Posted inଖେଳ

କୋହଲିଙ୍କ କୃତିତ୍ୱ

କୋଲକାତା, ୨୩।୧୧(କ୍ରୀଡ଼ା ପ୍ରତିନିଧି)-
ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ସେ ଅଧିନାୟକଭାବେ ଟେଷ୍ଟରେ ୫୦୦୦ ରନ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। କ୍ୟାରିୟରର ୮୬ତମ ଇନିଂସରେ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ସେ ୬୫ତମ ଇନିଂସରୁ ୪୦୦୦ ରନ ପୂରଣ କରି ମଧ୍ୟ ରେକର୍ଡର ଅଧିକାରୀ ଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୬ଷ୍ଠ ଅଧିନାୟକଭାବେ ସେ ୫୦୦୦ ରନର ମ୍ୟାଜିକ୍‌ ସଂଖ୍ୟା ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୯୭ ଇନିଂସରୁ ୫୦୦୦ ରନ ପୂରଣ କରିଥିଲେ। ସେହିପରି ଓ୍ବେଷ୍ଟଇଣ୍ଡିଆନ ଲିଜେଣ୍ଡ କ୍ଲାଇଭ୍‌ ଲଏଡ ୧୦୬, ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ ୧୧୦, ଅଷ୍ଟ୍ରେଲିଆର ଆଲାନ ବର୍ଡର ୧୧୬ ଓ ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂ ୧୩୦ ଇନିଂସରୁ ୫୦୦୦ ରନ ପୂରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍‌ଙ୍କ ପରାମର୍ଶ

ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍‌. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ...

ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲକୁ ପ୍ରଜ୍ଞାନ ମନୋନୀତ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.)- ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧିଭାବେ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ୍‌କୁ ମନୋନୀତ ହୋଇଛନ୍ତି ଭାରତର ତାରକା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା।...

ମାତ୍ର କେଇ ଘଣ୍ଟାର ଅପେକ୍ଷା: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ଇଂଲଣ୍ଡ-ଭାରତ ନିର୍ଣ୍ଣାୟକ ମୁକାବିଲା

ନୂଆଦିଲ୍ଲୀ,୨୦।୩: ଭାରତ-ଇଂଲଣ୍ଡ ମଧ୍ୟରେ ଶନିବାର ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ଉଭୟ ଦଳ ସମାନ ସ୍ଥିତିରେ ଥିବା ଯୋଗୁ ଏହି ମ୍ୟାଚ୍‌ଟିକୁ ଜିତିବା ଉଦ୍ଦେଶ୍ୟରେ...

ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି: ଗେଲ୍‌

ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ...

ମ୍ୟାଚ୍‌ ପୂର୍ବରୁ ଏମିତି କାମ କରି ପ୍ରଶଂସକଙ୍କ ହୃଦୟ ଜିତିଲେ ରାହୁଲ

ହରାରେ,୧୯।୮: ପ୍ରଥମ ଦିନିକିଆରେ ଜିମ୍ବାୱେ ବିପକ୍ଷରେ ୧୦ ଉଇକେଟରେ ବିଜୟ ହାସଲ କରିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଜବରଦସ୍ତ ଖେଳ ପ୍ରଦର୍ଶନ କରି ହରାରେ...

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ...

ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା

ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍‌...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍‌କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ...

Advertisement
Archives

Model This Week