କ୍ଷେତ୍ରବାଦ୍‌ ସଂକୀର୍ଣ୍ଣତା ବିକାଶର ପରିପନ୍ଥୀ

ଷ୍ଟାଲିନ୍‌ ମିଶ୍ର

ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି, ଯାହା ଉତ୍ଥାପନ କଲେ ନେତାମାନଙ୍କ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ୱାସ ଫେରିପାରିବା ସହିତ ରାଜ୍ୟର ମଧ୍ୟ ହିତ ସାଧନ ହୋଇପାରନ୍ତା। କିନ୍ତୁ ଆମେ ସେସବୁ ପ୍ରସଙ୍ଗ ନିଜ ବ୍ୟକ୍ତିଗତ ଲାଭ କିମ୍ବା ନୈତିକତା ଅଭାବରୁ ଉଠାଉନାହଁୁ । ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ତଥା କାହା ବିରୋଧରେ ବ୍ୟକ୍ତିଗତ ଟିପ୍ପଣୀ ଦେବାକୁ ଆମେ ପରାକ୍ରମର ପରିଚୟ ବୋଲି ବିବେଚନା କରିଚାଲିଛୁ, ଯାହାଦ୍ୱାରା ଆମର କ୍ଷତି ସାଧନ ହେବା ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରୁ ଧ୍ୟାନ ହଟିଚାଲିଛି। କିଛି କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ାର ଆଢୁଆଳରେ ରାଜ୍ୟ ବିଭାଜନ ପରି ଏକ ଅନାବଶ୍ୟକ ପ୍ରସଙ୍ଗ ବର୍ତ୍ତମାନ ଓଡ଼ିଶାର ରାଜନୈତିକ ବାତାବରଣକୁ ଉଷ୍ମ ତଥା ଓଡ଼ିଶାର ଜନସାଧାରଣଙ୍କ ହୃଦୟରେ ବିଭେଦର ବିଷମଞ୍ଜି ବୁଣିଚାଲିଛି।
ପ୍ରଥମ କଥା ହେଲା, ଏପରି ବିଭ୍ରାନ୍ତିକର କ୍ଷେତ୍ରବାଦ୍‌କୁ ପ୍ରଚଣ୍ଡ ବିରୋଧ କରାଯିବା ଉଚିତ। କ୍ଷେତ୍ରବାଦ୍‌ ଆଧାରରେ କୌଣସି ସ୍ଥାନ କିମ୍ବା ବ୍ୟକ୍ତିବିଶେଷ ପ୍ରତି ଆକ୍ଷେପ କରିବା କିମ୍ବା ବୈମାତୃକ ମନୋଭାବ ପୋଷଣ କରିବା କେବଳ ଅନ୍ୟାୟ ନୁହେଁ, ଏହା ଅପରାଧ ମଧ୍ୟ। ଓଡ଼ିଶା ପାଇଁ ଏହାର ଉପକୂଳ ଓଡ଼ିଶା ଯେତେ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମ ଓଡ଼ିଶା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଆମକୁ ଭବାନୀପାଟଣାର ମା’ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଯେତିକି ଆବଶ୍ୟକ ଯାଜପୁରର ମା’ ବିରଜାଙ୍କ ଆଶୀର୍ବାଦ ସେତିକି ମହତ୍ତ୍ୱପୂର୍ଣ୍ଣ। କୋରାପୁଟର ଗୁପ୍ତେଶ୍ୱର ମହାଦେବ ଓ ଢେଙ୍କାନାଳର ପ୍ରଭୁ ଚନ୍ଦ୍ରଶେଖର ଉଭୟ ଆରାଧ୍ୟ। ଜଗନ୍ନାଥ ଦେଶ ଭାବେ ପରିଚିତ ଓଡ଼ିଶାର ଜନସାଧାରଣଙ୍କୁ ଭାଗ ଭାଗ କରି କିଛି ଲୋକଙ୍କୁ ତାଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଦୂରେଇ ରଖିବା କିମ୍ବା ମହୋଦଧି, କୋଣାର୍କ, ଲିଙ୍ଗରାଜ, ଖଣ୍ଡଗିରି, ଉଦୟଗିରି ପରି କୀର୍ତ୍ତିରାଜିଠାରୁ ବଞ୍ଚତ୍ତ କରିବା ଓଡ଼ିଆଙ୍କ ଅଧିକାରକୁ କ୍ଷୁଣ୍ଣ କରିବା ପାଇଁ ହୀନ ପ୍ରୟାସ ମାତ୍ର। ଦେଶ ବିଭାଜନ ପରେ ଯେପରି ଆମେ ଭାରତୀୟ ହିନ୍ଦୁ କୁଶ ପର୍ବତ, ସିନ୍ଧୁନଦୀ, ମା’ ଢାକେଶ୍ୱରୀ ମନ୍ଦିର ଉପରୁ ନିଜ ଅଧିକାର ହରାଇଲୁ, ଓଡ଼ିଶା ବିଭାଜନ ପରେ ଏପରି ଅନେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ଉଭୟ ପକ୍ଷ ପାଇଁ ପର ହୋଇଯିବନାହିଁ କି? କବିବର ରାଧାନାଥ ଓ ସ୍ବଭାବକବି ଗଙ୍ଗାଧରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା କ’ଣ ନିହାତି ଆବଶ୍ୟକ? ଓଡ଼ିଶା ରାଜ୍ୟ, ଓଡ଼ିଆ ଭାଷା ତଥା ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅବଦାନ ଅନେକ। ଆମକୁ ଆମ ଇତିହାସ ଆଉଥରେ ପଢ଼ିବା ଉଚିତ୍‌। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପୂର୍ବପୁରୁଷମାନଙ୍କ ସମସ୍ତ ତ୍ୟାଗ, ବଳିଦାନ ରାଜ୍ୟ ବିଭାଜନ ହେଲେ ବ୍ୟର୍ଥ ଯିବନାହିଁ କି?
କଳା, ସଂସ୍କୃତି ତଥା କଳାକାର ହୃଦୟ ଯୋଡ଼ିବା ପାଇଁ କାର୍ଯ୍ୟ କରିଥା’ନ୍ତି। କିନ୍ତୁ ଯିଏ ରାଜ୍ୟ କିମ୍ବା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର କରନ୍ତି, ଜନତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ପ୍ରେରଣା ଦିଅନ୍ତି ସେମାନେ କଦାପି କଳାକାର ନୁହନ୍ତି । ଯାଜପୁର ଖଣିଖାଦାନରେ ଭରପୂର। ଏସିଆର ବୃହତ୍ତମ ଇସ୍ପାତ୍‌ ନଗରୀ, କୋଟି କୋଟି ରାଜସ୍ବ ଦେଉଥିବା ଜିଲା। ତଥାପି ଏହି ଜିଲାରେ ଗୋଟେ ବି ସରକାରୀ ବା ବେସରକାରୀ ଇଞ୍ଜିନିୟରିଂ କଲେଜ ନାହିଁ କି ମ୍ୟାନେଜ୍‌ମେଣ୍ଟ ଶିକ୍ଷାନୁଷ୍ଠାନ ନାହିଁ। ନଗଡ଼ା ପରି ସ୍ଥାନ ଯାଜପୁରରେ ଅବସ୍ଥିତ। ଅଧିକାଂଶ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ। ଜିଲା ମୁଖ୍ୟାଳୟକୁ ରେଳ ସଂଯୋଗ ହୋଇନାହିଁ, ଏତେ ଶିଳ୍ପାନୁଷ୍ଠାନ ଥିଲେ ମଧ୍ୟ ବିମାନବନ୍ଦର ନାହିଁ। ସ୍ବାସ୍ଥ୍ୟ, ଶିକ୍ଷା ସେବା ପାଇଁ ଆମେ କଟକ, ଭୁବନେଶ୍ୱର ଉପରେ ନିର୍ଭରଶୀଳ। ବାହାର ଚାକଚକ୍ୟ, କିନ୍ତୁ ଭିତର ଫମ୍ପା ସଦୃଶ।
କୌଣସି ସ୍ଥାନ କେତେ ସମୃଦ୍ଧ ତାହା ତାହାର ଭୌଗୋଳିକ ଅବସ୍ଥିତି, ଉପଲବ୍ଧ ପ୍ରାକୃତିକ ସମ୍ପଦ, ଜଳବାୟୁ ତଥା ପରିବେଶ ଉପରେ ନିର୍ଭରକରେ। ଠିକ୍‌ ସେପରି ଉକ୍ତ ସ୍ଥାନର ବିକାଶ ସେଇ ଅଞ୍ଚଳର ଉନ୍ନତ ମସ୍ତିଷ୍କ, ଲୋକପ୍ରତିନିଧିଙ୍କ ଯୋଗ୍ୟତା, ଇଚ୍ଛାଶକ୍ତି ତଥା ପ୍ରଗତିଶୀଳ ଦୃଷ୍ଟିକୋଣ ଉପରେ ନିର୍ଭର କରେ। ଯଦି ବିକାଶ ହୋଇନି ତା’ହେଲେ ସେ ଅଞ୍ଚଳର ଲୋକପ୍ରତିନିଧିଙ୍କ ଉଦାସୀନତା ଦାୟୀ ଏବଂ ଯଦି ବିକାଶ ହୋଇଛି ତା’ହେଲେ ସେ ଅଞ୍ଚଳର ଲୋକପ୍ରତିନିଧିଙ୍କ ପାଇଁ ସମ୍ଭବ ହୋଇଥାଏ। କିନ୍ତୁ ବିକାଶ ପାଇଁ ବିଭାଜନ ଜରୁରୀ ଦାବି କରିବା ମୂର୍ଖତା। ଯେଉଁ ନେତାମାନେ ଏପରି ବିଭାଜନ ପାଇଁ ଉସ୍‌କାଉଛନ୍ତି ସେମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ପିଢ଼ି ପରେ ପିଢ଼ି ଦୀର୍ଘଦିନ ରହି କ୍ଷମତା ତଥା ସରକାରୀ ସୁବିଧା ସୁଯୋଗ ଉପଭୋଗ କରି ମଧ୍ୟ ସେ ସ୍ଥାନର ବିକାଶ କରିବାକୁ କେବେ ଚେଷ୍ଟା କରିନାହାନ୍ତି କିମ୍ବା ତାଙ୍କ ପାଖରେ ଇଚ୍ଛାଶକ୍ତିର ଘୋର ଅଭାବ ରହିଛି। ସେମାନଙ୍କୁ ବିଶ୍ୱାସ କରିବା କିମ୍ବା ତାଙ୍କ କଥାରେ ଅରାଜକତା ସୃଷ୍ଟି କରିବା ନିର୍ବୋଧତା। ଅବହେଳା ପାଇଁ ସେମାନଙ୍କୁ ପ୍ରଥମେ ଉତ୍ତରଦାୟୀ କରନ୍ତୁ କିମ୍ବା କ’ଣ କରିଛନ୍ତି ବୋଲି ପ୍ରଶ୍ନ କରନ୍ତୁ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରାଜନୈତିକ ବହିଷ୍କାର କରି ନୂତନ ଶିକ୍ଷିତ ଯୁବପିଢ଼ିଙ୍କ ହାତରେ ଶାସନ କ୍ଷମତା ଅର୍ପଣ କରିବାକୁ ପଦକ୍ଷେପ ନିଅନ୍ତୁ। ଯେଉଁ ନେତାମାନେ ଦୀର୍ଘବର୍ଷ କ୍ଷମତାରେ ରହି ମଧ୍ୟ ନିଜ ଅଞ୍ଚଳର ବିକାଶ ପ୍ରତି ଅବହେଳା କରି ଆସିଛନ୍ତି, ନୂତନ ରାଜ୍ୟ ସୃଷ୍ଟିହେଲେ ମଧ୍ୟ ସେମାନଙ୍କ ଚରିତ୍ରରେ କୌଣସି ପରିବର୍ତ୍ତନ ହେବନାହିଁ। ବରଂ ନୂତନ ରାଜ୍ୟର ନୂତନ ରାଜଧାନୀ, ନୂତନ ସରକାରଙ୍କ ଦପ୍ତର, ନୂତନ ରାଜଭବନ, ନୂତନ ସଚିବାଳୟ ତଥା ଅନ୍ୟାନ୍ୟ ଆବଶ୍ୟକ ସରକାରୀ ଭିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ଅନାବଶ୍ୟକ ବ୍ୟୟବରାଦ ହେବ, ତାହାର ବୋଝ ଏହି ନିରୀହ ଜନତା ଉଠାଇବାକୁ ବାଧ୍ୟହେବେ।
