କୋଭିଡ୍‌-୧୯ ଉପରେ ଭିଡିଓ ଗେମ୍‌: ତିଆରି କଲେ ଇଟାଲୀର ୯ ବର୍ଷୀୟ ବାଳକ

ମିଲାନ,୨୭ା୪: କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଲୋକେ ଦୀର୍ଘଦିନ ଧରି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ନାନା ଅସୁବିଧା ମଧ୍ୟରେ ରହି ସେମାନେ ଭିନ୍ନ ଭିନ୍ନ ଉପାୟରେ ଏହି ସମୟକୁ ଅତିବାହିତ କରିଛନ୍ତି। ପିଲାମାନଙ୍କ ଅସୁବିଧା ମଧ୍ୟ କିଛି କମ୍‌ ନୁହେଁ। ସେମାନଙ୍କ ପାଠପଢ଼ା, ଖେଳକୁଦ, ବ୍ୟାୟାମ ବହୁଳ ଭାବେ ପ୍ରଭାବିତ ହୋଇଛି। ଦିନ ଦିନ ଧରି ଘରେ ରହିବା ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହି ସମୟରେ ଅନେକ ପିଲା ହୋମ୍‌ ସ୍କୁଲିଂର ମାନିଆ ହୋଇପଡ଼ିଥିବାବେଳେ ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ କିନ୍ତୁ କୋଭିଡ୍‌-୧୯ ସହ ଭିନ୍ନ ଲଢ଼େଇ ଚଳାଇଛନ୍ତି।
ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଲୁପୋ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର। ସେ ରହୁଥିବା ଅଞ୍ଚଳର ଅଧିବାସୀମାନେ ଗତ ମାର୍ଚ୍ଚ ୪ ତାରିଖରୁ ଲକ୍‌ଡାଉନରେ ରହିଛନ୍ତି। ଏହି ସମୟରେ ଲୁପୋ ତାଙ୍କ ସାଙ୍ଗମାନଙ୍କ ସହ ଖେଳିବା ପାଇଁ ତିଆରି କରିଛନ୍ତି କୋଭିଡ୍‌-୧୯ ଉପରେ ଆଧାରିତ ଭିଡିଓ ଗେମ୍‌ ‘ସେର୍ବା-୨୦’। ଲୁପୋ କୁହନ୍ତି, କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସେ ତାଙ୍କ ସବୁ ଖେଳକୁଦ ବନ୍ଦ କରିଦେଇଛନ୍ତି। ଏପରିକି ନିଜ ପୋଷା କୁକୁର ସହ ପୋଖରୀକୁ ଯାଇପାରୁନାହାନ୍ତି। ସ୍କିଇଙ୍ଗ୍‌, ସୁଇମିଂ ଓ କରାଟେ ବଦଳରେ ଏକ୍ସରସାଇଜ୍‌ ବାଇକ ବ୍ୟବହାର କରୁଛନ୍ତି। ଏହିସବୁରୁ ତାଙ୍କୁ ପ୍ରେଗ୍ରାମିଂ କରିବା ପାଇଁ ଇଚ୍ଛା ହେଲା। ଏଭଳି ଆଗ୍ରହ ସେ ତାଙ୍କ ବାପା ମାର୍କୋ(ଜଣେ ବ୍ୟବସାୟିକ ମ୍ୟାନେଜର)ଙ୍କୁ ଜଣାଇଥିଲେ। ଏହାପରେ ସେ ଅନ୍‌ଲାଇନ୍‌ ଟ୍ୟୁଟୋରିଆଲ ସହାୟତାରେ ତିଆରି କରିଥିଲେ ଭିଡିଓ ଗେମ୍‌ ‘ସେର୍ବା-୨୦’। ଏହି ଖେଳର ଲକ୍ଷ୍ୟ ହେଉଛି ‘ଖୋଜିବା ଏବଂ ବିନାଶ କରିବା’, ଯାହାକି ଲେଜର୍‌ ଦ୍ୱାରା ଖେଳାଯାଏ। ଏଥିରେ ଖେଳାଳି ‘ସେର୍ବା-୨୦’ ସ୍ପେଶ୍‌କ୍ରାପ୍ଟର କ୍ୟାପଟେନ ଚେୟାରରେ ରହିଥାଏ ଏବଂ ତା’ ସାମ୍ନାରେ ଶତ୍ରୁ ହେଉଛି କୋଭିଡ୍‌-୧୯। ଲୁପୋ ଏହି ଗେମ୍‌ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଛନ୍ତି। ହେଲେ କିପରି ପ୍ରୋଗ୍ରାମିଂ କରାଯାଏ ତାହା ସେମାନଙ୍କୁ ଶିକ୍ଷାଦେବା ହେଉଛି ତାଙ୍କର ଲକ୍ଷ୍ୟ। ଲୁପୋଙ୍କୁ ପ୍ରୋଗ୍ରାମିଂ କରିବା ପାଇଁ ତାଙ୍କ ଶିକ୍ଷକମାନଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି, ଯାହା କୌଣସି ଖେଳ ପାଇଁ ବରଂ ଆବଶ୍ୟକ କାମରେ ଆସିପାରିବ। ଲୁପୋଙ୍କ ଭିଡିଓ ଗେମ୍‌ ଭାଇରାଲ ହୋଇଥିବାରୁ ତାଙ୍କ ମା’ ଫ୍ରାନ୍ସସ୍କା ଜମ୍ବୋନିନ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟ ଲୁପୋଙ୍କୁ ଅଧିକ କିଛି କରିବାକୁ ଖୋରାକ ଯୋଗାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri