Posted inଜାତୀୟ

କ୍ଲାଉଡ୍‌ ସେଡିଂ ଦ୍ୱାରା କର୍ନାଟକରେ କରାଯିବ କୃତ୍ରିମ ବର୍ଷା: ଖର୍ଚ୍ଚ ହେବ ୮୮ କୋଟି

ବେଙ୍ଗାଲୁର୍‌,୧୬।୫: ଏବେ କର୍ନାଟକରେ ଚାଷୀଙ୍କ ଫସଲ ହାନୀର ଆଶଙ୍କା ରହିବ ନାହିଁ। ବର୍ଷାର ଅଭାବରେ ସରକାର ଏବେ କ୍ଲାଉଡ୍‌ ସେଡିଂ ଦ୍ୱାରା କୃତ୍ରିମ ବର୍ଷା କରିବା ଲାଗି ଯୋଜନା କରିଛନ୍ତି। ଏଠାକାର ୩୦ଟି ଜିଲାର ୧୫୬ ତାଲୁକକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇଛି। ରାଜ୍ୟର ୧୦୭ ତହସିଲ୍‌ରେ ମରୁଡି ଜାରି ରହିଛି। ସେଥିମଧ୍ୟରୁ ୪୯ ତହସିଲ୍‌ରେ କମ୍‌ ମରୁଡି ଥିବା କୁହାଯାଉଛି। ଏହାପୂର୍ବରୁ ୨୦୧୮-୧୯ରେ କର୍ନାଟକରେ ଖରିଫ୍‌ ଋତୁରେ ମରୁଡି ପଡ଼ିଥିଲା। ତେବେ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଯୋଜନା କରିଛନ୍ତି। କ୍ଲାଉଡ୍‌ ସେଡିଂରେ ବର୍ଷା ପାଇଁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ରାଜ୍ୟର ମରୁଡିଗସ୍ତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କେନ୍ଦ୍ର ସରକାରଙ୍କୁ ୨ ହଜାର ୬୪ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ଏନେଇ ବିଚାର ବିମର୍ଷ ଜାରି ରଖିଛନ୍ତି। କ୍ଲାଲଡ୍‌ ସେଡିଂରେ ସିଲଭର ଆୟୋଡାଇଡ୍‌ ଏବଂ ଡ୍ରାଏ ଆଇସ୍‌ ବାୟୁମଣ୍ଡଳର ଉପର ଭାଗରେ ନେଇ ବିମାନ ଦ୍ୱାରା ପକାଯାଇଥାଏ। ଏହାଦ୍ୱାରା କୃତ୍ରିମ ବର୍ଷା ହୋଇଥାଏ। ଏହି ଜ୍ଞାନକୌଶଳର ଉପଯୋଗ ପ୍ରଥମେ ୧୯୪୭ ଫେବୃୟାରୀରେ ଅଷ୍ଟ୍ରେଲିଆରେ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନେକ ଦେଶରେ ଏହାର ସଫଳ ପ୍ରୟୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?