Posted inଖେଳ

କୋଭିଡ-୧୯ ପ୍ରତିବନ୍ଧକ: ବାଲା ଦେବୀଙ୍କ ସ୍କଟ୍‌ଲାଣ୍ଡ ରହଣି ବଢିଲା

ନୂଆଦିଲ୍ଲୀ, ୨୧।୩ (ପି.ଟି.)- କରୋନା ଭାଇରସ ବା କୋଭିଡ-୧୯ ପ୍ରତିବନ୍ଧ ପାଇଁ ଭାରତୀୟ ମହିଳା ଫୁଟବଲ ତାରକା ଏନ୍‌ ବାଲା ଦେବୀଙ୍କ ସ୍କଟଲାଣ୍ଡ ରହିଣିରେ ବୃଦ୍ଧି ଘଟିଛି। ପ୍ରଥମ ଭାରତୀୟ ଭାବେ ସେ ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ କ୍ଲବ ରେଞ୍ଜର୍ସ ସହ ଚୁକ୍ତି କରିଥିଲେ। କରୋନା ଭାଇରସ ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧ ଲାଗି ସେ ନିଜ କ୍ଲବ ସହ ଅଧିକ ଦିନ ରହିବାକୁ ବାଧ୍ୟ ହୋଇଛନ୍ତି। ଇତିମଧ୍ୟରେ ଭାରତ ସରକାର ମଧ୍ୟ ମାର୍ଚ୍ଚ ୨୨ରୁ ୩୧ ତାରିଖ ମଧ୍ୟରେ ବିଦେଶରୁ ସବୁ ପ୍ରକାର ଫ୍ଲାଇଟ୍‌କୁ ବନ୍ଦ କରିଛନ୍ତି। ଫଳରେ ସ୍ବଦେଶ ଫେରିବାରେ ତାଙ୍କର ବିଳମ୍ବ ହେବା ନିଶ୍ଚିତ ହୋଇଛି। ଲିଗ୍‌କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଫଳରେ ଏବେ କୌଣସି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ନାହିଁ। ସେ ଏବେ ଚାହିଁଲେ ବି ଘରକୁ ଆସିପାରିବେ ନାହିଁ। ଏବେ ସେ ସେଠାରେ ରହି ଟ୍ରେନିଂ ଜାରି ରଖିବେ। ଲିଗ ଆରମ୍ଭ ହେଲେ ସେ ସେଠାରେ ରହି ଖେଳିବେ। ଉଲ୍ଲେଖଥାଉ କି, ବାଲା ଦେବୀଙ୍କ ନେତୃତ୍ୱରେ ଭାରତ ସାଉଥ ଏସିଆନ ଗେମ୍ସରେ ଗତବର୍ଷ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହି ଟୁର୍ନାମେଣ୍ଟରେ ସେ ୫ଟି ମ୍ୟାଚ୍‌ ଖେଳି ୧୬ଟି ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ପ୍ରେମୀ ତଥା କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୧୨ ବର୍ଷ ପୂର୍ବେ, ରାଜକୋଟରେ...

ରଣଜୀ ଟ୍ରଫି: କର ବା ମର ସ୍ଥିତିରେ ଓଡ଼ିଶା

କଟକ ଅଫିସ,୧୨।୨- ଚଳିତ ରଣଜୀ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଖେଳାଯିବ। ଏହିକ୍ରମରେ ଓଡ଼ିଶା ଏହାର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବାର କାର୍ଯ୍ୟସୂଚୀ...

ଆଇପିଏଲ୍‌ ପୂର୍ବରୁ ଚୌକା, ଛକା ଏହି ପ୍ରସିଦ୍ଧ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ୟୁଏଇ,୧୫।୯: ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଅଭ୍ୟାସ କରୁଛି। ଏହି ସମୟରେ ଖେଳାଳିମାନେ ନିଜ ମଧ୍ୟରେ ୨ଟି ଦଳ କରି...

କୋଭିଡ- ୧୯: ଆଉ ୫ ଟୁର୍ନାମେଣ୍ଟକୁ ବାତିଲ କାଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୧।୩ (ପି.ଟି.)-କୋଭିଡ- ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ...

୧୫ ବର୍ଷ ତଳର ରହସ୍ୟ ଉନ୍ମୋଚନ କଲେ ସେହ୍ବାଗ, କହିଲେ…

ଭାରତୀୟ କ୍ରିକେଟ୍‌ର ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାବିଡ ଜଣେ ଭଦ୍ର ବ୍ୟକ୍ତି ଭାବେ ଜଣାଶୁଣା। ପଡିଆରେ ବେଶ୍‌ ଶାନ୍ତ ରହୁଥିବା ଦ୍ରାଭିଡ ସମସ୍ତଙ୍କ...

ଡଚ୍‌ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ମୀର, ମାନସୀଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨ା୩ (ପି.ଟି.)-ଭାରତୀୟ ବାଳିକା ବ୍ୟାଡ୍‌ମିଣ୍ଟନ ଖେଳାଳି ତସନିମ ମୀର ଏବଂ ମାନସୀ ସିଂ ନେଦରଲାଣ୍ଡ୍ସର ହାର୍ଲେମ୍‌ଠାରେ ଅନୁଷ୍ଠିତ ୟୋନେକ୍ସ ଡଚ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ୨୦୨୦...

ବ୍ୟାଟ୍‌ ଛାଡି ମାଇକ୍‌ ଧରିବେ ଏହି କ୍ରିକେଟର୍‌

ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ...

ଖୁସିରେ ଡେଇଁଲେ ଗାଭାସ୍କର

ମେଲବୋର୍ନ,୨୪।୧୦: ଟି-୨୦ ବିଶ୍ୱକପ୍‌ ୨୦୨୨ର ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ଚାରି ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଆର୍‌. ଅଶ୍ୱିନ ଶେଷ ବଲରେ ଏକ...

Advertisement
Archives

Model This Week