କ୍ବାରାଣ୍ଟାଇନ୍‌ ପୂର୍ବରୁ ଯୋଗଦେବାକୁ ନିର୍ଦ୍ଦେଶନାମାକୁ ଆୟୁଷ ଡାକ୍ତରଙ୍କ ବିରୋଧ

ବ୍ରହ୍ମପୁର ଅଫିସ, ୩୧ା୫- କୋଭଡ୍‌ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରଙ୍କୁ କରାଣ୍ଟାଇନ୍‌ ସମୟ ଅବଧି ସରିବା ପୂର୍ବରୁ ପୁନଃ କୋଭିଡ୍‌ ଡ୍ୟୁଟିରେ ଯୋଗଦେବା ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ନିକଟରୁ ନିର୍ଦ୍ଦେଶ ଦିଆଯାଇଛି। ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ କୋଭିଡ୍‌ କେୟାର ସେଣ୍ଟରରୁ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରମାନେ ଏଭଳି ଅଭିଯୋଗ କରିଛନ୍ତି। ଶନିବାର ସିଡିଏମ୍‌ପିଏଚ୍‌ଓଙ୍କୁ ସାକ୍ଷାତ୍‌ କରିବା ସହ କ୍ବାରାଣ୍ଟାଇନ୍‌ ଅବଧି ହେବା ଶେଷ ପରେ କାର୍ଯ୍ୟରେ ଯୋଗଦେବାକୁ କହିିଛନ୍ତି। ସୂଚନାପ୍ରକାରେ, ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ କୋଭିଡ୍‌ କେୟାର ସେଣ୍ଟରରୁ ୬ ଆୟୁଷ ଡାକ୍ତର ଗତ ୧୮ତାରିଖରେ ଡ୍ୟୁଟିସାରି ଫେରିଥିଲେ। ସେହିପରି ପାରଳା ମହାରାଜା ଇଞ୍ଜିନିୟରିଂ ସ୍କୁଲ କୋଭିଡ୍‌ କେୟାର ସେଣ୍ଟରରୁ ୯ ଆୟୁଷ ଡାକ୍ତର ଗତ ୨୬ତାରିଖରେ ଡ୍ୟୁଟିରୁ ଫେରିଥିଲେ। ସମସ୍ତଙ୍କୁ ଘରେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। କିନ୍ତୁ କ୍ୱାରାଣ୍ଟାଇନ୍‌ ଅବଧି ସରିବା ପୂର୍ବରୁ ସମସ୍ତଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବାକୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଅବଧି ପୂର୍ବରୁ ପୁନଃ କାର୍ଯ୍ୟରେ ଯୋଗଦେଲେ ସଂକ୍ରମଣ ଆଶଙ୍କା ରହୁଥିବା ସେମାନେ କହିଛନ୍ତି। ଅବଧି ଶେଷ ପରେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶନାମା ଜାରି କରିବା ନେଇ ଡାକ୍ତରମାନେ ସିଡିଏମ୍‌ପିଏଚଓଙ୍କୁ ନିବେଦନ କରିଛନ୍ତି।
ଏହାବ୍ୟତୀତ ଏପ୍ରିଲ ୬ ରୁ କୋଭିଡ୍‌ କାର୍ଯ୍ୟରେ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ପରେ ଜିଲାରେ ଥିବା ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାଳୟ ବନ୍ଦ ହୋଇଛି। ଖୁବଶୀଘ୍ର ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାଳୟକୁ ଖୋଲିବାକୁ ପଦକ୍ଷେପ ନେବାକୁ ଡାକ୍ତରମାନେ ଦାବି କରିଛନ୍ତି। ଏନେଇ ସିଡିଏମ୍‌ପିଏଚଓ ଡା. ଉମାଶଙ୍କର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆୟୁଷ ଡାକ୍ତରଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରକାଶ ପାଇଲା ନିର୍ବାଚନୀ ବିଜ୍ଞପ୍ତି: ୯ରେ ନାମାଙ୍କନ

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ) : ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ନିର୍ବାଚନ ନେଇ ଖବର ପ୍ରକାଶ ପାଇବା ପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ…

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?