କୋର୍ଟକୁ ମନ୍ଦିର ସହ ତୁଳନା କଲେ ପୀଡ଼ିତାଙ୍କ ମା’ ବାପା : ଏଭଳି ସବୁ ଦୋଷୀଙ୍କୁ ଫାଶୀ ମିଳୁ

ଅନୁଗୋଳ ଅଫିସ, ୨୭।୭ – ଅନୁଗୋଳ ସହର ଉପକଣ୍ଠରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନୁଗୋଳ କୋର୍ଟ ଦେଇଥିବା ଏହି ଦୃଷ୍ଟାନ୍ତମୂଳକ ରାୟ କାର୍ଯ୍ୟକାରୀ ହେଲେ ଏପରି ଅପରାଧ ହ୍ରାସ କ୍ଷେତ୍ରରେ ତାହା ସହାୟକ ହେବ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ, ଏବେ ବି ନ୍ୟାୟିକ ବ୍ୟବସ୍ଥା ତାହାର ଗରିମା ବଜାୟ ରଖିଛି। ଅନେକ ସମୟରେ ବିଳମ୍ବିତ ବିଚାରକୁ ନେଇ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ତୁଟିଯାଉଥିବା ବେଳେ ଅନୁଗୋଳ କୋର୍ଟଙ୍କ ଏହି ତ୍ୱରିତ ରାୟ ସେହି ଭରସାକୁ ପୁଣି ଫେରାଇ ଆଣିବା ଦିଗରେ ଏକ ଆଶା ସୃଷ୍ଟିକରିଛି। ଲୋକଙ୍କ ସହିତ ନ୍ୟାୟାଳୟ ଯେ ସର୍ବଦା ରହିଛି ତାହା ଏହି ମାମଲାରୁ ସ୍ପଷ୍ଟ ହୋଇଛି। ମୃତା ନାବାଳିକାଙ୍କ ମା’ ବାପା ମଧ୍ୟ ରାୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ନ୍ୟାୟାଳୟକୁ ମନ୍ଦିର ସହ ତୁଳନା କରିବା ସହ ଏଭଳି ଘଟଣା ଭିଆଉଥିବା ପ୍ରତ୍ୟେକ ଅପରାଧୀଙ୍କୁ କୋର୍ଟ ଫାଶୀ ଦଣ୍ଡ ପ୍ରଦାନ କଲେ ଅପରାଧ ହ୍ରାସ ପାଆନ୍ତା ବୋଲି କହିଛନ୍ତି। ନାବାଳିକାଙ୍କ ବାପା କହିଛନ୍ତି, ଏହି ରାୟ ନର ରାକ୍ଷସ ସାଜୁଥିବା ଲୋକଙ୍କ ପାଇଁ ଉଚିତ ଦଣ୍ଡ ହେବ। ଏଭଳି ତ୍ୱରିତ ବିଚାର କରାଯାଇ ଦଣ୍ଡ ଘୋଷଣା ହେଲେ ଅପରାଧ ଘଟାଇବାକୁ ଯେ କେହି ଭୟ କରିବ। ତେବେ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଯାଇ ତାଙ୍କ ନାବାଳିକା ଝିଅର ଆତ୍ମା ଶାନ୍ତି ପାଇବ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ନାବାଳିକାଙ୍କ ମା’ କହିଛନ୍ତି, ଝିଅକୁ ସିନା ନର ରାକ୍ଷସ ଛଡ଼ାଇ ନେଲା ହେଲେ ତା’ ପରି ଅନ୍ୟ କୁନି ଝିଅମାନଙ୍କ ଜୀବନ କୋର୍ଟ ବଞ୍ଚାଇ ଦେଲେ। ସେହିପରି ଏହି ମାମଲାରେ ଅନୁଗୋଳ ପୋଲିସ ପ୍ରଶାସନ ଯେପରି ତତ୍ପରତା ଦେଖାଇଲା ତାହାକୁ ମଧ୍ୟ ସହରବାସୀ ପ୍ରଶଂସା କରିଛନ୍ତି। ଏପରି ଅନ୍ୟ ମାମଲାଗୁଡ଼ିକୁ ପୋଲିସ ଗୁରୁତ୍ୱ ଦେଲେ ଲୋକଙ୍କ ଭରସା ଜିତିପାରନ୍ତା ବୋଲି ଲୋକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri