କୋହଲି- ଓ୍ବିଲିୟମସନ ଲଢ଼େଇ: ୧୧ ବର୍ଷପରେ ଏକ ବିରଳ ସଂଯୋଗ

ମାଞ୍ଚେଷ୍ଟର, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ମାଞ୍ଚେଷ୍ଟରରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲରେ ବର୍ମିଂହାମରେ ଗୁରୁବାର ମୁହଁାମୁହିଁ ହେବେ। ବିଶ୍ୱକପ୍‌ ଇତିହାସରେ ନ୍ୟୁଜିଲାଣ୍ଡ ଏଥିସହ ଅଷ୍ଟମଥର ପାଇଁ ସେମିଫାଇନାଲକୁ ଉଠିଛି। ସେହିପରି ଭାରତ ସପ୍ତମଥର ପାଇଁ ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ।
ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଏପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରିଆସଛି। ସେହିପରି କେନ ଓ୍ବିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଭଲ ଖେଳି ସେମିକୁ ଉଠିଛି। ତେବେ ଏକ ବିରଳ ସଂଯୋଗ କ୍ରମରେ ଏହି ଦୁଇ ଅଧିନାୟକ ପୁଣି ଥରେ ୧୧ ପରେ ବିଶ୍ୱକପ୍‌ ସେମିଫାଇନାଲରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଦୁହେଁ ଯେତେବେଳେ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳୁଥିଲେ ସେତେବେଳେ ଅଧିନାୟକ ହିସାବରେ ପରସ୍ପରକୁ ଭେଟିଥିଲେ। ୨୦୦୮ରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସେମିଫାଇନାଲରେ କୋହଲି ଓ ଓ୍ବିଲିୟମସନଙ୍କ ନେତୃତ୍ୱରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ। ଏବେ ଏହି ଦୁଇ ଅଧିନାୟକ ସିନିୟର ଦଳର ନେତୃତ୍ୱ ନେଇ ପୁଣି ଥରେ ବିଶ୍ୱକପ ସେମିରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଏହାକୁ ଏକ ଅପୂର୍ବ ସାମଞ୍ଜସ୍ୟ ବା ସଂଯୋଗ ବୋଲି କୁହାଯାଇପାରେ। ରବୀନ୍ଦ୍ର ଜାଡେଜା, ଟ୍ରେଣ୍ଟ ବୋଲ୍ଟ ଓ ଟିମ୍‌ ସୌଦି ସେତେବେଳେ ଏହି ସେମିଫାଇନାଲ ଖେଳିଥିଲେ। ସେମିରେ ଅବଶ୍ୟ ଭାରତ ସେତେବେଳେ ୩ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। କୋହଲି ଓ୍ବିଲିୟମସନଙ୍କୁ ଆଉଟ କରିଥିଲେ। ଏଥର ମଧ୍ୟ କୋହଲିଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲକୁ ଉଠିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବାରାତ୍ର ଟେଷ୍ଟ: ଆନନ୍ଦ-କାର୍ଲସେନ ଇଡେନ ଘଣ୍ଟି ବଜାଇବେ

କୋଲକାତା, ୮।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଳିବ। ଭାରତ...

ଟି୨୦ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

ଗୁୟାନା, ୭।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ...

ଅଲିମ୍ପିକ୍‌ ମେଡାଲିଷ୍ଟ ହେବାକୁ ଚାହେଁ: ନିକ୍କି

ବେଙ୍ଗାଲୁରୁ, ୧୩।୫- ଝାଡ଼ଖଣ୍ଡର ଏକ ଛୋଟ ଗାଁ ହେସାଲରେ ଜନ୍ମଗ୍ରହଣ କରିଥିଲେ ହେଁ ନିଷ୍ଠା ଓ ପରିଶ୍ରମ ବଳରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା...

ରାଉରକେଲା, ସୁନ୍ଦରଗଡ଼, ଢ଼େଙ୍କାନାଳ, ବରଗଡ଼ ସେମିରେ

କଟକ ଅଫିସ,୧୦ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ...

ବଞ୍ଚିବା ପାଇଁ ମଣିଷ ମାଂସ ଖାଇଥିଲେ ଖେଳାଳି

କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାରେ ସେ ପ୍ରଥମ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ...

ଅଶୋକଙ୍କୁ ଜାତୀୟ ଦାୟିତ୍ୱ

ଭୁବନେଶ୍ୱର, ୧୩।୮ (କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ବାସ୍କେଟବଲ ଆସୋସିଏଶନ (ଏଫ୍‌ଆଇବିଏ)ର ୧୮ ବର୍ଷରୁ କମ୍‌ ଏସିଆନ ବାସ୍କେଟବଲ ଚାମ୍ପିୟନଶିପ୍‌ ଇରାନର ତେହେରାନଠାରେ ଚଳିତ ମାସ ୨୧ରୁ...

କପିଲ ଦେବ ଅସୁସ୍ଥ : ହୃଦଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୩ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍‌ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ କ୍ରିକେଟର୍‌

ବିଶାଖାପାଟନମ, ୮।୮: ଆନ୍ଧ୍ରପ୍ରଦେଶ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କୋନା ଶ୍ରୀକର (କେଏସ୍‌) ଭରତ ବିବାହିତ ଭାରତୀୟ କ୍ରିକେଟର୍‌ ତାଲିକାରେ ଯୋଡ଼ି ହୋଇଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍‌ର...

Advertisement
Archives

Model This Week