Posted inଖେଳ

କୋହଲିଙ୍କ ଶତକ, ଇନିଂସ ବିଜୟ ଦ୍ୱାରରେ ଭାରତ

କୋଲ୍‌କାତା, ୨୪।୧୧- ପିଙ୍କ୍‌ ବଲ୍‌ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ପକ୍ଷରୁ ପ୍ରଥମ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି। ସ୍ଥାନୀୟ ଇଡେନ୍‌ ଗାର୍ଡେନ୍ସରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ଶତକ ସହାୟତାରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ଚା’ ବିରତି ପୂର୍ବରୁ ଏହାର ପ୍ରଥମ ଇନିଂସ୍‌କୁ ୩୪୭/୯ରେ ଘୋଷଣା କରି ୨୪୧ ରନ୍‌ରେ ଅଗ୍ରଣୀ ଲାଭ କରିଛି ଟିମ୍‌ ଇଣ୍ଡିଆ। ବାଂଲାଦେଶ ପ୍ରଥମ ଇନିଂସ୍‌ ୧୦୬ ରନ୍‌ରେ ସୀମିତ ରହିଥିଲା। ଦ୍ୱିତୀୟ ଦିବସ ଶେଷ ବେଳକୁ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଛି। ଦଳ ଏକଦା ୧୩ ରନରେ ୪ ଉଇକେଟ ହରାଇ ବିପଦରେ ପଡ଼ିଥିବାବେଳେ ମୁଶଫିକର ରହିମ ଓ ମହମୁଦୁଲ୍ଲା ଇନିଂସ ସମ୍ଭାଳିଥିଲେ। ମହମୁଦୁଲ୍ଲା ୩୯ ରନ କରି ରିଟାୟର୍ଡ ହର୍ଟ ହୋଇଥିବାବେଳେ ମୁଶ୍‌ଫିକର ୫୯ ରନରେ ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୪ଟି ଓ ଉମେଶ ଯାଦବ ୨ଟି ଉଇକେଟ ନେଇଛନ୍ତି। ୪ ଉଇକେଟ ହାତରେ ଥାଇ ବାଂଲାଦେଶ ଆହୁରି ୮୯ ରନ ପଛରେ ରହିଛି।
ଶୁକ୍ରବାର ପ୍ରଥମ ଦିବସ ଶେଷସୁଦ୍ଧା ଭାରତ ୩ ଉଇକେଟ ହରାଇ ୧୭୪ ରନ୍‌ କରିଥିଲା। କୋହଲି ୫୯ ଓ ଅଜିଙ୍କ୍ୟ ରାହାନେ ୨୩ ରନ୍‌ରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ। ରାହାନେ କ୍ୟାରିୟରର ୨୨ତମ ଅର୍ଦ୍ଧଶତକ ହାସଲ କରିଥିବାବେଳେ କୋହଲି ଶତକ ଆଡ଼କୁ ମୁହାଁଇଥିଲେ। ୬୫ ବଲ୍‌ରୁ ୫୦ ରନ୍‌ ପୂରଣ କରିଥିବା ରାହାନେ ବ୍ୟତିଗତ ୫୧(୭ ଚୌକା) ରନ୍‌ କରିଥିବାବେଳେ ତାଇଜୁଲ ଇସ୍‌ଲାମଙ୍କ ବଲ୍‌ରେ ଏବାଦତ ହୋସେନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବିରାଟ କିନ୍ତୁ ଥିଲେ ଦୃଢ଼ନିଶ୍ଚିତ। ଆତ୍ମବିଶ୍ୱାସର ସହ ବ୍ୟାଟିଂ ଜାରି ରଖି ସେ ପ୍ରଥମ ସେସନରେ ହିଁ ଶତକ (୧୫୯ ବଲ୍‌ରୁ ୧୦୦ ରନ୍‌, ୧୨ ଚୌକା) ପୂରଣ କରିଥିଲେ। ଲଞ୍ଚ୍‌ ବ୍ରେକ୍‌ ବେଳକୁ ଭାରତ ୪ ଉଇକେଟ ହରାଇ ୨୮୯ ରନ୍‌ କରିଥିଲା। ଲଞ୍ଚ୍‌ ବ୍ରେକ୍‌ ପରେ ଜାଡେଜା ଆଉ କୌଣସି ରନ୍‌ ଯୋଗ କରିବା ପୂର୍ବରୁ ଆଉଟ ହୋଇଥିଲେ। ସେ ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଶତକ ହାସଲ ପରେ କେତେକ ଦର୍ଶନୀୟ ଶଟ୍‌ ଖେଳିଥିବା ବିରାଟ ବ୍ୟକ୍ତିଗତ ୧୩୬(୧୯୪ ବଲ, ୧୮ ଚୌକା) ରନ୍‌ କରିଥିବାବେଳେ ଆଉଟ ହୋଇଥିଲେ। ଏବାଦତ୍‌ ହୋସେନଙ୍କ ବଲ୍‌ରେ କୋହଲିଙ୍କ ଚିତ୍ତାକର୍ଷକ କ୍ୟାଚ୍‌ ନେଇଥିଲେ ବଦଳ ଖେଳାଳି ତାଇଜୁଲ ଇସ୍‌ଲାମ। ଅଧିନାୟକ ଭାବେ ଏହା ଥିଲା କୋହଲିଙ୍କର ୨୦ତମ ଓ ମୋଟ ୨୭ତମ ଶତକ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ଥିଲା ତାଙ୍କର ୭୦ତମ ଶତକ। କୋହଲିଙ୍କ ବିଦାୟ ପରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଶୀଘ୍ର ଆଉଟ ହୋଇଥିଲେ। ଅଶ୍ୱିନ ୯ ରନ୍‌ କରିଥିବାବେଳେ ଉମେଶ ଓ ଈଶାନ୍ତ ଖାତା ଖୋଲିପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ୍‌ ହୋସେନ ଓ ଅଲ୍‌-ଅମିନ ହୋସେନ ୩ଟି ଲେଖାଏ, ଆବୁ ଜାୟେଦ ୨ଟି ଓ ତାଇଜୁଲ ଇସ୍‌ଲାମ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ: ୧୦୬।
ଭାରତ ପ୍ରଥମ ଇନିଂସ: ୩୪୭/୯/ଘୋଷଣା (କୋହଲି-୧୩୬, ଚେତେଶ୍ୱର ପୂଜାରା-୫୫, ରାହାନେ-୫୧, ଏବାଦତ୍‌-୩/୯୧, ଅଲ୍‌ ଅମିନ-୩/୮୫, ଆବୁ ଜାୟେଦ-୨/୭୭, ତାଇଜୁଲ ଇସ୍‌ଲାମ-୧/୮୦)। ବାଂଲାଦେଶ ଦ୍ୱିତୀୟ ଇନିଂସ: ୧୫୨/୬(ମୁଶ୍‌ଫିକର-୫୯, ମହମୁଦୁଲ୍ଲା-୩୯, ଈଶାନ୍ତ-୪/୩୯, ଉମେଶ-୨/୪୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିରେ ବଟଲର୍‌, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆମଷ୍ଟରଡାମ,୨୩।୬: ଜୋସ ବଟଲର୍‌ ବିଶ୍ୱର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା। ନେଦରଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକଆ ରେ ସେ ୬୪ ବଲରୁ ଅପରାଜିତ ୮୬...

