କ୍ରିକେଟ ଖେଳରୁ ବଚସା: ସାଙ୍ଗଙ୍କ ବ୍ୟାଟ୍‌ ମାଡ଼ରେ ନାବାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ, ୧୧ା୪(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପିଲାଙ୍କ କ୍ରିକେଟ ଖେଳରୁ ବଚସା ହୋଇ ଜଣେ ନାବାଳକଙ୍କ ବ୍ୟାଟ୍‌ ମାଡ଼ରେ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ବିଭୁ ସେଠୀ (୧୪)। ସେ ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ଅଟନ୍ତି। ସେ ମାଆ ବାପାଙ୍କ ଏକମାତ୍ର ପୁତ୍ର ଅଟନ୍ତି। ଏପରି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ଖବରରୁ ପ୍ରକାଶ ଯେ, ଲକ୍‌ ଡାଉନ୍‌ ସ୍ଥିତିରେ ଶନିବାର ପୂର୍ବାହ୍ନରେ ଖରିଡ଼ା ଗ୍ରାମର କିଛି ନାବାଳକ ଗ୍ରାମ ନିକଟ ପଡ଼ିଆରେ କ୍ରିକେଟ ଖେଳୁଥିଲେ। କ୍ରିକେଟ ଖେଳରୁ ବିଭୁଙ୍କ ସହ ଅନ୍ୟ ଜଣେ ନାବାଳକଙ୍କ ବଚସା ହୋଇଥିଲା। ନାବାଳକ ଜଣକ ବ୍ୟାଟରେ ବିଭୁଙ୍କୁ ଆକ୍ରମଣ କରିଥିଲେ। ବ୍ୟାଟ ବିଭୁଙ୍କ କାନ ପାଖରେ ବାଜିବାରୁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ପରିବାର ଓ ଗ୍ରାମବାସୀ ବିଭୁଙ୍କୁ ହିଞ୍ଜିଳିକାଟୁ ଡ଼ାକ୍ତରଖାନା ଆଣିଥିଲେ। ସେଠାରେ ବିଭୁଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଅଭିମନ୍ୟୁ ଦାଶ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି। ମୃତ ନାବାଳକ ବିଭୁଙ୍କ ଜେଜେବାପାଙ୍କ ଅଭିଯୋଗ ପରେ ଥାନାରେ (ନଂ.୧୧୩/୨୦)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଗ୍ରାମରୁ ଆଣି ଥାନାରେ ଅଟକ ରଖିବା ସହ କ୍ରିକେଟ ବ୍ୟାଟକୁ ପୋଲିସ ଜବତ କରିଛି। ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri