କୋଭିଡ-୧୯: ଲଙ୍କାସାୟାର ଚେୟାରମ୍ୟାନ ଡେଭିଡ ହଜକିସ୍‌ଙ୍କ ମୃତ୍ୟୁ

ଲଣ୍ଡନ,୩୧।୩ (ପି.ଟି.): ବିଶ୍ୱରେ କୋଭିଡ- ୧୯ ତା’ର ଆତଙ୍କ ଜାରି ରଖିଛି। ଲଙ୍କାସାୟାର କାଉଣ୍ଟି କ୍ରିକେଟ କ୍ଲବ ଚେୟାରମ୍ୟାନ ଡେଭିଡ ହଜକିସ୍‌ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। କିନ୍ତୁ କ୍ଲବ ତରଫରୁ ହଜକିସ୍‌ଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଅନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ତେବେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ତାଙ୍କର ଦେହାନ୍ତ ହୋଇଛି ବୋଲି କ୍ଲବର ମୁଖପାତ୍ର ‘ପ୍ରେସ୍‌ ଆସୋସିଏଶନ’କୁ କହିଛନ୍ତି। ଅବଶ୍ୟ ସେ ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ପୂର୍ବରୁ ହଜ୍‌କିସ୍‌ ଏମିରେଟ ଓଲ୍ଡ ଟ୍ରାଫର୍ଡର ବୋର୍ଡରେ ଗତ ୨୨ ବର୍ଷ ଧରି ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୧୭ରେ ମାଇକେଲ କେନର୍‌ସ ଉତ୍ତରାଧିକାରୀ ରୂପେ ସେ ଲଙ୍କାସାୟାର କ୍ଳବର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।
ଦୀର୍ଘ ବର୍ଷ ଧରି ଲଙ୍କାସାୟାର ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିଲେ। ସେ କୋଷାଧ୍ୟକ୍ଷ, ଉପ-ସଭାପତି ଓ ଅଧ୍ୟକ୍ଷ ଭାବେ ସଫଳତାର ସହ କ୍ଲବ ପାଇଁ କାର୍ଯ୍ୟ କରିଥିଲେ। ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ ଓ କ୍ଲବରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ତାଙ୍କ ଦେହାନ୍ତରେ କ୍ଲବ ତରଫରୁ ଶୋକ ପ୍ରକାଶ କରାଯାଇଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ଅଧ୍ୟକ୍ଷ କଲିନ୍‌ ଗ୍ରେଭ୍ସ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ସମ୍ପର୍କରେ ଜାଣିବା ହେବ ସହଜ…

ପୁଣେ/ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଶରୀରରେ ସୃଷ୍ଟି...

ଅସହଯୋଗରୁ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ ନମୁନା ସଂଗ୍ରହ ଓ ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହେଲେ ଅନେକ କ୍ଷେତ୍ରରେ...

ସେମିଫାଇନାଲରେ ଜୋକୋଭିଚ୍‌

ପ୍ୟାରିସ, ୯।୧୦(ଏପି)-ବାମ ହାତରେ ଯନ୍ତ୍ରଣା ସତ୍ତ୍ୱେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଲୋ...

ଗୋଟିଏ ନିଷ୍ପତ୍ତି ବହୁ କ୍ରିକେଟରଙ୍କ କ୍ୟାରିୟର ଶେଷ କରିଦେଲା

ହରାରେ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିଛି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ବାଓ୍ବେର ପ୍ରାୟ କ୍ରିକେଟରଙ୍କ କ୍ୟାରିୟରକୁ ଶେଷ କରି ଦେଇଛି।...

ବିବାହ ତାରିଖ ଘୋଷଣା କଲେ ହସନ ଅଲି

କରାଚୀ, ୨ା୮ (ପି.ଟି.)-ପାକିସ୍ତାନ ପେସ୍‌ ବୋଲର ହସନ ଅଲିଙ୍କ ଜଣେ ଭାରତୀୟଙ୍କୁ ବିବାହ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି।...

ପୂରା ସେସନରେ ପେସରଙ୍କ ରାଜୁତି

ଲିଡ୍ସ,୨୫।୮ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ହେଡିଂଲେ ଟେଷ୍ଟରେ ପ୍ରଥମ ସେସନରେ ଅତ୍ୟନ୍ତ ସଙ୍କଟରେ ପଡ଼ି ଯାଇଛି ଭାରତୀୟ ଦଳ। ଟସ୍‌ ଜିତି ପ୍ରଥମେ...

କରୋନାରେ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲଙ୍କ ପରଲୋକ

ନୂଆଦିଲ୍ଲୀ, ୮।୫: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁଖ୍ୟ ବେଞ୍ଚ୍‌, ନୂଆଦିଲ୍ଲୀର ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ କରୋନାରେ...

ବ୍ରାଭୋ, ଧୋନୀଙ୍କ ମଧ୍ୟରେ ୧୦୦ ମିଟର ରେସ୍‌: ଜାଣନ୍ତୁ ବିଜେତାଙ୍କ ନାମ

ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଡ୍ବେନ୍‌ ବ୍ରାଭୋ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କ୍ରିକେଟ୍‌ ବ୍ୟତୀତ ସଙ୍ଗୀତରେ ମଧ୍ୟ ରୁଚି ରଖନ୍ତି ବ୍ରାଭୋ। ଲକ୍‌ଡାଉନ୍‌ ଯୋଗୁ ଚଳିତବର୍ଷ ଆଇପିଏଲ...

Advertisement
Archives

Model This Week