Posted inଖେଳ

କୋଭିଡ-୧୯: ତଳସ୍ତରର ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଇଟିଏଫ୍‌ର ଯୋଜନା

ମୁମ୍ବାଇ, ୧୯।୫(ପି.ଟି.): କୋଭିଡ-୧୯ ଲକ୍‌ଡାଉନ କାରଣରୁ ପ୍ରଭାବିତ ହୋଇଥିବା ତଳସ୍ତରର ପେସାଦାର ଖେଳାଳିଙ୍କୁ ସାହାଯ୍ୟ ଓ ସମର୍ଥନ କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଅଣ୍ଟା ଭିଡିଛି। ଏଥିପାଇଁ ଆଇଟିଏଫ୍‌ ଏକ ନୂଆ ରିଲିଫ୍‌ ଫଣ୍ଡ ଗଠନ କରିବାକୁ ଯୋଜନା କରିଛି। କରୋନା ଭାଇରସ୍‌ ସଂକ୍ରମଣ ପାଇଁ ମାର୍ଚ୍ଚ ପ୍ରାରମ୍ଭରୁ ପେସାଦାର ଟେନିସ ସେସନ ଠପ୍‌ ହୋଇଛି ଓ ଅତିକମ୍‌ରେ ଜୁଲାଇ ଶେଷ ପର୍ଯ୍ୟନ୍ତ ଖେଳ ବନ୍ଦ ରହିବ। କାରଣ ଏବେ ମଧ୍ୟ ବିଶ୍ୱର ପ୍ରାୟ ସବୁ ଦେଶରେ ଯାତ୍ରା କଟକଣା ଜାରି ରହିଛି।

ପୂର୍ବରୁ ଚଳିତମାସ ପ୍ରାରମ୍ଭରେ ଆଇଟିଏଫ୍‌, ଏଟିପି, ଡବ୍ଲ୍ୟୁଟିଏ ଓ ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପ୍ରଶାସନିକ ସଂସ୍ଥା ମିଳିତ ଭବେ ତଳସ୍ତରର ପେସାଦାର ଖେଳାଳିଙ୍କ ପାଇଁ ୬ ମିଲିୟନ ବା ୬୦ ଲକ୍ଷ ଅମେରିକୀୟ ଡଲାରର ପାଣ୍ଠି ସଂଗ୍ରହ କରିଥିଲେ। ଟୁର୍ନାମେଣ୍ଟଗୁଡିକ ଉପରେ ନର୍ଭର କରୁଥିବା ୮୦୦ ତଳସ୍ତରର ପେସାଦାର କ୍ରିକେଟରଙ୍କୁ ସାହାଯ୍ୟ କରିବା ପାଇଁ ଏହି ପାଣ୍ଠି ସଂଗ୍ରହ କରାଯାଇଥିଲା। ଉଲ୍ଲେଖଥାଉ କି, ଆଇଟିଏଫ୍‌ ଓ୍ବାଲ୍ଡ ଟୁର ଟେନିସ୍‌ରେ ଲୋୟର ରଙ୍ଗ୍‌ ଟେନିସ ଟୁର୍ନାମେଣ୍ଟ ମଧ୍ୟ ସାମିଲ ରହିଛି। ଜୁନିୟର ଓ ସିନିୟରସ୍ତରର ଗେମ୍‌ ମଧ୍ୟରେ ଏହି ଟୁର୍ନାମେଣ୍ଟଗୁଡିକ ଟ୍ରାଞ୍ଜିସନ ସର୍କିଟ ଭାବେ କାର୍ଯ୍ୟକରେ। ଏଥିରେ ଖେଳାଳିମାନେ ଅର୍ଥ ରୋଜଗାର କରିବା ସହ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣି ପୁରୁଷ ଏଟିପି ଟୁର ଓ ମହିଳା ଏଟିପି ଟୁର ଖେଳିବାକୁ ଯୋଗ୍ୟତା ହାସଲ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନରେ ମିଳିଲାନି ସୁଯୋଗ: ଉଠିଲା ପ୍ରଶ୍ନ

ୟୁଏଇ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ନିଜ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ଲେ -୧୧ରେ କ୍ରିସ ଗେଲଙ୍କୁ ଅନ୍ତର୍ଭୁକ୍ତ କରି...

ଇର୍‌ଫାନଙ୍କ ନୂଆ ଇନିଂସ

ଏକଦା ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିବେଚିତ ହେଉଥିବା ଇରଫାନ ପଠାନଙ୍କ ଖେଳ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଜମ୍ମୁ ଓ କଶ୍ମୀର...

ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ…

ଢାକ୍କା,୨୫।୧୨ : ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ...

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ...

ଇଂଲଣ୍ଡ ଦଳର ସଦ୍ୟ ଅସୁସ୍ଥ ଖେଳାଳି ସିବ୍‌ଲି

ସେଞ୍ଚୁରୀଅନ୍‌, ୩୦ା୧୨ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଟୁର୍‌ରେ ଥିବା ଇଂଲଣ୍ଡ କ୍ରିକେଟ ଦଳର ଆଉ ଜଣେ ଖେଳାଳି ଓପନିଂ ବ୍ୟାଟ୍ସମ୍ୟାନ ଡୋମିନିକ୍‌ ସିବ୍‌ଲି ଅସୁସ୍ଥ ହୋଇ...

ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍‌

ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍‌ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର...

୧୦ ଦୁର୍ଭାଗ୍ୟଶାଳୀ କ୍ରିକେଟର, ଖେଳୁଥିବାବେଳେ ପଡିଆରେ ଟଳିପଡି ଦୁନିଆକୁ କହିଛନ୍ତି ଅଲବିଦା

କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ପଡ଼ିଆରେ ଖେଳା ଯାଉଥିବା ଏହି ଖେଳ କେତେବେଳେ କାହା ଆଡକୁ ଢଳିବ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। ବିଜୟ...

ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଲେ ଏହି କ୍ରିକେଟର; ଯୁବରାଜଙ୍କୁ କାଟିଲେ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଛନ୍ତି ୨୩ ବର୍ଷୀୟ ଉଇକେଟକିପର ଈଶାନ କିଶନ। ତାଙ୍କୁ ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି...

Advertisement
Archives

Model This Week