ପାକିସ୍ତାନ ସୃଷ୍ଟି ପାଇଁ ପଞ୍ଜାବ, ବେଲୁଚ୍‌ କିମ୍ବା ସିନ୍ଧ୍‌ର ମୁସ୍‌ଲିମ୍‌ କେବେ ଦାବି କରି ନ ଥିଲେ। ଦାବି ଓ ସହଯୋଗ କରିଥିଲେ ଉତ୍ତର ଭାରତର ଧନୀକ ଶ୍ରେଣୀର ମୁସ୍‌ଲିମ୍‌ ତଥା ନବାବ ଜାଗିର୍‌ଦାରମାନେ। କିନ୍ତୁ ଦେଶ ବିଭାଜନ ପରେ ଦାବି କରିଥିବା ଅଧିକାଂଶ ଲୋକ ଭାରତରେ ରହିଲେ। ବିଭାଜନ ବିଭୀଷିକା ପଞ୍ଜାବ, ସିନ୍ଧ୍‌, ବଙ୍ଗଳାର ନିରୀହ ଜନତା ଭୋଗକଲେ ତଥା ଆଜି ଏକ ଗରିବ ଅନୁନ୍ନତ ଦେଶର ଦୟନୀୟ ନାଗରିକ ହୋଇ ରହିବାକୁ ବାଧ୍ୟହେଲେ। ବିଭାଜନ ବିଭୀଷିକା ଆଣେ ବିକାଶ ନୁହେଁ। ଆଜି ବି ଯେଉଁମାନେ ଓଡ଼ିଶା ବିଭାଜନ ପାଇଁ ବିଷମଞ୍ଜି ବୁଣିଚାଲିଛନ୍ତି ସେମାନଙ୍କ ପୂର୍ବପୁରୁଷ ଏହି ଉପକୂଳ ଅଞ୍ଚଳରୁ ଯାଇ ପଶ୍ଚିମ ଓଡ଼ିଶାର ନିରୀହ ଜନତାଙ୍କୁ ଶୋଷଣକରି ଧନୀ ହୋଇଛନ୍ତି। ତାଙ୍କ କଥାରେ ଯେଉଁମାନେ ଉନ୍ମାଦ ସୃଷ୍ଟି କରୁଛନ୍ତି ସେମାନେ ଥରେ ସେହି ନେତାମାନଙ୍କ ଇତିହାସ, ଭୂଗୋଳ ପରଖି ଦେଖନ୍ତୁ। ସେମାନେ ଯଦି ନିଜ ପଦବୀ, କ୍ଷମତା ଓ ବୁଦ୍ଧିକୁ କେବଳ ନିଜ ସିନ୍ଦୁକ ଭରିବା ତଥା ଅଂଶବାଦ୍‌ ରାଜନୀତିକୁ ସୁଦୃଢ଼ କରିବା ପାଇଁ ପ୍ରୟୋଗ କରି ନ ଥାନ୍ତେ ତା’ହେଲେ ଆଜି ସେହି ସ୍ଥାନ ନିଶ୍ଚୟ ବିକାଶର ସ୍ବାଦ ଚାଖିପାରିଥା’ନ୍ତା। ରାଜ୍ୟର ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ପୁନଃ ମିଶ୍ରଣ ପାଇଁ ଆନ୍ଦୋଳନ ନ କରି ଖାଲି ଯାହା ବଞ୍ଚତ୍ଛି ତାକୁ ଖଣ୍ଡ ଖଣ୍ଡ କରିବା ପାଇଁ ଷଡ଼ଯନ୍ତ୍ର କରିବାରେ ଆମ ନେତାଗିରି ସୀମିତ ରଖିବା ଦୁର୍ଭାଗ୍ୟପୂର୍ଣ୍ଣ। ବିଭାଜନ ଯଦି ବିକାଶ ଆଣେ ତେବେ ପାକିସ୍ତାନ, ବାଂଲାଦେଶ ବିକଶିତ ରାଷ୍ଟ୍ର ହୋଇ ପାରିଥା’ନ୍ତେ। କ୍ଷେତ୍ରବାଦ୍‌ ସଂକୀର୍ଣ୍ଣତା ବିକାଶର ପରିପନ୍ଥୀ। ରାଜନୈତିକ ଷଡ଼ଯନ୍ତ୍ରର ଶିକାର ନ ହୋଇ ଏବଂ ହୀନମନ୍ୟତା ପରିତ୍ୟାଗ କରି ଆସନ୍ତୁ ସମସ୍ତେ ଏକ୍‌ ହୋଇ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ପ୍ରତିଜ୍ଞାବଦ୍ଧ ହେବା।
ମୋ: ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?