କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୫ା୬-ବଲାଙ୍ଗୀର ମୁଖ୍ୟ ଡାକଘର ପରିସରରେ ଶୁକ୍ରବାର ଭାରତୀୟ ଡାକବିଭାଗ ପକ୍ଷରୁ ଏକ କମନ୍‌ ସର୍ଭିସ ସେଣ୍ଟର ଉଦ୍‌ଘାଟନ କରାଯାଇଛି ା ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଦେବୀ ପ୍ରସାଦ ନାୟକ ଏହି କମନ୍‌ ସର୍ଭିସ ସେଣ୍ଟରର ଉଦ୍‌ଘାଟନ କରିଥିଲେ ା ସମ୍ମାନିତ ଅତିଥିଭାବେ ମହିଳା ଭଲିବଲ ଖେଳାଳି ତଥା ଆଟଗଁା ସରପଞ୍ଚ ବବିତା ପୁଟେଲ, ଡାକଟିକଟ ସଂଗ୍ରାହକ କମଳ ଚକ୍ରବର୍ତ୍ତୀ, ଗଙ୍ଗାଧର ତ୍ରିପାଠୀ ଯୋଗ ଦେଇଥିଲେ ା କାର୍ଯ୍ୟକ୍ରମକୁ ରସରାଜ ଅଚ୍ୟୁତ ପୁରୋହିତ ପରିଚାଳନା କରିଥିଲେ ା ଏହି ନବ ଉଦ୍‌ଘାଟିତ କମନ୍‌ ସର୍ଭିସ ସେଣ୍ଟରରେ ଜନସାଧାରଣ ବିଭିନ୍ନ ପ୍ରକାର ଡିଜିଟାଲ ସେବା ସୁବିଧା ପାଇପାରିବେ ା ଏଠାରେ ଆଧାର କାର୍ଡ, ପାନ କାର୍ଡ, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର, ପାସ୍‌ପୋର୍ଟ, ଟ୍ରେନ୍‌ ଓ ଉଡାଜାହାଜ ଟିକଟ ସେବା ପାଇପାରିବେ ବୋଲି ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ା ଏହି ଅବସରରେ ସହକାରୀ ଡା ଅଧିକ୍ଷକ ସର୍ବେଶ୍ୱର ବଳିଆର ସିଂ ଓ ଭରତ ଜାଲି, ଡାକବିଭାଗର ଦେବାନନ୍ଦ ପୁଟେଲ, ସ୍ବାଧୀନ ପଣ୍ଡା, ସୌମେନ୍ଦ୍ର ପାତ୍ର, ବନ୍ଦିତା ଦର୍ଜୀ, ମୀନତୀ ଡାଙ୍ଗ, ଆଶିଷ ଚୌହାନ, ସୂରଜ ମେହେର, ପ୍ରଶାନ୍ତ ଜାଲ, ସ୍ନିଗ୍ଧାରାଣୀ ଭୋଇ, ଲିପ୍‌ସା ମିଶ୍ର ଓ ଭାରତୀ ଉପସ୍ଥିତ ଥିଲେ ା କମନ୍‌ ସର୍ଭିସ ସେଣ୍ଟର ପାଇଁ ମୁଖ୍ୟ ଡାକଘରରେ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି ା ଏହି କାଉଣ୍ଟର ଉଦ୍‌ଘାଟନ ପରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଡାକବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ସ୍ପେଶାଲ ପୋଷ୍ଟାଲ କ୍ୟାନ୍‌ସେଲେସନ୍‌କୁ ଡାକ ଅଧିକ୍ଷକ ନାୟକ ଉନ୍ମୋଚନ କରି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି…

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri