କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍‌ଡାଉନ୍‌

ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାକୁ ଦୃଷ୍ଟିରେ ରଖି ଏବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଶୁକ୍ରବାର ସିଙ୍ଗାପୁରକୁ ଗୋଟିଏ ମାସ ପାଇଁ ଲକ୍‌ ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି ଲକ୍‌ ଡାଉନ୍‌ ସମୟରେ ସୁପରମାର୍କେଟ, ହସ୍ପିଟାଲ, ପରିବହନ ଓ ବ୍ୟାକିଙ୍କ ସେବା ପୂର୍ବପରି ଖୋଲା ରହିବ ବୋଲି ସେ ଏକ ଫେସବୁକ୍‌ ପୋଷ୍ଟରେ କହିଛନ୍ତି। ଲକ୍‌ ଡାଉନ୍‌ ସମୟରେ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଏବେସୁଦ୍ଧା ସିଙ୍ଗାପୁରରେ ୧ ହଜାର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟରେ ଆମେରିକାଠୁ ଭାରତ ଆଗରେ

ନୂଆଦିଲ୍ଲୀ,୨୦।୯(ପି.ଟି.): କୋଭିଡ୍‌-୧୯ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚତ୍ଛି। ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୯୫ହଜାର...

ଆମେରିକାରରେ ପୁଣି ବଢ଼ିଲା କରୋନା ମାମଲା, ବୁଷ୍ଟର ଡୋଜ ନେବାକୁ ପରାମର୍ଶ…

ଓ୍ବାଶିଂଟନ,୩୧।୭ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଚେତାବନୀ ଦେଇଛି ଦେଶରେ କରୋନା ସଂକ୍ରମଣ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ...

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ରାଜ୍‌ଙ୍କ ସହ ଓ୍ବାର୍କଆଉଟ୍‌ କଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସୋମବାର ଏକ ମୋଟିଭେଶନାଲ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ...

ଋଷି ସୁନକଙ୍କ ବିରୋଧରେ ବିଦ୍ରୋହ ଧମକ…

ଲଣ୍ଡନ,୨୩।୧୧ : ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଥର ପାଇଁ ନିଜ ଦଳର ସାଂସଦଙ୍କ ବିଦ୍ରୋହର ଆଶଙ୍କା ସାମ୍ନା କରିବାକୁ ପଡ଼ିଛି।...

ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଜେରୁଜେଲମ୍‌ରେ ସଂଘର୍ଷ: ୧୫୨ ଆହତ

ଜେରୁଜେଲମ୍‌,୧୬।୪: ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିବାରୁ ଉଭୟ ପକ୍ଷର ୧୫୨ ଜଣ ଆହତ ହୋଇଛନ୍ତି। ଅଲ୍‌-ଅକ୍‌ସା ମସ୍‌ଜିଦ ପରିସରରେ ରମ୍‌ଜାନ୍‌ ମାସ...

ରୁଷିଆକୁ ଟପିଲା ଭାରତ

ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ...

Advertisement
Archives

Model This Week