ଧୋନୀ କରିବେ କୁକୁଡ଼ା ଫାର୍ମ

ରାଞ୍ଚି,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି। ସେ ରାଞ୍ଚିରେ କଡ଼କନାଥ...

୨୬୫ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚର ଶେଷ ଦିନିକିଆରେ ଭାରତ ୫୦ ଓଭରରେ ୨୬୫ ରନ୍‌ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜକୁ...

୧୫୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

ଆଇପିଏଲ୍‌ ଖେଳାଳି ନିଲାମ: ଭାରତୀୟଙ୍କ ମଧ୍ୟରେ ଚାଓ୍ବଲା ଦାମୀ

କୋଲକାତା, ୨୦ା୧୨ (ପି.ଟି.)-ଗୁରୁବାର ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମିରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଧିକ ଚାହିଦା ପରିଲକ୍ଷିତ ହୋଇଛି। ଅଷ୍ଟ୍ରେଲିଆର ପ୍ୟାଟ୍‌...

ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ

ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ...

ଭାରତ ଏ’ ଦଳରେ ରିଦ୍ଧିମାନ, ପନ୍ତ

ନୂଆଦିଲ୍ଲୀ,୧୫।୫(ପି.ଟି.)- ଉଇକେଟକିପର ରିଦ୍ଧିମାନ ଶାହା ଭାରତ ଏ’ରେ ସାମିଲ ହୋଇଛନ୍ତି। ଭାରତ ଏ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରି ୫ଟି ଦିନିକିଆ ଓ ୩ଟି ୪...

ଆଇପିଏଲ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଖୁଲାସା: ଲକ୍‌ଡାଉନ୍‌ ହେଲେ..

ନୂଆଦିଲ୍ଲୀ,୫।୪: ଆଇପିଏଲ୍‌ର ୧୪ତମ ସିଜିନ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ...

Advertisement
Archives

Model This Week