Posted inଖେଳ

କୋହଲିଙ୍କ ମଜାକ୍‌ ଉଡାଇଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ ସଜାଇ ଏକ ଫଟୋ ପୋଷ୍ଟ କରିଥିଲା। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଅନ୍ୟ ଦେଶର ପୂର୍ବତନ ଖେଳାଳିମାନେ ଏହାକୁ ବିରୋଧ କରିଥିଲେ। ବିଶ୍ୱକପରେ ୧୦ଟି ଦଳର ଅଧିନାୟକ ଥିବାବେଳେ କେବଳ ଭାରତୀୟ ଦଳର ଅଧିନାୟକ କୋହଲିଙ୍କୁ ସମ୍ରାଟ ଭାବେ ଆଇସିସି କାହିଁକି ସଜେଇଛି ତାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ଏବେ ଭାରତ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କୋହଲିଙ୍କ ମଜାକ ଉଡାଇଛନ୍ତି। ସେ ନିଜ ଟୁଇଟରରେ ବିରାଟଙ୍କ ସମ୍ରାଟ ଫଟୋରେ ଏକ ଫ୍ଲାଇଟ୍‌ ଟିକେଟ ଧରାଇ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱକପର ଫାଇନାଲକୁ ଉନ୍ନୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାସ୍ତା ମଝିରେ ପିଲାଙ୍କ ସହ ‘ଗୁଲି’ ଖେଳୁଛନ୍ତି ରିଷଭ ପନ୍ତ: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩।୩: ଆଜିକାଲି ରିଷଭ ପନ୍ତ କ୍ରିକେଟ ଠାରୁ ଦୂରରେ ଅଛନ୍ତି। କାର ଦୁର୍ଘଟଣା ପରେ ଆଘାତରୁ ମୁକ୍ତି ପାଇଥିବା ପନ୍ତଙ୍କୁ ଏକ ନୂଆ ରୂପରେ ଦେଖିବାକୁ...

ପ୍ରଥମ ସ୍ଥାନରେ ପହଞ୍ଚିଲା ଭାରତ: ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଖରାପ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଅଗ୍ରଣୀ ହାସଲ କରିଛି।...

ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ଙ୍କ ସହ ଦାଣ୍ଡିଆ ଖେଳିଲେ ଧୋନୀ

ଜାମନଗର,୩।୩: ବଲିଉଡ ବ୍ୟତୀତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ଓ୍ବେଡିଂ ପାଇଁ ଜାମନଗରରେ ଅନେକ କ୍ରିକେଟର୍‌ ମଧ୍ୟ ଅଛନ୍ତି। ଅନନ୍ତ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର...

ଚହଲଙ୍କୁ କାନ୍ଧରେ ଉଠାଇଦେଲେ ମହିଳା ରେସଲର: ଆଉ ତା’ପରେ…

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଲେଗ୍‌ ସ୍ପିନ ବୋଲିଂ ପାଇଁ ପ୍ରସିଦ୍ଧ, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମଜାଳିଆ ଭିଡିଓ ମଧ୍ୟ ପ୍ରଶଂସକଙ୍କୁ ମନୋରଞ୍ଜନ...

ଯେଉଁ ଦିନ ଏହି ଖେଳାଳି ଅବସର ନେବେ, ସେଦିନ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବି: ଜାଣନ୍ତୁ ଏମିତି କାହିଁକି କହିଲେ ଅଷ୍ଟ୍ରେଲୀୟ ଅଧିନାୟକ

ସିଡନୀ,୩।୩: ନ୍ୟୁଜିଲାଣ୍ଡକୁ ନିଜ ଘରେ ପରାସ୍ତ କରିବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଥମ...

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍‌କା: ଦୁର୍ଘଟଣାର ଶିକାର ହେଲେ ୩.୬ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ରବିନ ମିଞ୍ଜ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟ ମିନି...

ଜିତିବା ପାଇଁ ଭାରତୀୟ ଦଳକୁ ପ୍ରସିଦ୍ଧ ଖେଳାଳିଙ୍କ ଆବଶ୍ୟକତା ନାହିଁ, କୋହଲିଙ୍କୁ ଟାର୍ଗେଟ୍‌ କଲେ ଗାଭାସ୍କର

ନୂଆଦିଲ୍ଲୀ,୩।୩: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବହୁ ବର୍ଷ ପୂର୍ବେ କ୍ରିକେଟ ଛାଡିଥିଲେ ମଧ୍ୟ କ୍ରିକେଟ ଖେଳ ଏବଂ ଖେଳାଳିଙ୍କ ବିଷୟରେ ଦେଇଥିବା...

କାହିକି ବ୍ଲୁ କାର୍ଡ ପ୍ରଚଳନ କରିବନି ଫିଫା, ଜାଣନ୍ତୁ

ଲୋଚ୍‌ ଲୋମଣ୍ଡ (ସ୍କଟଲାଣ୍ଡ),୩।୩: ଅନ୍ତର୍ଜାତୀୟ ଫୁଟ୍‌ବଲ ଆସୋସିଏଶନ ମହାସଂଘ(ଫିଫା) ପ୍ରସ୍ତାବିତ ‘ବ୍ଲୁ କାର୍ଡ’ ଯୋଜନାକୁ କାର୍ଯ୍ୟକାରୀ କରିବ ନାହିଁ। ଖେଳର ନିୟମ ପ୍ରସ୍ତୁତକାରୀ ପ୍ୟାନେଲ ଆଇଏଫ୍‌ଏବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri