କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱର ଅଫିସ,୩୦।୮:ବାଲେଶ୍ୱର ଫାମିଲି କୋର୍ଟକୁ ଛାଡ଼ପତ୍ର ପାଇଁ ଆସିଥିବା ଏକ ଦମ୍ପତି ସୋମବାର ମାରପିଟ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟେ ସାମ୍ନାସାମ୍ନି ହେବା ପରେ ଯୁକ୍ତିତର୍କ ଓ ଟଣାଓଟରା ହେବାରୁ କୋର୍ଟ ପରିସର କିଛି ସମୟ ରଣକ୍ଷେତ୍ର ପାଲଟିଥିଲ। ଆଇନଜୀବୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଞ୍ଚଳର ଜଣେ ଯୁବକ ଗତ ୨୦୧୫ରେ ସହଦେବଖୁଣ୍ଟା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହେଲା। ପରେ ୨୦୧୮ରେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା। ସୋମବାର ସେମାନେ ବାଲେଶ୍ୱର ଫାମିଲି କୋର୍ଟକୁ କାଉନସେଲିଂ ପାଇଁ ଆସିଥିଲେ। କୋର୍ଟରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଧୀରେ ଧୀରେ ବଢ଼ିବାରେ ଲାଗିଲା। କୋର୍ଟ ପରିସରରେ ଉଭୟ ମାରପିଟ ହୋଇଥିଲେ। ସେଠାରେ ଉପସ୍ଥିତ ଆଇନଜୀବୀମାନେ ହସ୍ତକ୍ଷେପ କରିବାରୁ ଉଭୟ କୋର୍ଟ ପରିସର ଛାଡ଼ି ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କରୋନା ଯୋଦ୍ଧା

ଗଞ୍ଜାମ,୨୮ା୮(ଡି.ଏନ୍‌.ଏ.): ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। କରୋନା ଯୋଦ୍ଧା ଭାବେ ପରିଚିତ ଦୁଇ କର୍ମଚାରୀ ଆର୍‌ଆଇ କନକ ମଞ୍ଜରୀ...

ହାତ ଛାଡ଼ି ଶଙ୍ଖ ଧରିଲେ ଧର୍ମରାଜ

ଗୋପାଳପୁର,୧୭।୧୨(ଡି.ଏନ.ଏ.): କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଏସ୍‌.ଧର୍ମରାଜ ରେଡ୍ଡୀ ଓ ତାଙ୍କର ସମର୍ଥକ ଶୁକ୍ରବାର ହାତ ଛାଡ଼ି ଶଙ୍ଖ ଧରିଛନ୍ତି। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ...

ଖୋର୍ଦ୍ଧା ଉପଖଣ୍ଡରେ ୫ କରୋନା ପଜିଟିଭ୍‌ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୦।୬: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଜିଲାରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା...

୭୧୭ ବୁଥ୍‌ରେ ୨ଲକ୍ଷ ୨୦ ହଜାର ଭୋଟର କରିବେ ମତଦାନ

ଜୁନାଗଡ/ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହିକ୍ରମରେ କଳାହାଣ୍ଡି ଜିଲାର ପ୍ରଥମ ପର୍ଯ୍ୟାୟରେ ଜୁନାଗଡ...

୧୦ ଟଙ୍କା ରିଚାର୍ଜ ନାମରେ ଠକିନେଲେ ୩.୯୫ ଲକ୍ଷ ଟଙ୍କା

ନୂଆପଡ଼ା ଅଫିସ,୧୩।୩: ନୂଆପଡ଼ା ଜିଲାରେ ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି। ନୂଆପଡ଼ାରେ ରହୁଥିବା ଶିକ୍ଷକ ଅହିଂସା ରଞ୍ଜନ ପଟ୍ଟନାୟକ ସାଇବର ଠକେଇର ଶିକାର ହୋଇଛନ୍ତି...

ଚାଲିଚାଲି ଘରକୁ ଫେରୁଛନ୍ତି ଲୋକେ, ରାସ୍ତାପାର୍ଶ୍ୱ ଗଛମୂଳ ପାଲଟିଛି ଆଶ୍ରୟସ୍ଥଳୀ

ଚୌଦ୍ୱାର,୧୦ା୫(ଡି.ଏନ୍‌.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଜୀବିକା...

ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ

କଟକ ଅଫିସ,୧୦।୮: କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଏବଂ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି...

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା...

Advertisement
Archives

Model This Week