କୋଭିଡ-୧୯ ହସ୍‌ପିଟାଲ ଅଗ୍ରଗତିର ସମୀକ୍ଷା କଲେ ୫-ଟି ସଚିବ

କେନ୍ଦୁଝର, ୧୬।୪( ସ୍ବ.ପ୍ର.)-ରାଜ୍ୟସରକାରଙ୍କର ବରିଷ୍ଠ ଅଧିକାରୀମାନ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ପ୍ରସ୍ତୁତ କୋଭିଡ଼-୧୯ ହସ୍‌ପିଟାଲର ଚିକିତ୍ସା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ.ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ସେଠାରୁ ରାସ୍ତା ପଥରେ ସଦର ବ୍ଲକ ଅନ୍ତର୍ଗତ ରାଙ୍କି ଠାରେ ଥିବା କୋଭିଡ-୧୯ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ପୁରୁଣା ସହରରେ ଥିବା ସହରାଞ୍ଚଳ ଡାକ୍ତରଖାନା ବୁଲି ଜ୍ୱର ୱାର୍ଡକୁ ଦେଖି ଥିଲେ। ରାଇସୁଆଁରୁ ଫେରି ହେଲିକପ୍ଟରରେ ବାରିପଦା ଯାଇଥିଲେ। କୋଭିଡ ହସ୍‌ପିଟାଲ କାର୍ଯ୍ୟର ଅଗ୍ରଗତିର ତଦାରଖ କରିବା ସହ ହସପିଟାଲରେ କରାଯାଇଥିବା ଆଇସିୟୁ ୟୁନିଟ, ଭେଣ୍ଟିଲେଟର ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ। ହସପିଟାଲ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଖୁବ ଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ତଳୁ ମିଳିଲା ଲୌହ ସ୍ତମ୍ଭ

କଟକ ଅଫିସ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍‌ସିବି ମେଡିକାଲ କଲେଜ...

କର୍ମୀଙ୍କ ଭଙ୍ଗା ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ଚମ୍ପୁଆ, ୧୫ା୯(ଡି.ଏନ୍‌.ଏ): ଚମ୍ପୁଆ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଟୁଣୁଟୁଣା ଭୂମିଜ ସାହି ମିନି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୦୦୮ରୁ...

ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡ଼ା,୨୫ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଗୁରୁବାର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲା କ୍ରମେ ପୋଲିସ...

ଗଞ୍ଜାମ ଫେରିଲେ ୩୯୫୦ ଦାଦନ: ସ୍କ୍ରିନିଂ ପରେ ପଞ୍ଜୀକରଣ, ସ୍ବତନ୍ତ୍ର ବସ୍‌ରେ ଘରକୁ ପଠାଇଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୩।୩: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଏବେ ଭାରତରେ ବଢ଼ିବାରେ ଲାଗିଛି। ଏହି ଭାଇରସ୍‌କୁ ନେଇ ସମସ୍ତେ ଏବେ...

ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ...

ଚମ୍ପକେଶ୍ୱର ମନ୍ଦିରରୁ ବାସନ ଚୋରି ଘଟଣା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବଡ଼ବିଲ,୨୫।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣୀ ଥାନା ତଥା ବଡବିଲ ପୌରାଂଚଳ ମାଟକାମବେଡାସ୍ଥିତ ଚମ୍ପକେଶ୍ୱର ମନ୍ଦିରରୁ ବାସନକୁସନ ଚୋରି ମାମଲାର ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳବାର ଶୁଣାଣି...

ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦ ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।...

Advertisement
Archives

Model This Week