କୋଡ଼ିବାହାଲ ଗଁ। ରେ କିଡ଼୍‌ନୀ ରୋଗ୍‌ ଆତଁକ୍‌:ବାପର ଚିକିଛା ଲାଗି ଦାଦନ ଯାଇଛେ ପୁଓ

 

ଘଣ୍ଟାପଡା, ୬।୮ (ଡି.ଏନ୍‌.ଏ.):
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ କୋଡ଼ିବାହାଲ ଗଁାରେ ଏହେଦେ କିଡ଼୍‌ନୀ ରୋଗ୍‌ ଆତଁକ୍‌ ଦେଖା ଦେଇଛେ। ୨ ବଛର ଭିତରେ କିଡ଼୍‌ନୀ ରୋଗ୍‌ରେ ଗଁାର ୬ ଝନ୍‌କର ଜୀବନ୍‌ ଯାଇଥିଲାବେଲେ ଅନେକ ଲୋକ୍‌ ଆକ୍‌ରଁାତ ଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ପାଖାପାଖି ୨ ବଛର ହେଲା କୋଡ଼ିବାହାଲ ଗଁାରେ କିଡ଼୍‌ନୀ ରୋଗ୍‌ ବହପୁଛେ। ୨ ବଛର ଭିତରେ ଗଁାର ସୁଦର୍ଶନ ନାଏକ, ଅହଲ୍ୟା ପ୍ରଧାନ, ଲକ୍ଷ୍ମୀ ଭୋଇ, ମାଢ଼େ ପ୍ରଧାନ, ଦ୍ରୋପଦୀ ପୃଷ୍ଟି, ଅଲେଖ ମେଣ୍ଡିଲିକଁର ମୁରତୁ ହେଇଛେ। ସେନ୍‌ତା ଗଁାର ଅନେକ ଲୋକ୍‌ ରୋଗ୍‌ରେ ଆକ୍‌ରଁାତ ହେଇ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ିତ ହେଉଛନ୍‌। ଯେନ୍‌ଥିରଲାଗି ଗଁାରେ ଗୁଟେ ଭଏର ବାତାବରନ ଦେଖ୍‌ବାକେ ମିଲିଛେ। ଇଆଡ଼େ ଅନେକ ଆକ୍‌ରଁାତ୍‌ ଲୋକ୍‌ ଟଁକା ପଏସା ଅଭାବୁ ଚିକିଛା ଲାଗି ଟଁକା ଠୁଲାବାକେ ଦାଦନ ଖଟି ଯାଇଛନ୍‌। ଗଁାର ଚୈତନ୍ୟ ଖମାରୀ(୫୦)। ବଛ୍‌ରେ ତଲେ ସେ କାମ୍‌ କଲାବେଲେ ତାହାକୁ ବହୁତ୍‌ ଅଥାବିଥା ଲାଗିଥିଲା। ସେ ଥାନୀୟ ଘଣ୍ଟାପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିଛା କରେଇଥିଲେ। ହେଲେ ଭଲ ନାଇଁ ଲାଗ୍‌ଲାରୁ ବଲାଙ୍ଗୀର ଆର ସେଠାନୁ ବିଶମକଟକ ଡାକ୍‌ତରଖାନାକେ ଯାଇଥିଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାପଡ଼ଲା ଯେ ଚୈତନ୍ୟ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଅଛନ୍‌। ଏହେଦେ ସେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିସତ୍ିତ ହେବାର ସଂଗେ Aଫିଦିନ ଉଷୋକଷା ଖାଉଛନ୍‌। ହେଲେ ଉଷୋକଷାର ଲାଗି ଫିମାସ ବହୁତ ଟଁକା ପଏସା ଦରକାର ପଡ଼ୁଛେ। ଇଆଡ଼େ ଅଭାବ ଅନାଟନ ଲାଗି ତାକର ଗୁଟେବଲି ପୁଓ ବାମଦେବ ଖମାରୀ(୨୨) ବାହାର ରାଏଜ୍‌କେ ଦାଦନ୍‌ ଖଟିଯାଇଛେ। ସେ ସେଠାନୁ ପଏସା ପଠାଲେ ଚୈତନ୍ୟ ଇଠାନେ ଉଷୋକଷା ଘିନି ଖାଉଥିବାର କହିଛନ୍‌। ସେନ୍‌ତା ଗଁାର ହେମସାଗର ପ୍ରଧାନ(୩୫), ମହିଧର କର୍ଣ୍ଣ(୪୦) କିଡ଼୍‌ନୀ ରୋଗ୍‌ରେ ଆକଁାରାତ ଅଛନ୍‌। ସେମାନେ ଚିକିସତ୍ା ଲାଗି ଟଁକା ପଏସା ଠୁଲାବାର ଲାଗି ଦାଦନ ଖଟି ଯାଇଥିବାର ଜନାଯାଇଛେ। ଗଁାର ବନମାଳୀ ମେଣ୍ଡଳି(୪୮), ଚମ୍ପେ ଚାଉଳିଆ(୩୮) ବି କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ବିଶମକଟକ ଡାକ୍‌ତରଖାନାରେ ଚିକିସତ୍ିତ ହେଉଛନ୍‌। ଇ ଘଟନାଟା ଗଲା ବଛର ଭିନେ ଭିନେ ଖବର କାଗଜରେ ବାହାରିଥିଲା। ସ୍ବାସ୍ଥ୍ୟ ବିଭାଗ ତରଫୁ ଗଁାର ଭିନେ ଭିନେ ଜାଗାରୁ ପାଏନ୍‌ ନମୁନା ଠୁଲେଇ ପରୀକ୍ଷା ଲାଗି ପଠେଇଥିଲା। ହେଲେ ଦୁଖର କଥା ଇ ଘଟନାକେ ବଛ୍‌ରେ ବିତିଯାଇଥିଲେ ବି ପରୀକ୍ଷା ରିପୋର୍ଟ ନୁହେ ଆସେ ବଲି ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ମହେନ୍ଦ୍ର ସୋଏ କହିଛନ୍‌। ସେନ୍‌ତା ଘଟନା ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁ ପଚରାଲାରୁ ଲୁକ୍‌କୁ କହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିସତ୍ା ସାହାଯ୍‌ ପାଏବାର ଲାଗି ଅରଜି ଦେବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ତରଭୁଜ ଖାଇ ନାବାଳକଙ୍କ ଜୀବନ ଗଲା, ପରିବାରର ଆଉ ୩ ଅସୁସ୍ଥ

ପଟ୍ଟାମୁଣ୍ଡାଇ,୧୬ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର…

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

+୩ ଶେଷ ବର୍ଷ ପରୀକ୍ଷାର ଫଳାଫଳ ପ୍ରକାଶ : ବିଶ୍ୱବିଦ୍ୟାଳୟ ର଼୍ୟାଙ୍କରେ ଗଞ୍ଜାମ କଲେଜର ୩ ପିଲା

ଗଞ୍ଜାମ, ୧୫।୫ (ଅନାଥ ତରାଇ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର +୩ ଶେଷ ବର୍ଷ ପରୀକ୍ଷାର ଫଳାଫଳରେ ଗଞ୍ଜାମ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୬ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସାବିତ୍ରୀ ପାଇଁ ମନ୍ଦିରରେ ଅସମ୍ଭାଳ ଭିଡ଼, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି…

ଗଞ୍ଜାମ,୧୬ା୫(ଅନାଥ ତରାଇ): ଗଞ୍ଜାମ ସହରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେଶ୍ୱର ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶନିବାର ସକାଳୁ ସକାଳୁ…

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୬ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri