କୋରିଆନ୍‌ ଫିଲ୍ମର ରିମେକ୍‌ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ କହିଲେ ଚଳେ। ଏବେ ଶୁଣିବାକୁ ମିଳିଛି କି ଶାହାରୁଖ ଖାଁଙ୍କ ଟିମ୍‌ କୋରିଆନ୍‌ ଫିଲ୍ମ ‘ଏ ହାର୍ଡ ଡେ’ର ହିନ୍ଦୀ ରିମେକ୍‌ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ରାଇଟ୍ସ କିଣିବା ପାଇଁ ଶାହାରୁଖ ବହୁ ଅର୍ଥ ବ୍ୟୟ କରିଥିବା କୁହାଯାଏ। ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଶାହାରୁଖ ନିର୍ଦ୍ଦେଶକ ସୁଜୟ ଘୋଷଙ୍କୁ ନେଇପାରନ୍ତି ବୋଲି କୁହାଯାଉଛି। ‘ଏ ହାର୍ଡ ଡେ’ର କାହାଣୀ ହେଉଛି ଜଣେ ବ୍ୟକ୍ତି ଭୁଲରେ ନିଜ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ମାରି ଦେଉଛନ୍ତି। ଆଉ ଏହାକୁ ଲୁଚାଇବାକୁ ଯାଇ ସେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ସମୟରେ ସେହି ମୃତବ୍ୟକ୍ତିଙ୍କ ସଂସ୍କାର କରିବାକୁ ଚେଷ୍ଟା କରିଛନ୍ତି। ଶାହାରୁଖ ଚଳିତ ବର୍ଷ ପୁଣିଥରେ ବଡ ପରଦାକୁ ଫେରିବେ ବୋଲି ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ତାଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ଅପେକ୍ଷା ରଖିଛନ୍ତି। ହେଲେ ସେ କେବେ ଫେରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା

ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ...

ରିଲ୍‌ ଲାଇଫ୍‌ରେ ସଫଳତା ସାଉଁଟି ଥିବା ସୀମା ରିୟଲ ଲାଇଫ୍‌ରେ ବିଫଳ…

ମୁମ୍ବାଇ,୧୪।୧: ବଲିଉଡ୍‌ ଅଭିନେତ୍ରୀ ସୀମା ବିଶ୍ୱାସ ଗୁରୁବାର ୫୫ ବର୍ଷ ପୂରଣ କରିଛନ୍ତି। ସେ ୫୬ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୧୪ରେ ସେ ଆସାମର...

ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଖୁବ୍ ପ୍ରଶଂସା କଲେ ଆଲିଆ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’କୁ ଦେଖି ଖୁବ୍ ଇମ୍ପ୍ରେସ୍ ହୋଇଛନ୍ତି ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ।...

ଟି-ଶର୍ଟରୁ ପ୍ରାଇସ୍‌ ଟ୍ୟାଗ୍‌ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ

ମିସ୍‌ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ...

‘ବ୍ରହ୍ମାସ୍ତ୍ର’ ପାର୍ଟ ୨-୩ର ରିଲିଜ ତାରିଖ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’୨୦୨୨ରେ ବ୍ଲକବଷ୍ଟର ଚଳଚ୍ଚିତ୍ର ହୋଇପାରିଛି। ଏଥି ସହିତ ପ୍ରଶଂସକମାନେ ସେହି ଦିନଠାରୁ ଫିଲ୍ମର ସିକ୍ୱେଲକୁ ଅପେକ୍ଷା...

ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ...

ଫରହାନ ଅଖତରଙ୍କୁ ପୂରିଲା ୪୬: ପାଠପଢ଼ା ଅଧାରୁ ଛାଡି ବଲିଉଡ୍‌ରେ ଦେଇଥିଲେ ପାଦ; ୫୦ ଥର ଦେଖିଛନ୍ତି ଶୋଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତର ଗୁରୁବାର ତାଙ୍କର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ...

ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର

ଇସ୍‌ଲାମାବାଦ୍‌,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର...

Advertisement
Archives

Model This Week