Posted inଖେଳ

କ୍ରିକେଟରରୁ ବିସିସିଆଇ ଅଧ୍ୟକ୍ଷ

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ଜଣେ କ୍ରିକେଟରରୁ ଏହି ହାଇପ୍ରୋଫାଇଲ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ…

ବିଶ୍ୱ କ୍ରିକେଟରେ ସୌରଭ ଗାଙ୍ଗୁଲିଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେଇଥିବା ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କୁ ଏବେ ନୂଆ ଭୂମିକାରେ ଦେଖବାକୁ ମିଳିବ। ଯଦିଓ ସେ କ୍ରିକେଟ ପ୍ରଶାସନରେ ବହୁଦିନ ହେବ କାର୍ଯ୍ୟ କରିଛନ୍ତି ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ରୂପେ ଦାୟିତ୍ୱ ସମ୍ଭାଳିବେ। ଜଣେ ଅଲରାଉଣ୍ଡର ଭାବେ ଭାରତୀୟ ଦଳରେ ସ୍ଥାନ ହାସଲ କରିଥିବା ଗାଙ୍ଗୁଲି ପରେ ଅଧିନାୟକ ନିଯୁକ୍ତ ହୋଇଥିଲେ। ଏବେ ସେ ବିସିସିଆଇର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। କେବଳ ଏ ନେଇ ଓପଚାରିକତା ବାକି ରହିଛି। ତେବେ ଜଣେ କ୍ରିକେଟରରୁ ବିସିସିଆଇ ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବାର ଦୀର୍ଘ ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନ ଥିଲା। ଏହା ବେଶ୍‌ କଣ୍ଟକିତ ଓ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା। ୧୯୯୨ରେ ଗାଙ୍ଗୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ୩ ରନ କରି ଆଉଟ ହୋଇଥିଲେ। ଫଳରେ ତାଙ୍କୁ ଟିମ୍‌ରୁ ବାହାର କରିଦିଆଯାଇଥିଲା। ଏହାପରେ ଆଗାମୀ ୪ ବର୍ଷ ତାଙ୍କୁ ଟିମ୍‌ରୁ ବାହାରେ ରଖାଗଲା। ଏହାପରେ ୧୯୯୬ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ସେ ଧୀରେ ଧୀରେ ଦଳରେ ନିଜର ସ୍ଥାନ ପକ୍କା କରିଥିଲେ।
ପ୍ରତିକୂଳ ପରିସ୍ଥିତିରେ ନେତୃତ୍ୱ: ଯେତେବେଳେ କଷ୍ଟକର ପରିସ୍ଥିତି ଦେଇ ଭାରତୀୟ ଦଳ ଗତି କରୁଥିଲା ସେତେବେଳେ ଗାଙ୍ଗୁଲିଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା। କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂର କଳା ବାଦଲର ଛାୟା ରହିଥିବାବେଳେ ଭଦ୍ରଲୋକଙ୍କ ଏହି ଖେଳ ବେଶ୍‌ ବିବାଦରେ ଫସିଯାଇଥିଲା। ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ନେତୃତ୍ୱ ଦିଆଯାଇଥିଲା। ଏହାପରେ ଗାଙ୍ଗୁଲି ପଛକୁ ଫେରି ଚାହିଁ ନ ଥିଲେ ଓ ସାରା ବିଶ୍ୱ ନେତୃତ୍ୱର ଏକ ନୂଆ ଉଦାହରଣ ଦେଖିବାକୁ ପାଇଥିଲା। ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ ଗାଙ୍ଗୁଲି ଭାରତର ନେତୃତ୍ୱ ନେଇଥିଲେ। ସେ ୪୯ଟି ଟେଷ୍ଟ ଓ ୧୪୬ଟି ଦିନିକିଆ ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ୭୬ଟି ଦିନିକିଆ ଓ ୨୧ଟି ଟେଷ୍ଟରେ ବିଜୟୀ ହୋଇଥିଲା।
ଚାପେଲ ବିବାଦ: କୋଚ୍‌ ଗ୍ରେଗ୍‌ ଚାପେଲଙ୍କ ସହ ହୋଇଥିବା ବିବାଦ ଗାଙ୍ଗୁଲିଙ୍କ କ୍ୟାରିୟରର ଅନ୍ୟତମ ଅଧ୍ୟାୟ। ଏହା ସର୍ବ ସାଧାରଣରେ ବେଶ୍‌ ଚର୍ଚ୍ଚିତ ଘଟଣା ଥିଲା। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଗ୍ରେଗ୍‌ ଚାପେଲଙ୍କୁ କୋଚ୍‌ ନିଯୁକ୍ତ କରିବାକୁ ଗାଙ୍ଗୁଲି ପ୍ରସ୍ତାବ ଦେଇଥିଲେ। ଚାପେଲ କୋଚ୍‌ ନିଯୁକ୍ତ ହେବା ପରେ ଗାଙ୍ଗୁଲିଙ୍କ ସହ ତାଙ୍କର ମତପାର୍ଥକ୍ୟ ହୋଇଥିଲା। ଏହା ନେଇ ବିବାଦ ଏତେ ଉତ୍କଟ ହୋଇଥିଲା ଯେ, ଶେଷରେ ଗାଙ୍ଗୁଲିଙ୍କୁ ଅଧିନାୟକ ପଦ ଛାଡିବାକୁ ପଡିଥିଲା। କଥା ସେତିକିରେ ରହି ନ ଥିଲା। ତାଙ୍କୁ ଦଳରୁ ମଧ୍ୟ ବାହାରିବାକୁ ପଡିଥିଲା। ଏହା ପରେ ଗାଙ୍ଗୁଲି ଦଳକୁ ଫେରିଥିଲେ ମଧ୍ୟ ପୂର୍ବ ଚମକ ନ ଥିଲା। ଶେଷରେ ଗାଙ୍ଗୁଲିଙ୍କ କ୍ୟାରିୟର ଅନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri