ ଟିମ୍‌ ସଦସ୍ୟମାନେ ଆଲୋଚନା କରିଥିଲେ ା ଏହା ସହିତ ଅନ୍ୟାନ୍ୟ ଯୋଜନାର ସଫଳତାକୁ ନେଇ ଲୋକଙ୍କୁ ପ୍ରଶ୍ନ କରିଥିଲେ ା ବିଭିନ୍ନ ହିତାଧିକାରୀମାନେ ଆବାସ ଯୋଜନାରେ କିଭଳି ସରକାରଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ତିଆରି ପୁରସ୍କାର ଲାଭ କରିଛନ୍ତି କହିଥିଲେ ା ନୀତି ଆୟୋଗ ରେଟିଂରେ ବଲାଙ୍ଗୀର ଜିଲା ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ଅଗ୍ରଣୀ ହୋଇଥିବାରୁ ଏହା ଏବେ ଜାତୀୟସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ା ଏହି ଏକ୍ସପର୍ଟ କମିଟି ସଦସ୍ୟଙ୍କ ସହ ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ.ମହେଶ୍ୱର ସ୍ବାଇଁ ଓ ଅନ୍ୟ ଅଧିକାରୀ ଉପସ୍ଥ୍‌ିତ ଥିଲେ ା ଯୋଜନା କାର୍ଯ୍ୟାନ୍ବୟନ କ୍ଷେତ୍ରରେ ସଫଳତା ଲାଭ କରିଥିତ୍ବା ଜିଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯିବା ନେଇ ଏହି ଏକ୍ସପର୍ଟ ଟିମ୍‌ ତୃଣମୂଳସ୍ତରରୁ ରିପୋର୍ଟ ସଂଗ୍ରହ କରୁଥିତ୍ବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri