ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): କୋରେନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଥିବା ବେଳେ ମାଲକାନଗିରି ଜିଲାରେ ସୋମବାରଠାରୁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୪୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୨୦୫ଟିର ରିପୋର୍ଟ ଆସିଛି। ସମସ୍ତ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଜିଲାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଏହି କଟକଣାକୁ କୋହଳ କରାଯାଇଛି ବୋଲି ଜିଲାପାଳ ମନୀଷ ଅଗ୍ରଓ୍ବାଲ କହିଛନ୍ତି। ଡିଆର୍‌ଡିଏ ସଭାଗୃହରେ ଆୟୋଜିତ ଏକ ଖବରଦାତା ସମ୍ମିିଳନୀରେ ଜିଲାପାଳ ଏହି ସୂଚନା ଦେଇଛନ୍ତି। ଅଣସଂକ୍ରମଣ ଜିଲାରୁ କାମ କରିବାକୁ ଶ୍ରମିକ ଆସିଲେ ସେମାନଙ୍କୁ ଅନୁମତି ମିଳିବ। ଗ୍ରାମାଞ୍ଚଳର ବହି ଦୋକାନକୁ ଖୋଲିବା ପାଇଁ ସମୟ ନିର୍ଦ୍ଧାରଣ କରି ଅନୁମତି ପ୍ରଦାନ କରାଯିବ। ଚିନାବାଦାମ ଓ ମୁଗ ପାଇଁ ମଣ୍ଡି ବ୍ୟବସ୍ଥା କରାଯିବ। ମୋଟର ସାଇକେଲରେ ଜଣେ, କାର୍‌ରେ ବସିବା କ୍ଷମତାଠାରୁ ୩୦/୪୦ ପ୍ରତିଶତ ବସିଯାଇପାରିବେ। ସ୍ବାସ୍ଥ୍ୟକେନ୍ଦ୍ର ଯିବା ସମୟରେ ଅଳ୍ପ ଅଟୋ ରିକ୍ସାକୁ ଅନୁମତି ମିଳିବ। ତେବେ କରୋନା ସମ୍ପୂର୍ଣ୍ଣ ଭାବେ ଶେଷ ନ ହେବା ପର୍ଯ୍ୟନ୍ତ ଲକ୍‌ଡାଉନ କଟକଣା ଜାରିରହିବ। ସାମାଜିକ ଦୂରତା, ହାତ ଧୋଇବା, ମାସ୍କ ବ୍ୟବହାର ଜାରି କଟକଣା ବଳବତ୍ତର ରହିବ। କୃଷିକ୍ଷେତ୍ର ସହ ନିର୍ମାଣ କାର୍ଯ୍ୟ, ସାଇକେଲ ମରାମତି ଦୋକାନ, ସିମେଣ୍ଟ, କ୍ରଶର, ଗ୍ୟାରେଜ, କମ୍ପ୍ୟୁଟର ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜଳଖିଆ, ଠେଲା ଦୋକାନ ଓ ଅନ୍ୟାନ୍ୟ ଦୋକାନ ପାଇଁ ପୂର୍ବଭଳି ନିୟମ ବଳବତ୍ତର ରହଛି ବୋଲି ଜିଲାପାଳ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର, ଉପ ଜିଲାପାଳ ରାମେଶ୍ୱର ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅରୁଣ କୁମାର ପାଢ଼ୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ତହସିଲଦାର ଡା.ଗୁଣନିଧି ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ନମ୍ବର ପ୍ଲେଟ, ଇନସ୍ୟୁରାନ୍ସରେ ଶୋ ରୁମରୁ ବାହାରୁଛି ଗାଡ଼ି

ରାଜନଗର,୨୦ା୧୨(ଡି.ଏନ.ଏ.):ରାଜନଗର ଥାନା ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାର ଚାନ୍ଦିବାଉଁଶମୂଳ ନିକଟରେ ସୋମବାର ସକାଳ ସାଢେ ୬ଟାରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।...

ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲା ହାତୀ

କେନ୍ଦୁଝର,୨୬।୯(ସ୍ବ.ପ୍ର): କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳରେ ତିନିଦିନ ଧରି ପ୍ରସବ କଷ୍ଟରେ ଛଟପଟ ହେଉଥିବା ମାଈହାତୀର ଶନିବାର ଅସ୍ତ୍ରୋପଚାର କରାଯାଇଥିଲା। ବନ ବିଭାଗ ଓ ପ୍ରାଣୀ...

ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ସାରା ରାଜ୍ୟରେ ଅସହ୍ୟ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ସ୍ଥିତିରେ ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର...

ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ...

ଓଡ଼ିଶାକୁ ଦୁଇଟି ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜାଗା ମିଶନ ଓ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡ଼ିଶାକୁ ଦୁଇଟି ଜାତୀୟ ପୁରସ୍କାର ମିଳିଛି। ଜନାଗ୍ରହ ସହର...

ଦାନା ଚିନ୍ତାରେ ଦୁଗ୍ଧଚାଷୀ

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ...

ଆଜି ଓୟୁଏଟିର ୩୯ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୯ତମ ସମାବର୍ତ୍ତନ ଉତ୍ସବ ସୋମବାର ପାଳନ ହେବ। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି...

ଜାଗାବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ

ଭଣ୍ଡାରିପୋଖରୀ,୧୪।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗ୍ରାମରେ ସୋମବାର ଜାଗାବାଡ଼ିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ...

Advertisement
Archives

Model This Week