Posted inଖେଳ

କ୍ରିକେଟରୁ ବିରତି ନେଲେ ଦେଶର ଅନ୍ୟତମ ଧନୀ ଶିଳ୍ପପତି ବିର୍ଲାଙ୍କ ପୁଅ

ନୂଆଦିଲ୍ଲୀ,୨୧।୧୨- ଦେଶର ଅନ୍ୟତମ ଧନୀ ଶିଳ୍ପପତି ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ କ୍ରିକେଟରୁ ବିରତି ନେଇଛନ୍ତି। ମାନସିକ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ବିଭିନ୍ନ ବୟସ ଗ୍ରୁପରେ ଭଲ ପ୍ରଦର୍ଶନ କରିବା ପରେ ୨୦୧୭ରେ ମଧ୍ୟପ୍ରଦେଶ ପାଇଁ ରଣ୍‌ଜୀ ପଦାର୍ପଣ କରିଥିଲେ। ସେବେଠାରୁ ଚଳିତବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ସେ କ୍ରମାଗତ କ୍ରିକେଟ ଖେଳିଛନ୍ତି। ଏବେ ଆର୍ଯ୍ୟମାନ ନିଜ ମାନସିକ ଅବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେବେ। ନିକଟରେ ସମାନ କାରଣ ଯୋଗୁ କ୍ରିକେଟରୁ ଦୂରେଇ ଯାଇଥିଲେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସଓ୍ବେଲ। କଡ଼ା ପରିଶ୍ରମ ଓ ଅଭ୍ୟାସ ଯୋଗୁ ଏପର୍ଯ୍ୟନ୍ତ ପହଞ୍ଚତ୍ ପାରିଛି। ଏବେ ମୁଁ ମାନସିକ ସ୍ତରରେ ସୁସ୍ଥ ହେବାକୁ ଚାହେଁ। ଏଣୁ ଅନର୍ଦ୍ଦିଷ୍ଟ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। କ୍ରିକେଟ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଶା କରୁଛି ମୁଁ ସୁସ୍ଥ ହୋଇ କ୍ରିକେଟକୁ ଫେରିବି ବୋଲି ଆର୍ଯ୍ୟମାନ ପୋଷ୍ଟରେ ଲେଖିଛନ୍ତି। ଉଲ୍ଲେଖଥାଉ କି, ତାଙ୍କୁ ୨୦୧୮ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ରାଜସ୍ଥାନ ରୟାଲ୍ସ ୩୦ ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ତାଙ୍କୁ ଖେଳିବାକୁ ସୁଯୋଗ ନ ଦେଇ ପରେ ଦଳରୁ ବିଦା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ପ୍ରଥମ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ଥିଲା ଏହି ଖେଳାଳିଙ୍କ ବଡ ହାତ

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୬୯ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ...

ୟୁକେରେ ଚିକିତ୍ସିତ ହେବେ ସଙ୍କେତ

ବର୍ମିଂହାମ୍‌,୧ା୮: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍‌ଗର୍‌ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ...

ଉର୍ବଶୀଙ୍କୁ ମିଳିଲା ୨ ଡବ୍ଲ୍ୟୁବିସି ଟାଇଟଲ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ମହିଳା ବକ୍ସର ଉର୍ବଶୀ ସିଂଙ୍କୁ ମିଳିଛି ବଡ଼ ସଫଳତା। ସେ ୨ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଛନ୍ତି। କଲମ୍ବୋରେ ଅନୁଷ୍ଟିତ ୧୦ ରାଉଣ୍ଡବିଶିଷ୍ଟ...

ପିଲାଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଗାଭାସ୍କରଙ୍କ ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୧୮।୯(ପି.ଟି.)- ହାର୍ଟ ଟୁ ହାର୍ଟ (ଏଚ୍‌ ଟୁ ଏଚ୍‌) ଫାଉଣ୍ଡେଶନ ସହ ଜଡିତ ରହିଥିବା ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ୬୦୦ ଗରିବ ପିଲାଙ୍କ...

ଗାଭାସ୍କରଙ୍କ ପ୍ରସ୍ତାବ: ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବଦଳ ହେଉ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୪(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଟି୨୦...

ରାଷ୍ଟ୍ରୀୟ ସଙ୍ଗୀତ ଗାନ ସମୟରେ ଭାବୁକ ହେଲେ ରୋହିତ

ମେଲବୋର୍ନ,୨୩।୧୦: ମ୍ୟାଚ୍‌ ଆରମ୍ଭରୁ ଭାବବିହ୍ବଳ ନଜର ଆସିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ପାକିସ୍ତାନ ବିପକ୍ଷରେ ରବିବାର ସୁପର-୧୨ ଚରଣର ପ୍ରଥମ ମୁକାବିଲା ଖେଳିବାକୁ ଓହ୍ଲାଇଛି...

ରାଣୀ ରାମପାଲ୍‌ଙ୍କ ନାମରେ ଷ୍ଟାଡିୟମ

ନୂଆଦିଲ୍ଳୀ,୨୨ା୩(ପି.ଟି.): ଭାରତୀୟ ମହିଳା ହକି ଦଳର ଷ୍ଟାର ଖେଳାଳି ରାଣୀ ରାମ୍‌ପାଲଙ୍କ ନାମରେ ଏକ ହକି ଷ୍ଟାଡିୟମକୁ ନାମିତ କରାଯାଇଛି। ପ୍ରଥମ ମହିଳା ହକି ଖେଳାଳି...

ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୨୦୨୧ ଶ୍ରେଷ୍ଠ ଆଇପିଏଲ୍‌ ଦଳରେ ନାହାନ୍ତି କୋହଲି, ରୋହିତ

ନୂଆଦିଲ୍ଲୀ,୧୩।୫: ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରାଡ ହଗ ନିଜ ୟୁୁଟ୍ୟୁବ ଚ୍ୟାନେଲରେ ଗୁରୁବାର ଚଳିତ ବର୍ଷର ଶ୍ରେଷ୍ଠ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି। ସବୁଠୁ ବଡ଼...

Advertisement
Archives

Model This Week