କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ, ହରିହର ନର୍ସିଂହୋମ୍‌କୁ ସିଲ୍‌ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୯ା୪: କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ ଯୋଗୁଁ ବଲାଙ୍ଗୀର ସହରର ସୁଦପଡାଠାରେ ଥିବା ହରିହର ଡାଇଗ୍ନୋଷ୍ଟିକ୍‌ ଏବଂ ନର୍ସିଂହୋମକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସିଲ୍‌ କରାଯାଇଛି । ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଏହି ନର୍ସିଂହୋମକୁ ସିଲ୍‌ କରିଛନ୍ତି । କରୋନା ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେବା ସହ ଓଡିଶା କୋଭିଡ-୧୯ ରେଗୁଲେସନ୍‌ ଜାରି କରିଛନ୍ତି । କୌଣସି ପରିସ୍ଥିତିରେ ଏହା ଉଲ୍ଲଂଘନ ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଥଣ୍ଡା, କାଶ ଓ ଜ୍ୱର ହେଲେ ୧୦୪ ନମ୍ବରକୁ ଫୋନ କରି ଜଣାଇବା ସହ ସରକାରୀ ହସ୍ପିଟାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ୱେ ଜଣେ ଥଣ୍ଡା, କାଶ ଓ ଜ୍ୱରରେ ପୀଡିତ ରୋଗୀଙ୍କ ସମ୍ପର୍କରେ ଜିଲା ପ୍ରଶାସନକୁ କୌଣସି ସୂଚନା ନଦେଇ ଏହି ନର୍ସିଂହୋମ୍‌ରେ ଲୁକ୍କାୟିତ ଭାବେ ରଖାଯାଇ ଚିକିତ୍ସା ଚାଲିଥିବା ନେଇ ସୂଚନା ପାଇବା ପରେ ପ୍ରଶାସନ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଥିଲା। ସମ୍ପୃକ୍ତ ରୋଗୀଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି...

ଜବାବ ଦାଖଲ ପାଇଁ ସମୟ ନେଲେ ସରକାର

କଟକ ଅଫିସ,୧୭ା୨: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୬ଟି ସଦସ୍ୟ ପଦ ଖାଲି ପଡିଛି। ଏହାଦ୍ୱାରା ଆୟୋଗ ସମ୍ପୂର୍ଣ୍ଣ ଅଚଳ ସ୍ଥିତିରେ ପହଞ୍ଚତ୍ଛି।...

ବିରୋଧ ସତ୍ତ୍ବେ ଏନଓସି ମିଳିଲା, ବିନା ଅନୁମତିରେ କଟିଲା ଗଛ

ସମ୍ବଲପୁର,୨୦ା୩(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ତହସିଲ କୁକୁଡାପାଲି ପଞ୍ଚାୟତ ଅଧୀନ କୁକୁଡାପାଲି ମୌଜାରେ ଏକ ଇଥାନଲ କମ୍ପାନୀ ହେବାକୁ ଯାଉଛି। ଏହାକୁ ନେଇ ବିରୋଧ ହେବା ଓ...

ଅସରାଏ ବର୍ଷାରେ ରାସ୍ତାରେ ପାଣି

ମୋରଡା,୧୯ ।୬ (ଡି.ଏନ.ଏ.) ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚୟତର ହଳଦୀପାଳ ଗ୍ରାମରେ ଅସରାଏ ବର୍ଷାରେ ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି।...

ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…

ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...

ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର,୧୨।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମର ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଘରୁ ପୋଲିସ ରବିବାର ଉଦ୍ଧାର କରିଛି।...

ସୁସ୍ଥ ହାର ୬୨.୯୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି କରୋନା ପ୍ରକୋପ। ଶନିବାର ୨୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରବିବାର ରାତି ସୁଦ୍ଧା ୨୦ ହଜାର ମାମଲା...

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି।...

Advertisement
Archives

Model This Week