Posted inଖେଳ

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ଅଶ୍ୱିନ

ବିଶାଖାପାଟଣା,୫।୧୦(ପି.ଟି.)- ଭାରତୀୟ ଅଭିଜ୍ଞ ସ୍ପିନର ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରି ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଉଇକେଟ ଅକ୍ତିଆର କରିଛନ୍ତି। ଗତବର୍ଷ ଡିସେମ୍ବରରେ ସେ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ। ପାଖାପାଖି ୧୦ ମାସ ଧରି ସେ କ୍ରିକେଟରୁ ଦୂରେଇ ରହିଥିଲେ। କ୍ରିକେଟରୁ ଦୂରେଇ ରହିବା କଷ୍ଟକର ବୋଲି ସେ କହିଛନ୍ତି। ୨୦୧୭ ଜୁଲାଇ ପରଠାରୁ ସେ କେବଳ ଟେଷ୍ଟ ଫର୍ମାଟ୍‌ରେ ଖେଳ ଜାରି ରଖିଛନ୍ତି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଅନ୍ତିମ ଏକାଦଶରେ ସ୍ଥାନ ନ ମିଳିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି। ଭାରତ ଏହି ସିରିଜରେ କେବଳ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇଥିଲା।
ଜାତୀୟ ଦଳରୁ ବାଦ୍‌ ପଡିବା ପରେ କାଉଣ୍ଟି ଦଳ ନଟିଂହାମ୍ପିସାୟର ପାଇଁ ଯେଉଁ ଫର୍ମାଟରେ ସୁଯୋଗ ମିଳିଥିଲା ତାହା ଖେଳିଥିଲି। ଏପରି କି ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ମଧ୍ୟ ଯେତେ ସମ୍ଭବ ଖେଳିଥିଲି। ଚେନ୍ନାଇରେ ଲିଗ୍‌ କ୍ରିକେଟ ମଧ୍ୟ ଖେଳିଛି। ଯେଉଁଠାରୁ ଆସିଛି ସେଠାକୁ ଫେରି ପୁଣି ଖେଳିବଳାର ଅନୁଭୂତି ନିଆରା ବୋଲି ଅଶ୍ୱିନ କହିଛନ୍ତି। ଜାତୀୟ ଦଳରୁ ବାଦ୍‌ ପଡିବା ଓ କେବଳ ଗୋଟିଏ ଫର୍ମାଟ୍‌ରେ ସୀମିତ ରହିବା ନିଶ୍ଚିତ ଭାବେ ନିରାଶ କରିଛି। ତେବେ ପ୍ରାୟ ସବୁ କ୍ରିକେଟର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଗତ ୨୫ ବର୍ଷ ହେବ କ୍ରିକେଟ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ରହିଆସିଛି। କ୍ରିକେଟରୁ ଦୂରେଇ ରହିବା ବେଳେ ପ୍ରତ୍ନତତ୍ତ୍ୱ ବହିଗୁଡିକ ପଢ଼ିବାରେ ମନୋନିବେଶ କରିଥାଏ। ଅଶ୍ୱିନ୍‌ ଫିଟ୍‌ନେସ କାରଣରୁ ଗତ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନ ଥିଲେ। ଆଘାତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିଥାଏ। ଇଂଲଣ୍ଡରେ କାଉଣ୍ଟି ଖେଳିବା ବେଳେ ସେ ଦକ୍ଷିଣ ଆଫ୍ରିକା ଓପନର ଡିନ୍‌ ଏଲଗାରଙ୍କୁ ଆଉଟ କରିଥିଲେ। ତେବେ ଚଳିତ ଟେଷ୍ଟରେ ସେ ଏଲଗାରଙ୍କୁ ନିୟନ୍ତ୍ରଣ ରଖିବାରେ ବିଫଳ ହୋଇଥିଲେ।
ପ୍ରତ୍ୟାବର୍ତ୍ତନ କରିବା ପରେ ୫ ଉଇକେଟ ହାସଲ କରିବା ନିଶ୍ଚିତ ଭାବେ ଖୁସି କଥା। ନଟିଂହାମ୍‌ରେ ମଧ୍ୟ ୫ ଉଇକେଟ ହାସଲ କରିଥିଲି। କ୍ରିକେଟ ଖେଳିବାକୁ ମୁଁ ଉପଭୋଗ କରିଥାଏ। ଚଳିତ ଟେଷ୍ଟରେ ଏଲଗାର ଓ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ଏହା ଏକ ଉତ୍କୃଷ୍ଟମାନର ଟେଷ୍ଟ ପିଚ୍‌। ପ୍ରଥମ ସେସନରେ ଆମେ ଅଧିକ ରନ ବ୍ୟୟ କରିଥିଲୁ। ତେବେ ଅନ୍ତିମ ସେସନରେ ଆମେ ପ୍ରତ୍ୟାବର୍ତ୍ତନ କରିଥିଲୁ ବୋଲି ଅଶ୍ୱିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri